ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ସୋଆରେ ସ୍ମାର୍ଟ ଇଣ୍ଡିଆ ହାକାଥନ୍‌ ଉଦ୍‌ଘାଟିତ: ୩୬ ଘଣ୍ଟାର ପ୍ରତିଯୋଗିତା, ଦୌଡ଼ରେ ୩୫ ଟିମ୍‌

ଭୁବନେଶ୍ୱର,୨ା୩(ବ୍ୟୁରୋ): ହାତରେ ୩୬ ଘଣ୍ଟାର ସମୟ । ୟା ଭିତରେ କିଛି ନୂଆ ଟେକ୍ନୋଲୋଜି ଉଦ୍ଭାବନ କରିବାକୁ ପଡି଼ବ । ଏମିତି ଲକ୍ଷ୍ୟରେ ଦୌଡୁ଼ଛନ୍ତି ୩୫ଟି ଟିମ୍‌ । କମ୍ପ୍ୟୁଟର ସହାୟତାରେ ମୋଟ ୨୮୮ ପ୍ରତିଯୋଗୀ ନୂଆ ସଫ୍ଟୱେର ବନାଉଛନ୍ତି । ଯାହାକି ସଡ଼କ ଓ ପରିବହନର ସମସ୍ୟା ହଟାଇବା ଦିଗରେ ଆଗାମୀ ପିଢ଼ିଙ୍କୁ ସହାୟକ ହୋଇପାରିବ । ଏଭଳି କିଛି ନୂଆ ଚିନ୍ତାଧାରା ସନ୍ଧାନରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ୟୁନିଭର୍ସିଟିରେ ଆରମ୍ଭ ହୋଇଛି ସ୍ମାର୍ଟ ଇଣ୍ଡିଆ ହାକାଥନ୍‌-୨୦୧୯ର ତୃତୀୟ ସଂସ୍କରଣ ।
କେନ୍ଦ୍ର ସଡ଼କ ପରିବହନ, ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଛି । ଏହାର ଥୀମ୍‌ ରହିଛି ‘ସଡ଼କ ଓ ପରିବହନ’ । ଏଥିସମ୍ପର୍କୀତ ୯ଟି ସମସ୍ୟାକୁ ନେଇ ପ୍ରତିଯୋଗୀମାନେ ନୂଆ ସଫ୍ଟୱେର ବନାଇବାରେ ଲାଗିଛନ୍ତି । ମାନବସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଜୟପୁର ସ୍ଥିତ ଜେଇସିଆର୍‌ସି ୟୁନିଭର୍ସିଟିରୁ ଭିଡିଓ କନ୍‌ଫରେନ୍ସରେ ପ୍ରତିଯୋଗୀଙ୍କୁ ଉତ୍ସାହିତ କରି କହିଛନ୍ତି, ସାମ୍ନାରେ ଦେଖାଯାଉଥିବା ସମସ୍ୟାକୁ ପ୍ରଥମେ ପରଖ । ପରେ ସଠିକ୍‌ ଚିନ୍ତା, ଅଧ୍ୟୟନ କରି ଏଭଳି ଏକ ଚିନ୍ତାଧାରା ସୃଷ୍ଟି କର, ଯାହାକି ଆଗକୁ ସମାଧାନର ଏକ ନୂଆ ବାଟ ଦେଖାଇବ । ଏହା ବିଶ୍ୱର ସବୁଠାରୁ ବଡ଼ ହାକାଥନ୍‌ । ଏଥିରେ ପ୍ରତିଭା ପ୍ରତିପାଦନ କରି ବିଶ୍ୱଦରବାରରେ ‘ନୂଆ ଭାରତ’ର ପରିଚୟ ସୃଷ୍ଟି କରିବାକୁ ସେ ଆହ୍ୱାନ ଦେଇଛନ୍ତି ।
ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ସାରା ବିଶ୍ୱରେ ଭାରତର ଅବଦାନ ସମ୍ପର୍କରେ ଶ୍ରୀ ଜାଭଡେକର କହିଛନ୍ତି, ଭାରତର ଆଇଟି ଛାତ୍ରଛାତ୍ରୀଙ୍କୁ କାହିଁକି ଅଧିକ ନିଯୁକ୍ତି ଦେଉଛନ୍ତି ବୋଲି ସେ ଦିନେ ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସଙ୍କୁ ପଚାରିଥିଲେ । ଏହାର ଉତ୍ତରରେ ବିଲ୍‌ ଗେଟ୍‌ସ କହିଥିଲେ, ଯଦି ସେ ନିଯୁକ୍ତି ନ ଦେବେ, ଏମାନେ ଭାରତରେ ଆଉ ଏକ ମାଇକ୍ରୋସଫ୍ଟ ନିର୍ମାଣ କରିଦେବେ । ଜୁନ୍‌ ମାସରେ ହାର୍ଡୱେର ହାକାଥନ୍‌ ଆୟୋଜନ କରାଯିବ । ଚଳିତ ହାକାଥନ୍‌ର ସଫଳ ପ୍ରତିଯୋଗୀଙ୍କୁ ଚିହ୍ନଟ କରାଯାଇ କ୍ରେଡିଟ୍‌ ପଏଣ୍ଟ ଦିଆଯିବ ବୋଲି ଶ୍ରୀ ଜାଭଡ଼େକର କହିଥିଲେ । ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀଙ୍କ ସହ କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ସଚିବ ଆର୍‌. ସୁବ୍ରମଣ୍ୟମ୍‌ ଏବଂ ଏଆଇସିଟିଇର ଅଧ୍ୟକ୍ଷ ପ୍ରଫେସର ଅନୀଲ୍‌. ଡି. ସହସ୍ରବୁଧେ ଉପସ୍ଥିତ ଥିଲେ ।
ସୋଆର ନୋଡାଲ ସେଣ୍ଟରରେ ସୋଆ କୁଳପତି ପ୍ରଫେସର ଅମିତ୍‌ ବାନାର୍ଜୀ ମୁଖ୍ୟ ଅତିଥି ଭାବେ ଏହି ହାକାଥନ୍‌କୁ ଉଦ୍‌ଘାଟନ କରିଥିଲେ । ରିସର୍ଚ୍ଚ ଆଣ୍ଡ ଡେଭଲପ୍‌ମେଣ୍ଟ ଡିନ୍‌ ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ନିର୍ଦ୍ଦେଶକ ମାନସ କୁମାର ମଲ୍ଲିକ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ ।
କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ, ଅଲ୍‌ ଇଣ୍ଡିଆ କାଉନ୍‌ସିଲ୍‌ ଫର୍‌ ଟେକ୍‌ନିକାଲ୍‌ ଏଜୁକେସନ୍‌, ଇଣ୍ଟର ଇନ୍‌ଷ୍ଟିଚ୍ୟୁସ୍ନାଲ୍‌ ଇନ୍‌କ୍ଲୁସିଭ୍‌ ଇନୋଭେସନ୍‌ ସେଣ୍ଟର ଏବଂ ପର୍‌ସିସ୍‌ଣ୍ଟେଟ ସିଷ୍ଟମ୍‌ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ୩୬ ଘଣ୍ଟିଆ ଅବିରାମ ପ୍ରତିଯୋଗିତା ଚାଲିଛି । ଦେଶବ୍ୟାପୀ ୪୮ଟି ନୋଡାଲ୍‌ ସେଣ୍ଟରରେ ମୋଟ ୧୪ ହଜାର ପ୍ରତିଯୋଗୀ ଭାଗ ନେଇଛନ୍ତି । ୪୮ଟି ନୋଡାଲ୍‌ ସେଣ୍ଟର ମଧ୍ୟରେ ସୋଆ ରହିଛି । ଗତବର୍ଷ ହାକାଥନ୍‌ରେ ଭାଗ ନେଇଥିବା ୪୦ ହଜାର ପ୍ରତିଯୋଗୀ ମୋଟ ୧୯ଟି ସମସ୍ୟାର ସମାଧାନ କରିପାରିଥିଲେ ।
ସ୍ମାର୍ଟ ଇଣ୍ଡିଆ ହାକାଥନ୍‌-୨୦୧୯ର ଥିମ୍‌ ରହିଛି ସ୍ମାର୍ଟ କମ୍ୟୁନିକେସନ୍‌, ହେଲ୍‌ଥ କେୟାର ଏବଂ ବାୟୋମେଡିକାଲ୍‌ ଡିଭାଇସେସ୍‌, ଏଗ୍ରିକଲ୍‌ଚର୍‌ ଏବଂ ରୁରାଲ୍‌ ଡେଭଲପ୍‌ମେଣ୍ଟ, ସ୍ମାର୍ଟ ଭେଇକିଲ୍‌, ଫୁଡ ଟେକ୍ନୋଲୋଜି, ରୋବୋଟିକ୍ସ ଆଣ୍ଡ ଡ୍ରୋନ୍‌, ୱେଷ୍ଟ ମ୍ୟାନେଜମେଣ୍ଟ, କ୍ଲିନ୍‌ ୱାଟର୍‌ , ରିନ୍ୟୁଏବଲ୍‌ ଏନର୍ଜି, ସିକ୍ୟୁରିଟି ଆଣ୍ଡ ସର୍ଭେଲାନ୍ସ, ହସ୍ପିଟାଲିଟି, ଫାଇନାନ୍ସିଆଲ୍‌ ସର୍ଭିସେସ୍‌, ଏଣ୍ଟରଟେନ୍‌ମେଣ୍ଟ, ଟୁରିଜିମ୍‌ ଓ ରିଟେଲ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.