ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର

ଝାରସୁଗୁଡ଼ା, ୨୮/୧୧ : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା। ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର। ଗୁରୁତର ଶ୍ରମିକ ଜଣଙ୍କ ହେଲେ ମହାବୀର ମାଝୀ। ମହାବୀରଙ୍କ ଶରୀରର ୭୦ ପ୍ରତିଶତ ଜଳି ଯାଇଛି। ତାଙ୍କୁ ପ୍ରଥମେ ବୁର୍ଲାରେ ଭର୍ତ୍ତି କରାଯାଇଥିଲା। ହେଲେ ପରେ ସ୍ୱାସ୍ଥ୍ୟାବସ୍ଥା ବିଗୁଡ଼ିବାରୁ ତାଙ୍କୁ ରାଉରକେଲା ଆଇଯିଏଚ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ସୂଚନାନୁଯାୟୀ, ରବିବାର ରାତିରେ ଏସଏମସି କାରଖାନାର ବ୍ଲାଷ୍ଟ ଫର୍ଣ୍ଣେଶରେ କାର୍ଯ୍ୟ କରୁଥିବା ବେଳେ ମହାବୀର ମାଝୀଙ୍କ ଉପରେ ଏକ ଉତ୍ତପ୍ତ ଲୁହା ପିଣ୍ଡ ପଡ଼ିଯାଇଥିଲା। ଫଳରେ ତାଙ୍କ ଶରୀରର ୭୦ ଭାଗ ଜଳି ଯାଇଥିଲା। ତାଙ୍କୁ ପ୍ରଥମେ ବୁର୍ଲାରେ ଭର୍ତ୍ତି କରାଯାଇଥିଲା। ହେଲେ ପରେ ସ୍ୱାସ୍ଥ୍ୟାବସ୍ଥା ବିଗୁଡ଼ିବାରୁ ତାଙ୍କୁ ରାଉରକେଲା ଆଇଯିଏଚ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତେବେ କାରଖାନାରେ ନିରାପତ୍ତା ନିୟମ ପାଳନ କରାଯାଉନାହିଁ। ବହୁ ସମୟରେ ଶ୍ରମିକମାନେ ପୋଡି ହୋଇ ମରୁଛନ୍ତି। ବାରମ୍ଵାର ଏଭଳି ଦୁର୍ଘଟଣା ଘଟୁଛି ବୋଲି ଶ୍ରମିକମାନେ ଅଭିଯୋଗ କରିଛନ୍ତି।