PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଲାଗିଲା ତିନି ରଥ
  • ||
  • ଜଳେଶ୍ବର : ରଥଟଣାବେଳେ ଲାଗିଲା ବିଦ୍ୟୁତ ତାର, ଜଣେ ମୃତ ଓ ୭ ଗୁରୁତର
  • ||
  • ସମ୍ବଲପୁର : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ପିଶାଚ ସ୍ଵାମୀ
  • ||
  • ଭୁବନେଶ୍ଵର : ନିଅଣ୍ଟିଆ ଜୁନ, ଆସୁଛି ଦୁଇଟି ଲଘୁଚାପ, ୪ରୁ ବଢ଼ିବ ବର୍ଷା
  • ||
  • ପୁରୀ : ସୁଦର୍ଶନଙ୍କ ବାଲୁକାକଳା ରେକର୍ଡ, ପୁରୀ ବେଳାଭୂମିରେ ତିଆରି କଲେ ୧୨୫ ବାଲି ରଥ
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ରୁତ ଗତିରେ ବଢ଼ିଲା କରୋନା, ୨୦୦ ଟପିଲା ଦୈନିକ ସଂକ୍ରମଣ
  • ||
  • ଭୁବନେଶ୍ଵର : ଅଧାରେ ରହିଗଲା ପୁରୀ ଯାତ୍ରା, ରଥଯାତ୍ରାରେ ଆରପାରିକୁ ଚାଲିଗଲେ ବରିଷ୍ଠ ଫଟୋଗ୍ରାଫର ଅଶୋକ ପଣ୍ଡା
  • ||
  • ଭୁବନେଶ୍ଵର : ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
  • ||

ସ୍ମାର୍ଟ ଇଣ୍ଡିଆ ହାକାଥନ୍‌ର ୪୮ଟି ନୋଡାଲ୍‌ ସେଣ୍ଟର୍‌ ମଧ୍ୟରେ ସୋଆ ସାମିଲ୍‌; ଉଦ୍‌ଘାଟନ କରିବେ ରାଜ୍ୟପାଳ

ଭୁବନେଶ୍ୱର,୧ ।୩(ବ୍ୟୁରୋ): ସ୍ମାର୍ଟ ଇଣ୍ଡିଆ ହାକାଥନ୍‌ (ଏସ୍‌.ଆଇ.ଏଚ୍‌-୨୦୧୯)ର ତୃତୀୟ ସଂସ୍କରଣରେ ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଡିମଡ୍‌ ଟୁ ବି ୟୁନିଭର୍ସିଟିକୁ ନୋଡାଲ୍‌ ସେଣ୍ଟର୍‌ ଭାବେ ମନୋନୀତ କରାଯାଇଛି । ସାରା ଦେଶର ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନିତିଦିନିଆ ଜୀବନରେ ଘଟୁଥିବା ସମସ୍ୟାର ସମାଧାନ କରିବାପାଇଁ ଛାତ୍ରଛାତ୍ରୀମାନଙ୍କୁ ଏକ ପ୍ଲାଟଫମ୍‌ର୍ ଦେବା ଲକ୍ଷ୍ୟରେ ଆସନ୍ତାକାଲି ସାରା ଦେଶରେ ଏକା ସାଙ୍ଗରେ ଆୟୋଜିତ ହେବାକୁ ଯାଉଛି ସ୍ମାର୍ଟ ହାକାଥନ୍‌ ।
କେନ୍ଦ୍ର ମାନବ ସମ୍ୱଳ ମନ୍ତ୍ରଣାଳୟ, ଅଲ ଇଣ୍ଡିଆ କାଉନସିଲ୍‌ ଫର ଟେକ୍ନିକାଲ ଏଜୁକେସନ (ଏଆଇସିଟିଇ), ଇଣ୍ଟର ଇନଷ୍ଟିଚ୍ୟୁସନାଲ୍‌ ଇନକ୍ଲୁସିଭ ଇନୋଭେସନ୍‌ ସେଣ୍ଟର୍‌ (ଆଇ୪ସି) ଏବଂ ପରସିଷ୍ଟେଣ୍ଟ୍‌ ସିଷ୍ଟମ୍‌ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତା ଆସନ୍ତାକାଲି(ଶନିବାର) ସକାଳ ୮ଟା ୩୦ ରେ ଆରମ୍ଭ ହୋଇ ୩୬ ଘଣ୍ଟା ପର୍ଯ୍ୟନ୍ତ ଚାଲିବ । ଏହି ପ୍ରତିଯୋଗିତାରେ ପ୍ରାୟ ୨ ଲକ୍ଷ ଛାତ୍ରଛାତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ସେମାନଙ୍କୁ ବିଭିିନ୍ନ ଟିମ୍‌ରେ ବିଭକ୍ତ କରାଯାଇଛି । କେନ୍ଦ୍ର ସରକାରଙ୍କର ପ୍ରାୟ ୧୮ ଟି ବିଭାଗ ଏହି ସ୍ମାର୍ଟ ହାକାଥନ୍‌ର ଆୟୋଜନରେ ସାମିଲ୍‌ ହୋଇଛନ୍ତି ।
ସମାଜର ତଥା ବିଭିନ୍ନ କ୍ଷେତ୍ରରେ ଉପୁଜୁଥିବା ସମସ୍ୟାର ସମାଧାନ କରିବା ପାଇଁ ଆୟୋଜିତ ଏହି ସ୍ମାର୍ଟ ହାକାଥନ୍‌ର ଅନ୍ୟତମ ନୋଡାଲ୍‌ ସେଣ୍ଟର ସୋଆ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ସୋଆ ପରିଚାଳିତ ଆଇଟିଇଆର୍‌ ପରିସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶନିବାର ସକାଳେ ଉଦ୍‌ଘାଟନ କରିବେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଭିଡ଼ିଓ କନଫରେନ୍ସିଂ ଜରିଆରେ ଶନିବାର ସକାଳେ ଉଦବୋଧନ ଦେବେ ।ସୋଆରେ ଆୟୋଜିତ ହେବାକୁ ଥିବା ହାକାଥନ୍‌କୁ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଆୟୋଜନ କରିଥିବା ବେଳେ ୩୬ ଟି ଟିମ୍‌ରେ ବିଭକ୍ତ ୨୮୮ ଜଣ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଭାଗ ନେବେ । ଏହି ହାକାଥନ୍‌କୁ ଆୟୋଜନ କରିବାପାଇଁ ଦେଶବ୍ୟାପି ୪୮ ଟି ନୋଡାଲ୍‌ ସେଣ୍ଟର୍‌ ମନୋନୀତ କରାଯାଇଛି । ହାକାଥନ୍‌ରେ ଯୋଗଦେଇଥିବା ଛାତ୍ରଛାତ୍ରୀମାନେ ପ୍ରଯୁକ୍ତି କ୍ଷେତ୍ରରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡିକରେ ଉପୁଜୁଥିବା ସମସ୍ୟା ଉପରେ କାର୍ଯ୍ୟ କରିବେ । ୨୦୧୭ ଏବଂ ୨୦୧୮ରେ ଆୟୋଜିତ ହାକାଥନ୍‌ ଖୁବ୍‌ ସଫଳତା ପାଇଥିଲା । ସ୍ମାର୍ଟ ଇଣ୍ଡିଆ ହାକାଥନ୍‌ -୨୦୧୯ର ଥିମ୍‌ ରହିଛି ସ୍ମାର୍ଟ କମ୍ୟୁନିକେସନ୍‌, ହେଲଥ୍‌ କେୟାର୍‌ ଏବଂ ବାୟୋମେଡିକାଲ୍‌ ଡିଭାଇସେସ୍‌, ଏଗ୍ରିକଲଚର ଏବଂ ରୁରାଲ୍‌ ଡେଭେଲପମେଣ୍ଟ୍‌, ସ୍ମାର୍ଟ ଭେହିକିଲ୍‌, ଫୁଡ୍‌ ଟେକ୍ନୋଲଜି, ରୋବୋଟିକ୍ସ ଆଣ୍ଡ ଡ୍ରୋନ୍‌, ୱେଷ୍ଟ ମ୍ୟାନେଜମେଣ୍ଟ୍‌, କ୍ଲିନ ୱ୍ୟାଟର୍‌, ରିନ୍ୟୁବଲ୍‌ ଏନର୍ଜି, ସିକୁରିଟି ଆଣ୍ଡ ସର୍ଭେଲାନ୍ସ ଏବଂ ହସପିଟାଲିଟି, ଫାଇନାନ୍ସିଆଲ୍‌ ସର୍ଭିସେସ୍‌, ଏଣ୍ଟରଟେନମେଣ୍ଟ, ଟୁରିଜିମ୍‌ ଓ ରିଟେଲ୍‌ । ଏହି ହାକାଥନ୍‌ ପାଇଁ ଦେଶବ୍ୟାପୀ ପ୍ରାୟ ୪୨୦୦୦ ଟିମ୍‌ ପଞ୍ଜିକୃତ ହୋଇସାରିଥିବା ବେଳେ ପ୍ରାୟ ୫୭୦୦୦ ଚିନ୍ତାଧାରା ସମ୍ୱଳିତ ପତ୍ର ପ୍ରଦାନ କରାଯାଇଛି । ସର୍ବାଧିକ ମହାରାଷ୍ଟ୍ରର ୨୮୫ ଟି ଟିମ୍‌ ଯୋଗଦେବା ନିମନ୍ତେ ପଞ୍ଜିକୃତ ହୋଇଥିବା ବେଳେ ତାମିଲନାଡୁର ୨୪୧ ଟି ଏବଂ ଦିଲ୍ଲୀର ୧୧୨ ଓ ଓଡ଼ିଶାରେ ୩୨ଟି ଟିମ୍‌ ପଞ୍ଜିକୃତ ହୋଇଛନ୍ତି ।