PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଚଳନ୍ତା ବାଇକରେ କାମୁଡିଲା ନାଗ, ସଠିକ୍ ସମୟରେ ଚିକିତ୍ସା ହେବାରୁ ସୁକାନ୍ତ ଏବେ ସୁରକ୍ଷିତ

ଭୁବନେଶ୍ୱର ୧୯/୧୧: ନାଗ ସାପ କାମୁଡାରେ ସଠିକ୍ ସମୟରେ ଚିକିତ୍ସା ହେବାରୁ ରକ୍ଷା ପାଇଲେ ଯୁବକ । ଯୁବକ ଜଣକ ହେଉଛନ୍ତି ସୁକାନ୍ତ ସାମନ୍ତରାୟ । ସେ ବାଇକରେ ଯିବା ସମୟରେ ଅଚାନକ ତାଙ୍କୁ ଗୋଡକୁ କିଛି କାମୁଡିବା ଭଳି ମନେହେଲା । ସେ ଦେଖନ୍ତି ତ ଏକ ନାଗ ସାପ । ସେ ତୁରନ୍ତ ବାଇକ୍ ଫୋପାଡିଦେଇ ଗାଡିରୁ ଗଳିପଡିଲେ । ପାଖରେ ଥିବା ଲୋକେ ଧାଇଁ ଆସି ସୁକାନ୍ତକୁ ଖୋଲା ଯାଗାକୁ ନେଇଗଲେ । ତେବେ, ନାଗ ସାପକୁ ଦେଖିବା ପରେ ଆଉ ମୋଟର ସାଇକେଲକୁ କେହି ଉଠେଇଲେ ନାହିଁ ।

ସୁକାନ୍ତଙ୍କର ଦାଦା ପୁଅ ଭାଇ ଦିଲିପ ସାମନ୍ତରାୟ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରିଥିଲେ । ଡାକ୍ତର ପ୍ରଥମ ଡୋଜରେ ସୁକାନ୍ତଙ୍କୁ ୧୦ ଭାଏଲ ଆଣ୍ଟି ଭେନମ ଦେଇଥିଲେ । ସୁକାନ୍ତ ଅବସ୍ଥା ଏବ ଭଲ ଅଛି, ଏବଂ ସେ ସମ୍ପୂର୍ଣ୍ଣ ବିପଦ ମୁକ୍ତ ଅଛନ୍ତି । ଅନ୍ୟପଟେ ବାଇକରେ ସେମିତି ରହିଥିଲା ନାଗସାପ । ସ୍ଥାନୀୟ ଲୋକେ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଫୋନ କରି ଏଇ ଘଟଣା ବିଷୟରେ ଜଣେଇଥିଲେ । ଖବର ପାଇ ସ୍ଥାନୀୟ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ କୁମାର ବେହେରା ସାପକୁ ଉଦ୍ଧାର କରିଥିଲେ । କିନ୍ତୁ ଚେନ ଷ୍ପକେଟରେ ପେଶୀ ହୋଇଯାଇଥିବାରୁ ସାପଟି ଆହତ ହୋଇଥିଲା । ସାପଟିର ଲମ୍ବ ପ୍ରାୟ ୩ ଫୁଟ ହେବ । ସୁଶାନ୍ତ ବେହେରା କହିଛନ୍ତି “ସାପଟିକୁ ମୁଁ ଉଦ୍ଧାର କରିଲି ସତ କିନ୍ତୁ, ଯେହେତୁ ସାପର ଲାଙ୍ଗୁଳ ପଟୁ ଚେନ ଓ ଲିଭର ମଝିରେ ପେଶୀ ହୋଇ ତାର ଅନ୍ତଃବୁଜୁଳା ବାହାରି ପଡିଥିଲା, ତାହା ଆଉ ବଞ୍ଚିବା ଅସମ୍ଭବ” । ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କୁହନ୍ତି “ଏଇ ଭଳି ଚଳନ୍ତା ମୋଟର ସାଇକେଲରେ କାହାକୁ ନାଗ ସାପ କାମୁଡିବା ସମ୍ଭବତଃ ବିଶ୍ବରେ ପ୍ରଥମ ଘଟଣା । ଉପସ୍ଥିତ ଦେଖଣାହାରୀ ଲୋକମାନେ ସମୟ ନଷ୍ଟ ନକରି ଠିକ ସମୟରେ ସୁକାନ୍ତଙ୍କୁ ଡାକ୍ତରଖାନାରେ ପହଞ୍ଚେଇ ଥିବାରୁ ତାଙ୍କର ଜୀବନ ବଞ୍ଚିଗଲା” ।