ନୂଆଦିଲ୍ଲୀ,୨୫/୧୧; ଭାରତୀୟ ମହିଳା କ୍ରିକେଟର ସ୍ମୃତି ମାନ୍ଧନାଙ୍କ ବିବାହ ସଂଗୀତକାର ପଲାଶ ମୁଚ୍ଛଲଙ୍କ ସହ ରବିବାର ହେବାରେ ଥିଲା । ହେଲେ ସ୍ମୃତିଙ୍କ ବାପାଙ୍କ ଅସୁସ୍ଥତା ପାଇଁ ଅନଦ୍ଧିଷ୍ଟ କାଳ ପାଇଁ ବାହାଘରକୁ ସ୍ଥଗିତ କରାଯାଇଛି । ଏହାର ଗୋଟିଏ ଦିନ ପରେ ସ୍ମୃତି ମାନ୍ଧନା ବିବାହ ସମ୍ବିଦ୍ଧୀୟ ଯେପରି କି, ହଳଦୀ, ମେହେନ୍ଦୀ ଓ ସଙ୍ଗୀତ ସେରିମନୀର ସମସ୍ତ ଫଟୋ ସୋସିଆଲ ମିଡିଆରୁ ହଟାଇ ଦେଇଛି । ଯାହା ତାଙ୍କ ଫ୍ୟାନ୍ସଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି ।

ରବିବାର ମାନ୍ଧନାଙ୍କ ବିବାହ ପଳାଶଙ୍କ ସହ ମହାରାଷ୍ଟ୍ରର ସାଙ୍ଗଲିରେ ହେବାକୁ ଥିଲା । ହେଲେ ରବିବାର ସକାଳୁ ସ୍ମୃତିଙ୍କ ପିତା ଶ୍ରୀନିବାସ ମାନ୍ଧନାଙ୍କ ସ୍ୱାସ୍ଥ୍ୟା ହଠାତ୍ ଖରା ହୋଇଥିଲା । ଶ୍ରୀନିବାସ ଜଳଖିଆ ଖାଇସାରିବା ପରେ ତାଙ୍କୁ ହୃଦଘାତ ଲକ୍ଷଣ ଦେଖାଇଯାଇଥିବା ସୂଚନା ମିଳିଥିଲା । ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସେ ଡାକ୍ତୀର ନିରୀକ୍ଷଣରେ ଅଛନ୍ତି । ମାନ୍ଧନାଙ୍କ ପରିବାରର ଘନିଷ୍ଠ ତଥା ତାଙ୍କ ମ୍ୟାନେଜର ତୁହିନା ମିଶ୍ର କହିଛନ୍ତି, ସ୍ମୃତିଙ୍କ ପିତାଙ୍କ ସ୍ୱାସ୍ଥ୍ୟ ଠିକ୍ ନହେବା ଯାଏ ବାହାଘରକୁ ସ୍ଥଗିତ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି । ସ୍ମୃତି ଚାହାଁନ୍ତି ଯେ ତାଙ୍କ ବାପା ପ୍ରଥମେ ସୁସ୍ଥ ହୁଅନ୍ତୁ ଏବଂ ପରେ ବିବାହ କରିବେ । ଏପର କଷ୍ଟକର ସମୟରେ ପରିବାର ଗୋପନୀୟତା ପାଇଁ ଅନୁରୋଧ କରିଛନ୍ତି । ହେଲେ ସ୍ମୃତି ଇନଷ୍ଟାଗ୍ରାମରୁ ହଳଦୀ, ମେହେନ୍ଦୀ ଏବଂ ସଙ୍ଗୀତ ସେରିମନୀର ଫଟୋ ହଟାଇବା ନିଷ୍ପତ୍ତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।

ପଲକଙ୍କ ଭାବ ବିହ୍ୱଳ ପୋଷ୍ଟ- ବିବାହ ଟଳିବାକୁ ନେଇ ପଲାଶ ମୁଚ୍ଛଲଙ୍କ ଭଉଣୀ ତଥା କଣ୍ଠଶିଳ୍ପୀ ପଲକ ଭାବ ବିହ୍ୱଳ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି, '' ସ୍ମୃତି ମାନ୍ଧନାଙ୍କ ବାପାଙ୍କ ସ୍ୱାସ୍ଥ୍ୟ ଖରାପ ଥିବାରୁ ପାଲାଶର ବାହାଘର ସ୍ଥଗିତ କରାଯାଇଛି । ସମସ୍ତଙ୍କୁ ଅନୁରୋଧ କରୁଛି ଏହି ଗମ୍ଭୀର ସମୟରେ ପରିବାର ପ୍ରାଇଭେସି ବନାଇ ରଖନ୍ତୁ ।''

​​​​​​​