ନିମବାହାଳି,୨୫/୫: ଢେଙ୍କାନାଳ ବନଖଣ୍ଡ ମେରାମଣ୍ଡଳୀ ସେକ୍ସସନ ଅଧିନ ଗଉଡ଼ପଶି ଗାଁ ନିକଟରୁ ଏକ ୧୦ ଫୁଟ ଲମ୍ବର ଅଜଗର ସାପ ସହିତ ସାପ ଅଣ୍ଡା ଉଦ୍ଧାର ହୋଇଛି। ବନ ବିଭାଗ କର୍ମଚାରୀମାନେ ପହଞ୍ଚି ସେଗୁଡିକୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରିଛନ୍ତି।
ଗାଁ ନିକଟରେ ଏକ ବିରାଟକାୟ ସାପକୁ ଦେଖି ଲୋକେ ବନ ବିଭାଗକୁ ସୂଚନା ଦେଇଥିଲେ। ଖବରପାଇ ହାତୀ ସ୍କ୍ୱାର୍ଡ କର୍ମଚାରୀ ଦୀପକ ସାହୁ ଓ ସାଥୀ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିବା ସହିତ ୫୦ରୁ ଅଧିକ ସାପ ଅଣ୍ଡା ଗୁଡ଼ିକ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ସାପଟିକୁ କପିଳାସ ଚିଡିଆଖାନାକୁ ସ୍ଥାନାନ୍ତରିତ କରିଥିବା ନେଇ ବନ ବିଭାଗ ଉଦ୍ୟମ ଚଳାଇଥିବା ସୂଚନା ମିଳିଛି ।