PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ଫାର୍ମାସୀ ବିଜ୍ଞାନ କ୍ଷେତ୍ରରେ ସୋଆ ଓ ଯାଦବପୁର ବିଶ୍ବବିଦ୍ୟାଳୟ ମିଳିତ ଗବେଷଣା ଲାଗି ଚୁକ୍ତି ସ୍ବାକ୍ଷର

ଭୁବନେଶ୍ବର, ୧୨/୮: ଫାର୍ମାସୀ ବିଜ୍ଞାନର ବିଭିନ୍ନ କ୍ଷେତ୍ରରେ ମିଳିତ ଭାବେ ଶିକ୍ଷା ପ୍ରଦାନ ଏବଂ ଗବେଷଣା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ କୋଲକାତାସ୍ଥିତ ଯାଦବପୁର ବିଶ୍ବବିଦ୍ୟାଳୟ ମଧ୍ୟରେ ଶୁକ୍ରବାର ଏକ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଯାଇଛି । ଏହି ଚୁକ୍ତିପତ୍ର ଅନୁଯାୟୀ ଦୁଇଟି ବିଶ୍ବବିଦ୍ୟାଳୟର ଫ୍ୟାକଲ୍ଟି ଏବଂ ଛାତ୍ରଛାତ୍ରୀମାନେ ଫାର୍ମାସୀ ବିଜ୍ଞାନର ବିଭିନ୍ନ କ୍ଷେତ୍ର ଯଥା କ୍ଲିନିକାଲ୍ ରିସର୍ଚ୍ଚ, ମୋଲିକୁୟଲର ଫାର୍ମାକୋଲୋଜି, ଡ୍ରଗ୍ ଡିସ୍କଭରୀ, ହର୍ବ।ଲ୍ ନାନୋଟକ୍ନୋଲୋଜି, ଟ୍ରାନ୍ସଲେସନାଲ୍ ମେଡିସିନ୍ ଏବଂ ଫର୍ମୁଲେସନ୍ ଡଭେଲପମେଣ୍ଟ ଇତ୍ୟାଦିରେ ଶିକ୍ଷା ପ୍ରଦାନ ଓ ଗବେଷଣା ନିମନ୍ତେ କାର୍ଯ୍ୟ କରିବେ।

ଏହି ଚୁକ୍ତିପତ୍ର ସୋଆର ଉପ-କୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ ଏବଂ ଯାଦବପୁର ବିଶ୍ବବିଦ୍ୟାଳୟର ପ୍ରଫେସର ପଲ୍ଲବ କା ହାଲ୍ଦାରଙ୍କ ମଧ୍ୟରେ ସ୍ବାକ୍ଷରିତ ହୋଇଛି । ଏହି ଅବସରରେ ପ୍ରଫେସର ପ୍ରଧାନ କହିଥଲେ ଯେ ସୋଆ ଓ ଯାଦବପୁର ବିଶ୍ବବିଦ୍ୟାଳୟ ମଧ୍ୟରେ ହୋଇଥିବା ଏହି ଚୁକ୍ତିପତ୍ର ଫାର୍ମ।ସୀ ଶିଳ୍ପ କ୍ଷେତ୍ରରେ ବୈଷୟିକ ଅଗ୍ରଗତି ନିମନ୍ତେ ସହାୟକ ହେବ। ଏହି କାର‌୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୋଆର ସ୍କୁଲ ଅଫ୍ ଫାର୍ମ।ସୁୟଟିକାଲ୍ ସାଇନ୍ସେସ୍‌ର ଫାର୍ମ।ସୁୟଟିକସ୍ ବିଭାଗର ପ୍ରଫେସର ଗୌତମ ରଥ, ଫାର୍ମ।କୋଗ୍ନୋସି ବିଭାଗର ପ୍ରଫେସର ଗୌତମ ଘୋଷ, ଫାର୍ମ।କୋଲୋଜି ବିଭାଗର ପ୍ରଫେସର ବିଶ୍ବକା କର, ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଡେପୁଟି ମେଡିକାଲ୍ ସୁପରିଟଣ୍ଡେଣ୍ଟ ପ୍ରଫେସର ରାଜେଶ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ।