PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା : ସଂଗଠନ ଛାଡ଼ିଥିବା ମାଓବାଦୀ ପ୍ରଫୁଲ୍ଲ ପରିଚ୍ଛାକୁ ଗିରଫ କଲା ଅଡ଼ବା ପୋଲିସ, ଥାନାରେ ରହିଛି ୭ ମାମଲା
  • ||
  • ବୌଦ୍ଧ : ବୌଦ୍ଧ ୫୭ନଂ ଜାତୀୟ ରାଜପଥ ଖୁଣ୍ଟବନ୍ଧ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ
  • ||
  • ଭୁବନେଶ୍ବର : ପିପିଲି ଟୋଲ ପ୍ଲାଜା ନିକଟରେ ଓଲଟିଲା ବସ୍, ଜଣେ ମୃତ ଓ ୨୦ଆହତ
  • ||
  • ନୟାଗଡ଼ : ବାଘ ଶୀକାର କରି ଫଟୋ ଉଠାଇବା ପଡ଼ିଲା ମହଙ୍ଗା, ୫ ବର୍ଷ ପରେ ଧରାପଡ଼ିଲା ବାଘ ଶିକାରୀ
  • ||
  • ବାରିପଦା : ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୨୭ ହଜାର ହେକ୍ଟରରୁ ଉର୍ଦ୍ଧ୍ଵ ଜମିକୁ ମିଳିବ ଜଳସେଚନ ସୁବିଧା
  • ||
  • ଉଦଳା : ଉଦଳା ଏନଏସି ଅଧୀନ ୱାର୍ଡ ନମ୍ବର ୩ରେ ଥିବା ଅଙ୍ଗନବାଡି କେନ୍ଦ୍ରରେ କୃମି ଔଷଧ ଖାଇ ଶିଶୁ ପୁତ୍ର ଗୁରୁତର , ଡାକ୍ତରଖାନାରେ ଭର୍ତ୍ତି
  • ||
  • ସମ୍ବଲପୁର : ହୀରାକୁଦର ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ସମ୍ଭାବନା, ସତର୍କ ସୂଚନା ଜାରି କଲା ପ୍ରଶାସନ
  • ||
  • ପାଟଣା : ଘର ଉପରେ ମାଡ଼ି ବସିଲା ବିରାଟକାୟ ବଉଳ ବୃକ୍ଷ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ
  • ||
  • ପୁରୀ : ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ଉତ୍ସବ, ବୀରଡୋରିରେ ଦୁଇ ଭାଇଙ୍କ ହାତରେ ୬ ଥାକିଆ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା
  • ||
  • ପାଟଣା : ଚୋରାଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ, ଶାଳ କାଠ ବୋଝେଇ ସ୍କର୍ପିଓ ଜବତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ଆଶଙ୍କା
  • ||
  • ଭଦ୍ରକ : ଫୁଲୁଛି ବୈତରଣୀ ଓ ସାଳନ୍ଦୀ, ହଦଗଡ଼ ଡ୍ୟାମ୍‌ରୁ ୨ଟି ଗେଟ୍ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ
  • ||

ସ୍ମାର୍ଟ ହେବ ପ୍ରମୁଖ ରାଜପଥ: ୬ଟି ରୁଟର ୬୦୦ କିମି ରାସ୍ତାକୁ ଜଗିବ ସିସିଟିଭି ଓ ହାଇଟେକ ଟେକ୍ନୋଲୋଜି, ଖର୍ଚ୍ଚ ହେବ ୩୫୦ କୋଟି ଟଙ୍କା

ଭୁବନେଶ୍ୱର,୨୪/୦୬: ରାଜ୍ୟର ୬ଟି ପ୍ରମୁଖ ରାଜପଥରେ ସ୍ମାର୍ଟ ହେବ ଟ୍ରାଫିକ ପରିଚାଳନା । ସ୍ୱୟଂଚାଳିତ ବ୍ୟବସ୍ଥା ହେବ କାର୍ଯ୍ୟକ୍ଷମ । ୬ଟି ରୁଟର ମୋଟ ୬୦୦ କିଲୋମିଟର ରାସ୍ତାକୁ ଜଗିବ ସିସିଟିଭି ଓ ହାଇଟେକ ଟେକ୍ନୋଲୋଜି । ଏ ରାସ୍ତା ଦେଇ ଯାଉଥିବା ଗାଡ଼ିମୋଟର ନିୟମ ଭାଙ୍ଗିଲେ ଆପେ କଟିଯିବ ଚାଲାଣ । ପୁଲିସ କିମ୍ବା ପରିବହନ କର୍ମଚାରୀ ଜଗିବା ଦରକାର ପଡ଼ିବେନି । ହାଇଟେକ ଟ୍ରାଫିକ ବ୍ୟବସ୍ଥାରେ ହେବ ପରିଚାଳନା ।

ଭୁବନେଶ୍ୱର-ପୁରୀକୁ ସଂଯୋଗ କରୁଥିବା ୬୯.୨୫ କିମି ରାସ୍ତା, ପାଣିକୋଇଲି-ବାରିପଦା ୧୫୯.୧ କିମି ରାସ୍ତା, କଟକ-ପାରାଦୀପ ୯୦ କିମି ରାସ୍ତା, ବ୍ରହ୍ମପୁର-ଭଞ୍ଜନଗର ୮୦ କିମି, ଡୁବୁରି-ପାରାଦୀପ ୧୩୨.୫ କିମି, ବାଲେଶ୍ୱର-ଲକ୍ଷ୍ମଣନାଥ ୬୧.୯ କିମି ରାଜପଥରେ ଟ୍ରାଫିକ ପରିଚାଳନାକୁ ହାଇଟେକ କରାଯିବ । ଏହି ୬ଟି ପ୍ରମୁଖ ରାସ୍ତାରେ ଟ୍ରାଫିକ ନିୟମ ଭଙ୍ଗ କରୁଥିବା ଗାଡ଼ିଗୁଡ଼ିକୁ ଧରିବା ଓ ଜରିମାନାରେ ଦଣ୍ଡିତ କରିବା ଲାଗି ଇଣ୍ଟେଲିଜେଣ୍ଟ ମ୍ୟାନେଜମେଣ୍ଟ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବ । ଏଥିପାଇଁ ଖର୍ଚ୍ଚ ହେବ ୩୫୦ କୋଟି ଟଙ୍କା ।

ଏଭଳି ଅତ୍ୟାଧୁନିକ ବ୍ୟବସ୍ଥାରେ ଏସବୁ ରାସ୍ତାରେ ସିସିଟିଭି ଖଞ୍ଜାଯିବ । ଜିପିଏସ୍‌ ଟେକ୍ନୋଲୋଜି ବ୍ୟବହାର କରାଯିବ । ଏ ରାସ୍ତା ଦେଇ ଯାଉଥିବା ଗାଡ଼ିମୋଟର ଉପରେ ପୂରା ନଜର ରଖାଯିବ । ସ୍ମାର୍ଟ ଟ୍ରାଫିକ ସିଗନାଲ ସ୍ଥାନେ ସ୍ଥାନେ କାର୍ଯ୍ୟକାରୀ ହେବ । ତାରବିହୀନ ଟେକ୍ନୋଲୋଜି ବ୍ୟବହାର କରି ସେନସର ଲଗାଯିବ । ଯିଏ ବି ନିୟମ ଭାଙ୍ଗିବ, ତୁରନ୍ତ ଜଣାପଡ଼ିଯିବ । ସିଗନାଲ ପହଞ୍ଚିଯିବ କଣ୍ଟ୍ରୋଲ ରୁମ୍‌ରେ । ଗାଡ଼ିର ନମ୍ବରକୁ ଜିପିଏସ ଓ ସ୍ମାର୍ଟ କ୍ୟାମେରା ମାଧ୍ୟମରେ ଯାଞ୍ଚ କରାଯାଇ ଗାଡ଼ି ମାଲିକଙ୍କ ନାଁରେ ଚାଲାଣ କଟାଯିବ । ରାସ୍ତାରେ ଯାହା ବି ନିୟମ ଭଙ୍ଗାଯିବ, ପୁଲିସ ଜାଣିପାରିବ । କୌଣସି ସ୍ଥାନରେ ପୁଲିସ କର୍ମଚାରୀ, ଆରଟିଓ କର୍ମଚାରୀ ଜଗିବା ଆବଶ୍ୟକ ହେବନି । ଏସବୁ ରାସ୍ତାରେ ବହୁଳ ମାତ୍ରାରେ ଗାଡ଼ିମୋଟର ଚଳାଚଳ କରୁଥିବାରୁ ଦୁର୍ଘଟଣାଜନିତ କ୍ଷୟକ୍ଷତି ଆଶଙ୍କା ଅଧିକ । ଦୁର୍ଘଟଣା ରୋକିବା ସହ ଗାଡ଼ି ଚଳାଚଳକୁ ଶୃଙ୍ଖଳିତ କରିବା ନେଇ ପରିବହନ ବିଭାଗ ଏଭଳି ଯୋଜନା କରିଛନ୍ତି ।

  ୨୦୨୨-୨୩ରେ ଏହି କାମ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟ ସରକାର ଭିତ୍ତିଭୂମି ବିକାଶ ପାଇଁ ଏହି ପ୍ରକଳ୍ପକୁ ହାତକୁ ନେବାକୁ ବିଚାର ଚଳାଇଛନ୍ତି । ଏ ନେଇ ବିଚାର ବିମର୍ଷ ଚାଲିଛି । ଗତ ୧୮ ତାରିଖରେ ଏ ନେଇ ବୈଠକ ବସିଥିଲା । ଏ ପ୍ରକଳ୍ପ କାମକୁ ବର୍ଷକରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ସମ୍ବନ୍ଧିତ ଖବର