ପ୍ରମୂଖ ଖବର
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ପୁନେରେ ସୋଆ ପୁରାତନ ଛାତଛାତ୍ରୀଙ୍କ ସମାବେଶ

Published By : Ladu Kishor | July 9, 2025 10:07 PM

ଭୁବନେଶ୍ୱର୦୯/୭ : ନିଜ ଶିକ୍ଷାନୁଷ୍ଠାନ, କ୍ୟାମ୍ପସ୍‌ ଓ ବନ୍ଧୁ ମାନଙ୍କର ପୁରୁଣା ସ୍ମୃତିକୁ ତାଜା କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପୁରାତନ ଛାତ୍ରଛାତ୍ରୀଙ୍କର ଏକ ସମାବେଶ ଗତ ରବିବାର ପୁନେରେ ଆୟୋଜିତ ହୋଇଯାଇଛି । ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ସୋଆ ଆଲୁମିନାଇ ଆସୋସିଏସନ୍‌ର ମୁମ୍ବାଇ-ପୁନେ ଶାଖା ପକ୍ଷରୁ ଏହି ସମାବେଶ ଆୟୋଜନ କରାଯାଇଥିଲା।

ସମାବେଶରେ ବହୁ ପୁରାତନ ଛାତ୍ରଛାତ୍ରୀ ଖୁବ୍‌ ଉତ୍ସାହର ସହ ସାମିଲ ହୋଇଥିବା ବେଳେ ପୁରୁଣା ବନ୍ଧୁମାନଙ୍କ ସହ ନିଜର ସ୍ମୃତି ସାଉଁଟି ଥିଲେ ଏବଂ ବିଭିନ୍ନ କ୍ଷେତ୍ରରେ ସହଯୋଗିତା ଦ୍ୱାରା ଭବିଷ୍ୟତରେ କିଭଳି ଅଧିକ ସୁଯୋଗ ସୃଷ୍ଟି କରାଯାଇପାରିବ ସେ ବିଷୟରେ ଆଲୋଚନା କରିଥିଲେ। 

ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି ସମାବେଶରେ ଯୋଗ ଦେବା ସହ ପୁରାତନ ଛାତ୍ରଛାତ୍ରୀମାନଙ୍କୂ ବିଶ୍ୱବିଦ୍ୟାଳୟର ଅଭିବୃଦ୍ଧି ଏବଂ ଲକ୍ଷ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ନିଜ ନିଜ କ୍ଷେତ୍ରରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରଫେସର ନନ୍ଦ ଅନ୍ୟମାନଙ୍କୁ ସଫଳତାର ସଠିକ୍‌ ରାସ୍ତା ଦେଖାଇବା ସହ ଗବେଷଣା, ସହଭାଗିତା ସମ୍ପର୍କିତ ସୁଯୋଗ ଏବଂ ଶିକ୍ଷାନୁଷ୍ଠାନର ବିକାଶ ସମ୍ପର୍କରେ ସହଯୋଗ କରିବା ନିମନ୍ତେ ପ୍ରୋତ୍ସାହିତ କରିଥିଲେ । 

ସୋଆର କର୍ପୋରେଟ ରିଲେସନ୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଏନଗେଜମେଂଟର ନିର୍ଦ୍ଦେଶକ ଶ୍ରୀ ରୀପ୍ତି ରଞ୍ଜନ ଦାଶ ଏବଂ କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗର ସିନିୟର ଫ୍ୟାକଲ୍ଟି ପ୍ରଫେସର ସାରଦା ପ୍ରସନ୍ନ ପତିଙ୍କ ସମେତ ଅନ୍ୟ ସ୍ୱତନ୍ତ୍ର ଅତିଥି ଏବଂ ଫ୍ୟାକଲ୍ଟି ମେମ୍ବରମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। 

ସୋଆ ଆଲୁମିନାୟୀଜ୍‌ର ସଭାପତି ଡକ୍ଟର ସୁସ୍ମିତା ପଣ୍ଡା, ସମ୍ପାଦକ ଡକ୍ଟର ଶକ୍ତି କେତନ ପୃଷ୍ଟି,ଆବାହକ ଶ୍ରୀ ଅଭିଷେକ ପଟ୍ଟନାୟକ ଏବଂ କୋର କମିଟି ସଦସ୍ୟ ଡକ୍ଟର ଶ୍ୱେତାରାଣୀ ବିଶ୍ୱାଳ ଆଲୁମିନାଇ ଆସୋସିଏସନ୍‌ର ଆଗାମୀ ପଦକ୍ଷେପ ସମ୍ପର୍କରେ ତଥ୍ୟ ରଖିଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.