ହରଭଙ୍ଗା,୨୪।୩  (ଚିତ୍ତ ରଂଜନ ସିଂ):  ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଂଚାୟତ  ଅବସ୍ଥିତ ଘୁମକୁଡି ଖୁଦ୍ର ଜଳସେଚନ ପ୍ରକଳ୍ପ  ଧୀରେ ଧୀରେ ତାର ଅସ୍ତିତ୍ୱ ହରାଇବାକୁ ବସିଛି। ୨୦୦୭-୦୮ ମସିହାରେ ଚାଷୀମାନଙ୍କ ଲାଭ ପାଇଁ ନିର୍ମିତ ଏହି ପ୍ରକଳ୍ପ ବା ଡ୍ୟାମ ବର୍ତ୍ତମାନ ପଙ୍କ ଓ ବାଲିଚରରେ ପରିଣତ ହୋଇଛି। ଫଳସ୍ୱରୂପ ଏହା ଆଉ ଜଳସେଚନରେ କାର୍ଯ୍ୟକ୍ଷମ ହୋଇପାରୁନାହିଁ ।

ସ୍ଥାନୀୟ ଚାଷୀଙ୍କ କହିବା ଅନୁଯାୟୀ ଏହି ପ୍ରକଳ୍ପ ରୁ ସାର୍ତ୍ତାଗାଡୁ, ଧୂଙ୍ଗିଆ ମୁଣ୍ଡା, ତ୍ରିଲୋଚନ ପୁର, ଟାଙ୍ଗୁରୁକୂପା, ଝାର ଖମଣ, ନେଡି ସାହି, କୁଟୀଝାର, କଣ୍ଠି ପଦର ଆଦି  ଚାଷୀଙ୍କ ଚାଷ କ୍ଷେତ୍ରକୁ ପାନୀୟ ଜଳ ସମସ୍ୟା ନେଇ ପ୍ରକଳ୍ପ ସୃଷ୍ଟି ହୋଇଥିଲା l କିନ୍ତୁ ପ୍ରତିବର୍ଷ ଗ୍ରୀଷ୍ମ ଋତୁ ଆରମ୍ଭ ହେଲେ ଡ୍ୟାମର ପାଣି ସୁଖିଯାଉଛି। ଫଳରେ ରବି ରେ ଯାହା ଅବସ୍ଥା ଖରିଫ ଋତୁର ଚାଷ ନ କହିବା ସାର l ଗତ ପନ୍ଦର ବର୍ଷ ଧରି ଏହି ସମସ୍ୟା ଚାଲିଥିଲେ ମଧ୍ୟ ସ୍ଥାୟୀ ସମାଧାନ ହୋଇନାହିଁ, ଯାହା ଚାଷୀମାନଙ୍କୁ ଗଭୀର ଚିନ୍ତାରେ ପକାଇଛି। ପ୍ରତିବର୍ଷ ଲକ୍ଷାଧିକ ଓ କୋଟି କୋଟି ଟଙ୍କା ବ୍ୟୟ କରି ଡ୍ୟାମ ପାର୍ଶ୍ୱବର୍ତ୍ତୀ ବିକାଶ କାମ କରାଯାଉଥିଲେ ମଧ୍ୟ, ମୂଳ ସମସ୍ୟା  ଯେମିତି କି ସେମିତି? କେବଳ ଠିକାଦାର ପୋଷା ନୀତିରେ ଚାଲିଛି ଏହି ପ୍ରକଳ୍ପ ର କାର୍ଯ୍ୟ । ମୂଳ ସମସ୍ୟା ଥିବା ବିଶେଷ କରି ଡ୍ୟାମର ପଙ୍କ ଉଦ୍ଧାର, ମୁଖ୍ୟ ସୁଇଜ ଗେଟର ସଫାଇ ର ଚିତ୍ର ପଟ ପ୍ରମାଣିତ କରୁଛି l ଅନ୍ୟ ପଟେ ମୁଖ୍ୟ ସୁଇଜ ଓ ଜେନାଲ ମରାମତି କାମ ଆରମ୍ଭ ଦିନରୁ ହୋଇନଥିବାରୁ ପାଣି ସଞ୍ଚୟ ହେଉନାହିଁ। ଫଳରେ ଡ୍ୟାମରେ ଥିବା ପାଣି ତଳ ଅଞ୍ଚଳକୁ ବୋହିଯାଉଛି ଏବଂ ଚାଷୀମାନେ ତାହାର କୌଣସି ଲାଭ ନେଇପାରୁନାହାନ୍ତି। ଏହା ସହିତ ମୁଖ୍ୟ କେନାଲ ଓ ଶାଖା କେନାଲଗୁଡିକ ଅବହେଳାରେ ପଡ଼ିରହିଥିବାରୁ ପାଣି ବିତରଣ ବ୍ୟବସ୍ଥା ପ୍ରାୟ ଅଚଳ ହୋଇଯାଇଛି। ଅନେକ ସ୍ଥାନରେ କେନାଲଗୁଡିକ ପଙ୍କରେ ପୁରିଯାଇଥିବା ବେଳେ କେଉଁଠି  କେଉଁଠି ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି। ସେପଟେ ରାସ୍ତା କାର୍ଯ୍ୟ କୁ ନେଇ ଠିକା ସଂସ୍ଥା ଏକ କେନାଲ ପୋତି ଦେଇଇଛି।

ଯଦି ଆଗାମୀ ଦିନରେ ଏହି ଘୁମକୁଡି ଡ୍ୟାମର ସମ୍ପୂର୍ଣ୍ଣ ପଙ୍କ ଉଦ୍ଧାର, ମୁଖ୍ୟ ସୁଇଜ ଗେଟର ସଫାଇ ଓ ମରାମତି, ମୁଖ୍ୟ ଓ ଶାଖା କେନାଲଗୁଡିକର ପୁନରୁଦ୍ଧାର କାର୍ଯ୍ୟ ସହିତ ଅନ୍ୟାନ୍ୟ ଅଞ୍ଚଳକୁ କଡା କେନାଲ ସଂଯୋଗ  ପାଣି ଏବଂ ଛତ୍ରଙ୍ଗ ଠୁ ଆରମ୍ଭ ଧୂଙ୍ଗିଆ ମୁଣ୍ଡା ଭାୟା ଗୁଣ୍ଡୁରୀ ସାହି କୁ ନିର୍ମାଣ ହେଉଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ମାଟି ପକାଇ କାଡା ଜେନାଲ ପିତା ଯାଇଥିବାର ଉଦ୍ଧାର ପାଇଁ ଦାବି ହେଊଛି l ତତ ସହିତ ଉକ୍ତ ପ୍ରକଳ୍ପ ରୁ ପାଣି ବିତରଣକୁ ସୁନିଶ୍ଚିତ କରିବା ସହିତ ପାଣି ପଂଚାୟତ ଗଠନ କରି ପରିଚାଳନାକୁ ସୁଦୃଢ଼ କରାଯାଉ ନହେଲେ ଅଞ୍ଚଳର ପନ୍ଦର ଖଣ୍ଡ ମୌଜାର ଚାଷୀ ଅନ୍ୟ ବିକଳ୍ପ ନେବେ ବୋଲି ଚେତାବନୀ ଦେଇଛନ୍ତି। ଏ ବାବଦରେ ପୁରୁଣାକଟକ ର କ୍ଷୁଦ୍ର ଜଳ ସେଚନ ବିଭାଗର ସରକାରୀ ଯନ୍ତ୍ରୀ ନରେଶ ସେଠି ଙ୍କୁ ପଚାରିବାରୁ ସେ କହିଲେ ଏ ବାବଦରେ ଆମେ ଅବଗତ ଅଛୁ| ଏ ବାବଦରେ ବିଭାଗକୁ ଜଣେଇ ଦିଆଯାଇଛି , ସେ କହିଛନ୍ତି ଅନୁଦାନ ଆସିଲେ ବର୍ଷା ଋତୁ ପୂର୍ବରୁ ପଙ୍କ ଉଦ୍ଧାର ସହ ସମସ୍ତ କାର୍ଯ୍ୟ କରାଯିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି