PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

୪୦ ବର୍ଷର ଏହି ସୁନ୍ଦରୀ କଂଗ୍ରେସ ନେତ୍ରୀ ଏ ପର୍ଯ୍ୟନ୍ତ ଅଛନ୍ତି କୁଆଁରୀ, ଜାଣନ୍ତୁ କାହିଁକି ବିବାହ କରିନାହାନ୍ତି

କିଛି ଦିନ ହେବ କଂଗ୍ରେସ ପାର୍ଟିରେ ଖୁସିର ମାହୋଲ ଦେଖିବାକୁ ମିଳୁଛି। ଯାହାର କାରଣ ହେଉଛନ୍ତି ରାହୁଲ ଓ ପ୍ରିୟଙ୍କା। ଏହି ଦୁଇ ଜଣଙ୍କ ଉପରେ ପ୍ରଭାବିତ ହୋଇ ସେଲିବ୍ରିଟିମାନେ ବି କଂଗ୍ରେସରେ ପାଦ ଥାପିବା ଆରମ୍ଭ କରିଦେଇଛନ୍ତି। କେବଳ ସେତିକି ନୁହେଁ, ଏମିତି ବି କିଛି ଘଟଣା ଘଟିଛି ଯାହାକୁ ଶୁଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ।

କିଛି ଦିନ ତଳେ ଜଣେ ସୁନ୍ଦରୀ ଯୁବତୀ ରାହୁଲଙ୍କ ଉପରେ ପ୍ରଭାବିତ ହୋଇ କଂଗ୍ରେସକୁ ଏଣ୍ଟ୍ରି ମାରିଥିଲେ। ବର୍ତ୍ତମାନ ସେ ଜଣେ କଂଗ୍ରେସ ନେତ୍ରୀ। କଂଗ୍ରେସ ଅଧ୍ୟକ୍ଷଙ୍କ ଉପରେ ପ୍ରଭାବିତ ହୋଇ ପାର୍ଟିରେ ପାଦ ଥାପିଥିବା ଏହି ସେଲିବ୍ରିଟି ଜଣକ ହେଲେ ଶିଳ୍ପା ସିନ୍ଦେ। ଶିଳ୍ପା ଟିଭି ସିରିଏଲ୍ କାମ କରୁଛନ୍ତି। ଶିଳ୍ପାଙ୍କ ପିତା ମଧ୍ୟ କଂଗ୍ରେସରେ ଥିଲେ। ଏହି କାରଣରୁ ସେ ମଧ୍ୟ କଂଗ୍ରେସରେ ଯୋଗ ଦେଇଛନ୍ତି। ଶିଳ୍ପ ଆଗକୁ ଯାଇ ନିର୍ବାଚନ ଲଢ଼ିପାରିବେ ବୋଲି ତାଙ୍କ ବିଶ୍ବାସ ରହିଛି।

ରାଜନୀତିରେ ଯୋଗ ଦେଇଥିବା ଶିଳ୍ପା ବତର୍ମାନ ସୁଦ୍ଧା କାହିଁକି ଅବିବାହିତ ଅଛନ୍ତି ଏକଥା କାହାରିକୁ ଜଣାନାହିଁ। ୪୦ବର୍ଷ ବୟସ୍କ ଶିଳ୍ପା ୧୨ ବର୍ଷ ତଳେ ଜଣେ ଯୁବକଙ୍କୁ ଭଲ ପାଉଥିଲେ। ରୋମିତ ରାଜ ନାମକ ସେହି ଯୁବକ ଜଣକ ହେଲେ କଳାକାର। ଦୁଇ ଜଣଙ୍କ ମଧ୍ୟରେ ଦୁଇ ବର୍ଷ ଧରି ପ୍ରେମ ସମ୍ପର୍କ ଚାଲିଥିଲା। ୨୦୦୯ରେ ଉଭୟଙ୍କ ବିବାହ ସ୍ଥିର ହୋଇଥିଲା। ମାତ୍ର ବିବାହର କିଛି ଦିନ ପୂର୍ବରୁ କଂଗ୍ରେସ ନେତା ଏହି ସମ୍ପର୍କକୁ ଭାଙ୍ଗି ଦେଇଥିଲେ। ।

ଯେଉଁ କାରଣରୁ ଶିଳ୍ପା ଆଜିବି କୁଆଁରୀ ଅଛନ୍ତି। ଶିଳ୍ପା କହିଛନ୍ତି କି, ବିବାହ ଏକ ପବିତ୍ର ବନ୍ଧନ। ବିବାହ ଜଞ୍ଜାଳରୁ ସେ ଦୂରେଇ ରହିବାକୁ ଚାହାଁନ୍ତି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର