PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ଆଜି ପବିତ୍ର ସ୍ନାନପୂର୍ଣ୍ଣିମା; ହାତୀବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ,୧୬ା୬(ବ୍ୟୁରୋ): ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ମହାପ୍ରଭୁ ଆଉ କିଛି ଘଣ୍ଟା ପରେ ରତ୍ନସିଂହାସନରୁ ଓହ୍ଲାଇ ଆସିବେ । ଶ୍ରୀମନ୍ଦିର ସ୍ନାନବେଦିରେ ଦେବସ୍ନାନ ନୀତିରେ ମହାପ୍ରଭୁ ଅଧିବାସିତ ଜଳ ସ୍ନାନ କରିବେ । ୧୦୮ ଗରା ଚନ୍ଦନ, କର୍ପୂର ଜଳରେ ସ୍ନାନବିଧି ହେବ । ଏହି ନୀତିରେ ଦଇତାପତି, ଗରାବଡୁ, ମେକାପ ସହଯୋଗ କରିବେ । ପୂଜାପଣ୍ଡା ସେବକ ମହାପ୍ରଭୁଙ୍କ ଜଳ ଲାଗି ବିଧି ସମ୍ପନ୍ନ କରିବେ । ଏଥିପାଇଁ ମଧ୍ୟ ସମୟ ସାରଣୀ ପ୍ରଶାସନ ପକ୍ଷରୁ ଜାରି ହୋଇଛି । ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୨ଟା ସୁଦ୍ଧା ସେବସ୍ନାନ ନୀତିର ଜଳ ବିଜେ, ପୂଜା ସମ୍ପନ୍ନ ହେବ । ସ୍ନାନନୀତିକୁ ସୁସଂଯୋଜିତ କରିବାକୁ ଶ୍ରୀମନ୍ଦିର ପ୍ରଶାସନ କଟକଣା ବି ଜାରି କରିଛି । ଠାକୁରଙ୍କ ଅବାଧ ସ୍ନାନ ନୀତି ଦର୍ଶନକୁ ପ୍ରଶାସନ ବିଶେଷ ଗୁରୁତ୍ୱ ଦେଇଛି ।

ସ୍ନାନ ନୀତି ପୂର୍ବରୁ ମହାପ୍ରଭୁଙ୍କ ମଙ୍ଗଳାର୍ପଣ, ଡୋରଲାଗି, ପୁଷ୍ପାଞ୍ଜଳି ପରେ ସ୍ନାନବେଦିକୁ ଗୋଟି ପହଣ୍ଡି ଆରମ୍ଭ ହେବ । ପହଣ୍ଡି ଶେଷ ହେବା ପରେ ସ୍ନାନବେଦିରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି, ମଇଲମ, ତଡ଼ପ ଲାଗି, ଅଧର ପୋଛା, ଅବକାଶ ସରି ବେଶ ଶେଷ କରାଯିବ । ରୋଷହୋମ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା ଆଦି ନୀତି ଶେଷ ହେବା ଭିତରେ ଜଳ ବିଜେ ପ୍ରସ୍ତୁତି ହୋଇ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୨ଟା ମଧ୍ୟରେ ଜଳବିଜେ, ଜଳ ପୂଜା, ଜଳ ଲାଗି ନୀତି ଆଦି ସ୍ନାନମଣ୍ଡପରେ ସମ୍ପନ୍ନ କରାଯିବ । ଜଳ ବିଜେକୁ ଗରାବଡ଼ୁ ସେବକ ଶୃଙ୍ଖଳାର ସହ ସମ୍ପନ୍ନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସେହିଭଳି ମେକାପ ସେବକ, ପୂଜାପଣ୍ଡା ଏବଂ ଦଇତାପତିଙ୍କ ମଧ୍ୟରେ ଉତ୍ତମ ସଂଯୋଜନାରେ ନିଜ ନିଜ ବାଡ଼ରେ ସେବାୟତମାନେ ଜଳଲାଗି ବିଧି ସମ୍ପନ୍ନ କରିବେ । ନିଜ ସେବା ବ୍ୟତୀତ ଅନ୍ୟ ସେବାୟତଙ୍କ ସେବାରେ କେହି ହସ୍ତକ୍ଷେପ କରିବେ ନାହିଁ ବୋଲି ବ୍ୟବସ୍ଥାବଳି ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ ।

ଜଳ ବିଜେ ନୀତି ସମ୍ପନ୍ନ କରିବା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସ୍ନାନବେଦିରେ ଛେରା ପହଁରା ନୀତି ପ୍ରସ୍ତୁତି ହେବ । ସ୍ନାନନୀତି ପରେ ମହାପ୍ରଭୁଙ୍କ ମଇଲମ, ମେକାପ ସର୍ବାଙ୍ଗ, ନୂଆଲୁଗା ଲାଗି ଆଦି ବଢ଼ି ଅପରାହ୍ନ ସାଢ଼େ ୨ଟା ସୁଦ୍ଧା ଠାକୁରଙ୍କ ବେଶ ବଢ଼ିବ । ଏହି ନୀତି ଚାଲିଥିବା ବେଳେ ଗଜପତିଙ୍କୁ ଛେରା ପହଁରା ନୀତି ପାଇଁ ନିମନ୍ତ୍ରଣ ଯିବ । ଛେରା ପହଁରା ନୀତି ଅପରାହ୍ନ ସାଢ଼େ ୩ଟା ସୁଦ୍ଧା ଗଜପତି ମହାରାଜା ଶେଷ କରିବାକୁ ନୀତି ନିର୍ଘଣ୍ଟ ହୋଇଛି ।

ଗୋବର୍ଦ୍ଧର୍ନ ପୀଠ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଚଳିତ ସ୍ନାନଯାତ୍ରାରେ ଦେଖିବାକୁ ମିଳିବ ନାହିଁ । କାରଣ ତାଙ୍କର ଆଣ୍ଠୁରେ ଅସ୍ତ୍ରୋପଚାର କରାଯାଇଛି । ସୁସ୍ଥ ହେଲାପରେ ରଥଯାତ୍ରା ବେଳେ ଜଗତ୍‌ଗୁରୁ ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିପାରନ୍ତି । ଗଜପତି ମହାରାଜା ଶ୍ରୀନଅରକୁ ଫେରିବା ଭିତରେ ସ୍ନାନମଣ୍ଡପ ନିକଟରେ ହାତୀ ବେଶ ଦର୍ଶନ ପ୍ରସ୍ତୁତି ହେବ । ହାତୀ ବେଶ ଅପରାହ୍ନ ୪ଟାରୁ ୫ଟା ମଧ୍ୟରେ ଶେଷ କରିବାକୁ ସେବାୟତଙ୍କୁ ପରାମର୍ଶ ଦିଆଯାଇଛି । ଏହା ପରେ ସ୍ନାନ ମଣ୍ଡପରେ ମହନ୍ତ ଶାଢ଼ୀବନ୍ଧା ନୀତି ପରେ ଘଣ୍ଟଛତା ସକାଳ ଧୂପ ସନ୍ଧ୍ୟା ସାଢ଼େ ୫ଟାରୁ ୭ଟା ଏବଂ ଦକ୍ଷିଣି ଘର ଭୋଗ ରାତି ୮ଟା ବେଳେ କରିବାକୁ ପ୍ରସ୍ତୁତି ହୋଇଛି ।

ହାତୀ ବେଶ ସମ୍ପନ୍ନ ପରେ ମହାପ୍ରଭୁଙ୍କୁ ସ୍ନାନବେଦିରେ ଦର୍ଶନ କରିବେ ଭକ୍ତ । ରାତି ସାଢ଼େ ୭ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନରେ ହାତୀବେଶରେ ମହାପ୍ରଭୁଙ୍କୁ ଭକ୍ତମାନେ ଦର୍ଶନ କରିବାର ସୁଯୋଗ ପାଇବେ । ସାହାଣମେଲା ଦର୍ଶନ ସରିଲେ ମହାପ୍ରଭୁଙ୍କ ପୁଷ୍ପାଞ୍ଜଳି, ଡୋରଲାଗି, ବାହୁଡ଼ା ପହଣ୍ଡି ନୀତି ସମ୍ପନ୍ନ କରାଯିବ । ରାତି ୨ଟାରେ ମହାପ୍ରଭୁ ଅଣସର ପିଣ୍ଡିରେ ପହଞ୍ଚିବା ପୂର୍ବରୁ ସୁନା ଚିତା ଏବଂ ସୁବର୍ଣ୍ଣ ରାହୁରେଖା ମଇଲମ (ଓଲାଗି) ନୀତି ଶେଷ କରାଯିବା ପରେ ଅଣସର ନୀତିର ପ୍ରସ୍ତୁତି ତତ୍କାଳ ଆରମ୍ଭ ହେବ ।

ସମ୍ବନ୍ଧିତ ଖବର