ଟଏଲେଟ୍ ରେ ବସିଥିବାବେଳେ ମହିଳାଙ୍କୁ ଚୋଟ ମାରିଲା ୫ଫୁଟ୍ ର ଅଜଗର

ମେଲ୍ବବଣ୍ଣ: ବ୍ରିସବେନ୍ଠାରେ ଜଣେ ଆତ୍ମୀୟଙ୍କ ଘରେ ଟଏଲେଟ୍ ସିଟ୍ରେ ବସିଥିବା ବେଳେ ଜଣେ ମହିଳାଙ୍କୁ ୫ଫୁଟ୍ ଲମ୍ତାର ଅଜଗର କାମୁଡ଼ି ପକାଇଛି। ହେଲେନ୍ ରିଚାର୍ଡସ୍ ନାମ୍ନାଙ୍କ ବୟସ ୫୯ । ମହିଳା ଜଣଙ୍କ ଲାଇଟ୍ ନ ଜଳାଇ ଟଏଲେଟ୍ ସିଟ୍ ରେ ବସିବା ପରେ ଜୋର୍ ରେ ଆଘାତ ଅନୁଭବ କରିଥିଲେ। ଛାନିଆରେ ସେ ଉଠି ପଡ଼ି ସୁଇଚ୍ ଟିପି ଦେବାରୁ ଦେଖିଲେ ଗୋଟିଏ ୫ଫୁଟ୍ ଲମ୍ବ ବେକ ଥିବା ଅଜଗର ସାପ। ମହିଳାଙ୍କ ଦେହରେ ମଧ୍ୟ ସେ ବିଷହୀନ ସର୍ପର ଦନ୍ତାଘାତ ଚିହ୍ନ ଥିଲା। ପରେ ଜଣେ ସରୀସୃପ ଧରାଳିଙ୍କୁ ଡକାଇବା ପରେ ଅଜଗରଟିକୁ ଟଏଲେଟରୁ ବାହାର କରାଯାଇଥିଲା। ସେ କହିଲେ କି, ଟଏଲେଟ୍ ଗୁଡ଼ିକରେ ସାପ ଦେଖାଯିବା ସାଧାରଣ ଘଟଣା। ମାତ୍ର ହେଲେନ୍ ଟଏଲେଟ୍ ସିଟ୍ ରେ ବସିଯିବା ପରେ ବାହାରିବା ବାଟ ବନ୍ଦ ହୋଇ ଯିବାରୁ ସରୀସୃପଟି ଜୀବନ ବିକଳେ ତାଙ୍କୁ ଆକ୍ରମଣ କରିଥିଲା।।