PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ସ୍କୁଟି ଉପରେ ମାଡିଗଲା ଟାଉନ ବସ୍, ଚାଲିଗଲା ୩ ଜୀବନ
  • ||
  • ଝଡ଼ ତୋଫାନରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମର ଭାଙ୍ଗି ଗଲା ବୋର୍ଡ , ଜଣେ ବ୍ୟକ୍ତି ଚାପି ହୋଇ ରହିଥିବା ସୂଚନା
  • ||
  • ରେଲୱେ ଚାକିରିକୁ ଫେରିଲେ ବଜରଙ୍ଗ , ଭିନେଶ ଓ ସାକ୍ଷୀ ମଲିକ – ଆନ୍ଦୋଳନରୁ ପଛକୁ ହଟିବାକୁ କଲେ ମନା
  • ||
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

ମନ୍ଦିରରୁ ନାଗ ମୂର୍ତ୍ତି ଚୋରି କଲା, ସମ୍ଭାଳି ପାରିଲାନି.. ନାଗପୁରରେ ଛାଡ଼ି ପଳାଇଲା ଚୋର

ଗୋପ,୨୫/୦୫: ନାଗପୁର ବଜାରର ଏକ ପରିତ୍ୟକ୍ତ ସ୍ଥାନରୁ ନାଗ ମୂର୍ତ୍ତି ଜବତ କରାଯାଇଛି । ସ୍ଥାନୀୟ ଲୋକେ ଏହାକୁ ପୂଜାର୍ଚ୍ଚନା ଲାଗି ନିକଟସ୍ଥ ଏକ ମନ୍ଦିରରେ ରଖିଛନ୍ତି । ତେବେ ଏହି ମୂର୍ତ୍ତିଟି କେଉଁ ମନ୍ଦିରର ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନି । ଏହା ତମ୍ବା କିମ୍ବା ପିତ୍ତଳ ତାହା ମଧ୍ୟ ସ୍ପଷ୍ଟ ହୋଇନି ।

ଗୋପ ଅଞ୍ଚଳର ଅନେକ ଶିବ ମନ୍ଦିରରୁ ଚୋରି ହେଉଛି । ଦୁର୍ବୃତ୍ତମାନେ ଆଖଣ୍ଡଳେଶ୍ୱର ଶିବ ମନ୍ଦିର ଓ ବିରୁତୁଙ୍ଗର ଭଳି କେତେକ ବଡ଼ ମନ୍ଦିରରୁ ଠାକୁରଙ୍କ ବିଭିନ୍ନ ପୂଜା ସାମଗ୍ରୀ ଲୁଟି ନେଇଛନ୍ତି । ଏନେଇ ଥାନାରେ ଅଭିଯୋଗ ହୋଇଛି । ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ହେଲେ ଏ ପର୍ଯ୍ୟନ୍ତ କାହାରିକୁ ଗିରଫ କରିପାରିନି । ନାଗପୁର ବଜାରରୁ ଉଦ୍ଧାର ମୂର୍ତ୍ତି କୌଣସି ପ୍ରତ୍ୟକ୍ଷ ଠାକୁରଙ୍କ ବୋଲି କୁହାଯାଉଛି । ଦୁର୍ବୃତ୍ତ ଏହାକୁ ଚୋରି କରିବା ପରେ ଠାକୁରଙ୍କ କୋପ ସମ୍ଭାଳି ପାରିଲାନି । ତେଣୁ ଏହି ପରିତ୍ୟକ୍ତ ସ୍ଥାନରେ ଛାଡ଼ି ପଳାଇଲା ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।