ପ୍ରମୂଖ ଖବର
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଭାରତର ବିକାଶ ଏବଂ ଅର୍ଥନୈତିକ ଆହ୍ୱାନକୁ ନେଇ ସୋଆ ଆଇବିସିଏସ୍ ପକ୍ଷରୁ ଏଫ୍‌ଡିପି ଆୟୋଜିତ

Published By : Gurupada Nath | July 9, 2025 6:27 PM

ଭୁବନେଶ୍ୱର, ୯/୭ : ବିଶ୍ୱର ୪ର୍ଥ ସର୍ବବୃହତ ଅର୍ଥନୈତିକ ଶକ୍ତି ଭାବେ ଭାରତ ଉଭା ହୋଇଥିବବେଳେ ଏହାର ଆନୁଷ୍ଠାନିକ ସ୍ଥିତିକୁ ସୁଦୃଢ଼ କରିବା ସହ ବିକଶିତ ଦେଶ ଗୁଡ଼ିକ ଅବଲମ୍ବନ କରୁଥିବା ଆନ୍ତର୍ଜାତିକ ମାନକୁ ଅନୁଶୀଳନ କରିବା ଆବଶ୍ୟକ ବୋଲି ଜଣେ ବିଶିଷ୍ଟ ବିଶେଷଜ୍ଞ କହିଛନ୍ତି । ଭାରତୀୟ ବଜାରର ସଫଳତା ସ୍ପଷ୍ଟ ବାରି ହୋଇପାରୁଥିବାବେଳେ ଆମର ଆନୁଷ୍ଠାନିକ ସ୍ଥିତିକୁ ସୁଦୃଢ଼ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଫରେନ୍ ଟ୍ରେଡ (ଆଇଆଇଏଫ୍‌ଟି)ର ଅର୍ଥନୈତିକ ଶାଖାର ପ୍ରଫେସର ତଥା ମୁଖ୍ୟ ଡକ୍ଟର ବସନ୍ତ କୁମାର ସାହୁ କହିଛନ୍ତି । 

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌) ପକ୍ଷରୁ ଆୟୋଜିତ ଫ୍ୟାକଲ୍ଟି ଡେଭଲପମେଂଟ ପ୍ରୋଗ୍ରାମରେ ବକ୍ତବ୍ୟ ରଖିବା ଅବସରରେ ଏହା କହିଛନ୍ତି ପ୍ରଫେସର ସାହୁ । ଆଇବିସିଏସ୍ ପକ୍ଷରୁ ଆୟୋଜିତ ଏଫଡିପିର ଶୀର୍ଷକ ଥିଲା ‘ଭାରତର ବିକାଶ ଏବଂ ଅର୍ଥନୈତିକ ଆହ୍ୱାନ୍‌’ । ଏହି କାର୍ଯ୍ୟକ୍ରମରେ ଆଇବିସିଏସ୍‌ର ଡିନ୍ ପ୍ରଫେସର ଅୟସ କାନ୍ତ ମହାନ୍ତି ଅଧ୍ୟକ୍ଷତା କରି ଉଚ୍ଚ ଶିକ୍ଷା ଅନୁଷ୍ଠାନଗୁଡ଼ିକର ଜାତୀୟ ସ୍ତରରେ ଅର୍ଥନୈତିକ ଆଲେଚନା ଏବଂ ନୀତି ସଚେତନତା ନିମନ୍ତେ ରହିଥିବା ଭୂମିକା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । 

କାର୍ଯ୍ୟକ୍ରମରେ ଆସୋସିଏଟ୍ ଡିନ୍ ପ୍ରଫେସର (ଡକ୍ଟର) ମନୋରଞ୍ଜନ ଦାଶ ବିଶ୍ୱର ୪ର୍ଥ ସର୍ବବୃହତ ଅର୍ଥନୀତି ଶକ୍ତି ଭାବେ ଭାରତ ଉଭା ହେବା ଏବଂ ଏ କ୍ଷେତ୍ରରେ ଅର୍ଥନୈତିକ ଆହ୍ୱାନ ସମ୍ପର୍କରେ ମତ ରଖିଥିଲେ । କାର୍ଯ୍ୟକ୍ରମକୁ ଆଇବିସିଏସ୍‌ର ଡକ୍ଟର ବିଭୁତି ଭୂଷଣ ମିଶ୍ର ଏବଂ ଡକ୍ତର ପ୍ରୀତି ୱାଇ ଷଡ଼ଙ୍ଗୀ ପରିଚାଳନା କରିଥିବାବେଳେ ଡକ୍ଟର ଧ୍ରୁତି ସୁନ୍ଦର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.