PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ସୋଆ ଗବେଷକଙ୍କୁ ସମ୍ମାନିତ କଲା ଆଇଆଇଏମ

ଭୁବନେଶ୍ୱର,୨୮/୦୭ (ବ୍ୟୁରୋ): ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)ର ବାୟୋଫୁଏଲ୍‌ ଏବଂ ବାୟୋପ୍ରୋସେସିଂ ଗବେଷଣା କେନ୍ଦ୍ର (ବିବିଆର୍‌ସି)ର ନିର୍ଦ୍ଦେଶକ ପ୍ରଫେସର ଲାଲା ବିହାରୀ ଶୁକ୍ଳା ହାଇଡ୍ରୋମେଟାଲର୍ଜିକାଲ୍‌ ଇଞ୍ଜିନିୟରିଂ କ୍ଷେତ୍ର ପାଇଁ ଆର୍‌ ପି. ଦାସ ମେମୋରିଆଲ୍‌ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଟାଲ୍ସ(ଆଇଆଇଏମ୍‌), ଭୁବନେଶ୍ୱର ଶାଖା ପକ୍ଷରୁ ଶୁକ୍ରବାର ତାଙ୍କୁ ଏହି ସମ୍ମାନ ଦିଆଯାଇଛି ।

ବାୟୋମିନେରାଲ୍‌ ପ୍ରୋସେସିଂ ଏବଂ ହାଇଡ୍ରୋମେଟାଲର୍ଜି କ୍ଷେତ୍ରରେ ପ୍ରଫେସର ଶୁକ୍ଳାଙ୍କର ନିରନ୍ତର କାର୍ଯ୍ୟ ପାଇଁ ତାଙ୍କୁ ଏହି ସମ୍ମାନ ଦିଆଯାଇଛି । ଭୁବନେଶ୍ୱରସ୍ଥିତ ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି ପରିସରରେ ଅନୁଷ୍ଠିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ମେଟାଲ୍ସ, ଭୁବନେଶ୍ୱର ଶାଖାର ବାର୍ଷିକ ସାଧାରଣ ସଂଘ ବୈଠକରେ ଏସ୍‌ଇଆରପିଏଲ୍‌, ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ପି.ସି. ଚୌବେ ପ୍ରଫେସର ଶୁକ୍ଳାଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟିର ନିର୍ଦ୍ଦେଶକ ପ୍ରଫେସର ସୁଦ୍ଧାସତ୍ୱ ବସୁ ମଧ୍ୟ ଉପସ୍ଥିତ ଥିଲେ ।