ପ୍ରମୂଖ ଖବର
  • ଭୁବନେଶ୍ବର : ଉତ୍କଳ ବିଶ୍ୱବିଦ୍ୟାଳୟର କୁଳସଚିବ ଭାବେ ଡକ୍ଟର ସ୍ୱାତୀ ମିଶ୍ରଙ୍କୁ ନିଯୁକ୍ତି ଦେଲେ କୁଳାଧିପତି
  • ||
  • ଜୟପୁର : ୮ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଯନ୍ତ୍ରୀ
  • ||
  • ଧର୍ମଶାଳାରେ ବ୍ୟାପିଲା ଝାଡ଼ାବାନ୍ତି, ଡ଼ାକ୍ତରଖାନାରେ ପହଞ୍ଚି ସ୍ଥିତି ପରଖିଲେ ସିଡିଏମଓ
  • ||
  • ମାଓବାଦୀଙ୍କ ୨୪ ଘଣ୍ଟିଆ ବନ୍ଦ ଡାକରାର ପ୍ରଭାବ: ବସ ଚଳାଚଳ ଠପ୍, ଦୋକାନ ବଜାର ବନ୍ଦ
  • ||
  • ଭିଜିଲାନ୍ସ ପଞ୍ଝାରେ କନିଷ୍ଠ ଯନ୍ତ୍ରୀ, ଡାଙ୍ଗବାହାଲ ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ ଲଞ୍ଚା ନେବା ବେଳେ ଧରାପଡିଲେ
  • ||
  • ଆଜି ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ, ସନ୍ଧ୍ୟାରେ ଓ୍ବେବସାଇଟ୍‌ରେ ଉପଲବ୍ଧ ହେବ ମାର୍କ
  • ||
  • ଛତିଶଗଡ଼ର ଦୁଇଟି ଧାନ ଗାଡ଼ିକୁ ଅଟକ ରଖିଲେ ଚାଷୀ, ଓଡ଼ିଶାରେ ବିକ୍ରି ପାଇଁ ଆସିଥିବା ଅଭିଯୋଗ
  • ||
  • ବହୁ ଚର୍ଚ୍ଚିତ ରାଜା ରଘୁବଂଶୀ ହତ୍ୟା ମାମଲା,୩ ଦିନିଆ ଟ୍ରାନଜିଟ୍ ରିମାଣ୍ଡରେ ଗଲା ସ୍ୱାମୀହନ୍ତ ସୋନମ୍‌
  • ||
  • ଗଞ୍ଜାମ ବ୍ଲକରେ କାଳବୈଶାଖୀ ତାଣ୍ଡବ: ରାସ୍ତାରେ ଉପୁଡ଼ି ପଡ଼ିଲା ଗଛ, ଓଲଟିଲା କଣ୍ଟେନେର, ଉଡ଼ିଲା ସୋଲାର ପ୍ୟାନେଲ୍
  • ||
  • ଶ୍ରୀମନ୍ଦିରରେ ଉଝୁଳା ହେବ ସୁନା କୂଅ, ଗଜାନନ ବେଶରେ ଶେଷ ସ୍ପର୍ଶ ଦେଉଛନ୍ତି ଦୟଣାମାଳୀ ସେବକ
  • ||
  • ଠାକୁରମୁଣ୍ଡା ପୁରୁଣାପାଣି ପୋଲ ନିକଟରେ ଦୁର୍ଘଟଣା, ବାଇକ୍ ଆରୋହୀ ମୃତ
  • ||
  • ୨୯ ବର୍ଷରେ ଅନ୍ତର୍ଜାତୀୟ କ୍ରିକେଟରୁ ନିକୋଲସ୍‌ ପୂରନଙ୍କ ଅବସର
  • ||
  • ଇଗ୍ନୋରେ ହେବ ଓଡ଼ିଆରେ ପାଠପଢ଼ା, ଉଚ୍ଚଶିକ୍ଷା ବିଭାଗ ସହ ଇଗ୍ନୋର ବୁଝାମଣା ପତ୍ର ସ୍ୱାକ୍ଷର
  • ||
  • ଜଳୁଛି ଲସ୍ ଏଞ୍ଜେଲ୍‌ସ, ଗାଡି ଜାଳିଲେ ବିକ୍ଷୋଭକାରୀ, ଅବୈଧ ପ୍ରବାସୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ନେଇ ହିଂସା
  • ||
  • ଆସାମରେ ବଡ଼ ଡ୍ରଗ୍ସ ନେଟ୍‌ୱାର୍କର ପର୍ଦ୍ଦାଫାସ୍, ୪୫ କୋଟିର ଡ୍ରଗ୍ସ ଜବତ କଲା ପୁଲିସ, ୪ ଗିରଫ
  • ||
  • ବୁଧବାରକୁ ଘୁଞ୍ଚିଲା ଆକ୍ସିଓମ୍‌-୪ ଲଞ୍ଚ୍, ଖରାପ ପାଣିପାଗ ପାଇଁ ମିଶନ୍‌ ବାତିଲ, ଇସ୍ରୋ ମୁଖ୍ୟ ଭି.ନାରାୟଣନଙ୍କ ସୂଚନା
  • ||
  • ଶ୍ରୀମନ୍ଦିରରେ ସ୍ନାନ ପୂର୍ଣ୍ଣିମା ପ୍ରସ୍ତୁତି; ଆଜି ଚାରମାଳ ବନ୍ଧା ସହ ସେନାପଟା ଲାଗି ନୀତି, ଅପରାହ୍ନ ୨ଟା ଯାଏ ଦର୍ଶନ ବନ୍ଦ
  • ||
  • ଓଡ଼ିଶାରେ ୧୨ରୁ ପୁଣି ସକ୍ରିୟ ହେବ ମୌସୁମୀ: ଆଜିଠୁ ବଢ଼ିପାରେ ବର୍ଷା,୧୬ ଓ ୧୭ରେ ପ୍ରବଳ ବର୍ଷା ସମ୍ଭାବନା
  • ||

ଶ୍ରୀମନ୍ଦିରରେ ଉଝୁଳା ହେବ ସୁନା କୂଅ, ଗଜାନନ ବେଶରେ ଶେଷ ସ୍ପର୍ଶ ଦେଉଛନ୍ତି ଦୟଣାମାଳୀ ସେବକ

Published By : Prameya | June 10, 2025 11:00 AM

ପୁରୀ,୧୦/୦୬:  ବୁଧବାର ମହାପ୍ରଭୁଙ୍କ ସ୍ନାନ ଯାତ୍ରା । ସ୍ନାନ ମଣ୍ଡପରୁ ଗଜାନନ ବେଶରେ  ଦର୍ଶନ ଦେବେ ମହାବାହୁ । ଶ୍ରୀମନ୍ଦିର  ସମ୍ମୁଖରେ ରୁଣ୍ଢ ହୋଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ  ହାତୀ ବେଶରେ ଦର୍ଶନ କରିବେ  ଅଗଣିତ ଭକ୍ତ । ଏଣୁ ସଜେଇ ହେଉଛି  ଶ୍ରୀମନ୍ଦିର ସ୍ନାନମଣ୍ଡପ ଓ ବଡ଼ଦାଣ୍ଡ । ପାରମ୍ପରିକ ଚିତ୍ରକରମାନେ ମଣ୍ଡପରେ ରଙ୍ଗ ଦେଇ ସୁସଜ୍ଜିତ କରୁଛନ୍ତି । ମାର୍କେଟ ଛକରୁ ଦର୍ଶନାର୍ଥୀଙ୍କ ପାଇଁ  ବାରିକେଡ଼୍‌ ତିଆରି ହୋଇଛି । ହାତୀ ବେଶ ପୂର୍ବରୁ ଠାକୁରଙ୍କୁ ଜଳ ଲାଗି  କରାଯିବ । 

ସୁନା କୂଅରୁ ଜଳ ଆସି ୧୦୮  ଗରା ଜଳ ଲାଗି ହେବେ ଠାକୁରେ । ଏଣୁ ମଙ୍ଗଳବାର ସୁନା କୂଅ ଉଝୁଳା ଯିବ । ଏପଟେ ହାତୀ ବେଶରେ ଶେଷ  ସ୍ପର୍ଶ ଦିଆଯାଉଛି । ଦୟଣାମାଳୀ  ସେବକ ବସନ୍ତ(ଇଲା) ରଣାଙ୍କ  ତତ୍ତ୍ୱାବଧାନରେ ପ୍ରସ୍ତୁତ ହେଉଛି  ଠାକୁରଙ୍କ ହାତୀ ବେଶ । ଶ୍ରୀବଳଭଦ୍ରଙ୍କ  ପାଇଁ ଧଳାରଙ୍ଗର ବେଶ ଓ ମହାପ୍ରଭୁ  ଶ୍ରୀଜଗନ୍ନାଥଙ୍କର କଳାରଙ୍ଗର ବେଶ  ପ୍ରସ୍ତୁତ ହୋଇଛି । ଠାକୁରଙ୍କ ଶ୍ରୀମସ୍ତକ  ପାଇଁ ତରାସ ଓ ତାର ନିମ୍ନଅଂଶ ପାଇଁ  ଡ଼ାଳି ନିର୍ମାଣ ହୋଇଛି । ମୁଖାରବିନ୍ଦରେ  ଲାଗି ହେବେ କିଆଫଳି । ଚନ୍ଦ୍ରସୂର୍ଯ୍ୟ,  ଛତି, କାନ, ଚିତା, ଥୋଡ଼ହସ୍ତ,  ଅଧର, ତୋରଣା ଓ ଗଜଖୁମ୍ୱ ତିଆରି  ହୋଇଛି । ଦେବୀ ସୁଭଦ୍ରାଙ୍କ ପାଇଁ ୨ଟି  ତଡ଼କୀ, ନାକୁଆସୀ, ତରାସ, ଛତି ଓ  ଚୂଳ, ଚିତା ଆଦି ବେଶ ଉପକରଣ  ପ୍ରସ୍ତୁତ ହୋଇଛି । ସୁଦର୍ଶନ ମହାପ୍ରଭୁଙ୍କ  ପାଇଁ ସବୁଜ ରଙ୍ଗର ଚକ୍ର, ଚୂଳ  ଏବଂ ଓଲାର ତିଆରି କରାଯାଉଛି । ସ୍ନାନଯାତ୍ରା ଦିନ ପଟୁଆରରେ ବେଶ  ବିଜେ ହୋଇ ସ୍ନାନମଣ୍ଡପରେ ଠାକୁରଙ୍କ  ବେଶ ଅନୁଷ୍ଠିତ ହେବ । ମଙ୍ଗଳବାର  ଦୟଣାମାଳୀ ସେବକମାନେ ମହାପ୍ରଭୁଙ୍କ  ସେବାରେ ନିୟୋଜିତ ହୋଇ ଶ୍ରୀମନ୍ଦିର  ଉତ୍ତରଦ୍ୱାର ନିକଟ ଶୀତଳା ଠାକୁରାଣୀଙ୍କ  ସମୀପସ୍ଥ ସୁନା କୂଅକୁ ଶୋଧ କରିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.