୪୦ ବର୍ଷ ପରେ ଦୁଃଖ ବଖାଣିଲେ ସ୍ମୃତି ଇରାନୀ, କହିଲେ କାହିଁକି ଅଲଗା ହୋଇଥିଲେ ବାପା-ମା’

ndtv
ନୂଆଦିଲ୍ଲୀ ୩୦/୦୩ : ଅଭିନେତ୍ରୀ ତଥା ରାଜନେତା ସ୍ମୃତି ଇରାନୀଙ୍କୁ ‘କ୍ୟୁଙ୍କି ସାସ୍ ବି କଭି ବହୁ ଥି’ ରୁ ଲୋକପ୍ରିୟତା ମିଳିଥିଲା। ଆଜି ଅଭିନେତ୍ରୀ ଟିଭିଠାରୁ ଦୂରରେ ରାଜନୈତିକ ଦୁନିଆରେ ପ୍ରସିଦ୍ଧ। ଯଦିଓ ଅଭିନେତ୍ରୀ ବର୍ତ୍ତମାନ ସଫଳ, କିନ୍ତୁ ଏଠାରେ ପହଞ୍ଚିବା ପାଇଁ କଠିନ ପରିଶ୍ରମ କରିଛନ୍ତି। ସେ ତାଙ୍କ ଜୀବନରେ କେବଳ ଆର୍ଥିକ ସଙ୍କଟ ଦେଖି ନାହାଁନ୍ତି, ବରଂ ତାଙ୍କ ବାପାମାଙ୍କୁ ଅଲଗା ହେବାର ମଧ୍ୟ ଦେଖିଛନ୍ତି। ବାପାମା ଅଲଗା ହେବା ସମୟରେ ତାଙ୍କୁ ମାତ୍ର ୭ ବର୍ଷ ହୋଇଥିଲା। ୪୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏ ବିଷୟରେ ସ୍ମୃତି ଖୋଲାଖୋଲି ଭାବେ କହିଛନ୍ତି।
ନୀଲେଶ ମିଶ୍ରାଙ୍କ ସହ ବାର୍ତ୍ତାଳାପରେ ସ୍ମୃତି ଇରାନୀ ତାଙ୍କ ବାପାମାଙ୍କ ଅଲଗା ହେବା ବିଷୟରେ କହିଛନ୍ତି। ସେ କହିଛନ୍ତି ତାଙ୍କ ବାପା ପଞ୍ଜାବୀ-ଖତ୍ରୀ ଏବଂ ମାତା ବଙ୍ଗାଳୀ-ବ୍ରାହ୍ମଣ। ତାଙ୍କ ବାପାମା ସେମାନଙ୍କ ପରିବାର ବିରୁଦ୍ଧରେ ଯାଇ ପ୍ରେମ ବିବାହ କରିଥିଲେ। ସ୍ମୃତି କହିଛନ୍ତି, ‘ଯେତେବେଳେ ସେ ବିବାହ କରିଥିଲେ ତାଙ୍କ ପାଖରେ ମାତ୍ର ୧୫୦ ଟଙ୍କା ଥିଲା। ସେ ଗୋଶାଳାରେ ରହୁଥିଲେ। ମୁଁ ଲେଡି ହାର୍ଟିଙ୍ଗସ୍ ହସ୍ପିଟାଲରେ ହୋଇଥିଲି। ପରେ ଗୁରୁଗାଓଁ ସିପ୍ଟ ହୋଇଗଲୁ। ବହୁତ କମ୍ ଦମ୍ପତି ଅଛନ୍ତି ଯେଉଁମାନେ ସାମାଜିକ ଏବଂ ଆର୍ଥିକ ସମସ୍ୟାରୁ ଦୂରେଇ ରୁହନ୍ତି।‘
ସ୍ମୃତି ଆହୁରି କହିଛନ୍ତି, ‘ମୋ ମାଙ୍କୁ କୁହାଯାଇଥିଲା ଯେ ପରବର୍ତ୍ତୀ ସମୟରେ ଏକ ପୁତ୍ର ହେବ। ଆମ ଭଉଣୀମାନଙ୍କୁ ସୂଚାଇ ସେ କହିଥିଲେ ଯେ ଏହା ମୋ ପାଇଁ ଯଥେଷ୍ଟ। ମୋତେ ୪୦ ବର୍ଷ ଲାଗିଗଲା ଏହା କହିବାକୁ ଯୋ ମୋର ପିତାମାତା ଅଲଗା ଅଛନ୍ତି। ସେହି ସମୟରେ ଆମକୁ ଘୃଣାଭାବରେ ଦେଖାଯାଉଥିଲା, କିନ୍ତୁ ବର୍ତ୍ତମାନ ମୁଁ ଜାଣିବାକୁ ପାଇଲି ଯେ ପକେଟରେ ମାତ୍ର ୧୦୦ ଟଙ୍କା ଧରି ବଞ୍ଚିବା ଏବଂ ଆମ ସମସ୍ତଙ୍କର ଯତ୍ନ ନେବା ସେମାନଙ୍କ ପାଇଁ କେତେ କଷ୍ଟସାଧ୍ୟ ଥିଲା। ମୋ ବାପା ଆର୍ମି କ୍ଲବ ବାହାରେ ବହି ବିକ୍ରି କରୁଥିଲେ। ମୁଁ ତାଙ୍କ ପାଖରେ ବସୁଥିଲି ଏବଂ ମୋ ଘରେ ଘରେ ବୁଲି ମସଲା ବିକ୍ରି କରୁଥିଲେ। ମୋ ବାପା ବେଶି ପାଠ ପଢିନଥିଲେ ଏବଂ ମା ଜଣେ ଗ୍ରାଜୁଏଟ୍ ଥିଲେ। ଏହା ମଧ୍ୟ ସେମାନଙ୍କ ମଧ୍ୟରେ ବିବାଦର କାରଣ ଥିଲା।’