PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ସୋଆ ସମର ଟେକ୍ନୋ କ୍ୟାମ୍ପ୍‌ରେ ୨୦୦ ଛାତ୍ରଛାତ୍ରୀ

ଭୁବନେଶ୍ୱର,୧୧ ।୬(ବ୍ୟୁରୋ): ଶିକ୍ଷା ଓ ଅନୁସନ୍ଧାନ (ସୋଆ ଡିମ୍ଡ ଟୁ ବି ୟୁନିଭର୍ସିଟି) ପକ୍ଷରୁ ଚଳିତ ମାସ ଆୟୋଜିତ ଦୁଇଟି ପୃଥକ ପୃଥକ ସମର ଟେକ୍ନୋ କ୍ୟାମ୍ପ୍‌ରେ ଓଡ଼ିଶାର ବିଭିନ୍ନ ସ୍କୁଲର ପ୍ରାୟ ୨୦୦ ଛାତ୍ରଛାତ୍ରୀ ଭାଗ ନେଇ ପ୍ରଯୁକ୍ତି ବିଦ୍ୟା ସମ୍ପର୍କରେ ଜ୍ଞାନ ଆହରଣ କରିଛନ୍ତି ।

ଚଳିତ ମାସ ୩ରୁ ୯ ତାରିଖ ମଧ୍ୟରେ ସୋଆ ଅଧିନସ୍ଥ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନିକାଲ୍‌ ଏଜୁକେସନ୍‌ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ରେ ଆୟୋଜିତ ସମର ଟେକ୍ନୋ କ୍ୟାମ୍ପ୍‌ରେ ପ୍ରାୟ ଶତାଧିକ ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ ମେକାନିକାଲ୍‌, ଇଲେକ୍ଟ୍ରିକାଲ୍‌, ଇଲେକ୍ଟ୍ରିକାଲ୍‌ ଆଣ୍ଡ ଇଲେକ୍ଟ୍ରୋନିକ୍ସ, ସିଭିଲ୍‌ ଇଞ୍ଜିନିୟରିଂ, କମ୍ପ୍ୟୁଟର ଆପ୍ଲିକେସନ୍‌, କ୍ଲାଇମେଟ୍‌ ସାଇନ୍ସ, ରୋବୋଟିକ୍ସ୍‌, ମେକାଟ୍ରୋନିକ୍ସ, ଫିଜିକ୍ସ ଏବଂ ମ୍ୟାଥମେଟିକ୍ସ୍‌ ବିଷୟବସ୍ତୁ ଉପରେ ବିଭିନ୍ନ ପ୍ରୋଜେକ୍ଟ୍‌ ମାଧ୍ୟମରେ ଅଧିକ ଜ୍ଞାନ ଆହରଣ କରିବାରେ ସଫଳ ହୋଇଛନ୍ତି ।

ସେହିପରି ଚଳିତ ମାସ ୪ରୁ ୮ ତାରିଖ ମଧ୍ୟରେ ଆଇଟିଇଆର୍‌ ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍‌ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଅନ୍ୟ ଏକ ଟେକ୍ନୋ କ୍ୟାମ୍ପ୍‌ର ଆୟୋଜନ କରାଯାଇଥିବା ବେଳେ ପ୍ରାୟ ୮୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଦୁଇଟି ଯାକ ସମର୍‌ କ୍ୟାମ୍ପ୍‌ରେ ଷଷ୍ଠ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏହି ଅବସରରେ ସୋଆ ରିସର୍ଚ୍ଚ ଏବଂ ଡେଭଲପ୍‌ମେଣ୍ଟ୍‌ ଡିନ୍‌ ପ୍ରଫେସର ପି.କେ. ନନ୍ଦ କହିଥିଲେ ଯେ ସମର ଟେକ୍ନୋ କ୍ୟାମ୍ପ୍‌ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଜ୍ଞାନ କ୍ଷେତ୍ରରେ ରୁଚି ରଖୁଥିବା ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରୋଜେକ୍ଟ୍‌ ମାଧ୍ୟମରେ ଦ୍ରୁତ ଗତିରେ ବଢ଼ୁଥିବା ପ୍ରଯୁକ୍ତିବିଦ୍ୟା ସହ ପରିଚିତ କରାଇବା ।

ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ରେଣୁ ଶର୍ମା କହିଛନ୍ତି କ୍ୟାମ୍ପ୍‌ରେ ଭାଗ ନେଇଥିବା ପ୍ରତିଯୋଗୀମାନେ ସ୍ମାର୍ଟ ଲାଇନ୍‌ ଫଲୋର, ସ୍ମାର୍ଟ ଡଷ୍ଟ୍‌ବିନ୍‌, ଷ୍ଟରଲିଂ ଇନ୍‌, ହାଇଡ୍ରୋଲିକ୍‌ ଜେସିବି, ରେନ୍‌ ୱାଟର ହାର୍ଭେଷ୍ଟିଂ, ବିଲ୍ଡିଂ ୱିଥ୍‌ ଭର୍ଟିକାଲ୍‌ ଗାର୍ଡେନ୍‌, ୱାରଲେସ୍‌ ପାୱାର, ୱେବ୍‌ ପେଜ୍‌ ଡିଜାଇନ୍‌, ଆଣ୍ଡ ଫନ୍‌ ୱିଥ୍‌ ଆଣ୍ଡ୍ରଏଡ୍‌ ଆଦି ପ୍ରକଳ୍ପ ପ୍ରସ୍ତୁତ କରିଥିଲେ । ସୋଆର ପ୍ରଶିକ୍ଷିତ ଫାକଲ୍ଟି ଏବଂ ଟେକ୍ନିକାଲ୍‌ ଷ୍ଟାଫ୍‌ମାନେ ଛାତ୍ରଛାତ୍ରୀମାନଙ୍କୁ ପ୍ରୋଜେକ୍ଟ ଶେଷ କରିବାରେ ସାହାଯ୍ୟ କରିଥିଲେ । ସେହିପରି ଆମେରିକାନ୍‌ ସୋସାଇଟି ଅଫ୍‌ ମେକାନିକାଲ ଇଞ୍ଜିନିୟର୍ସ (ଏଏସ୍‌ଏମ୍‌ଇ) , ଆମେରିକାନ୍‌ ସୋସାଇଟି ଅଫ୍‌ ସିଭିଲ୍‌ ଇଂଜିନିୟର୍ସ (ଏଏସ୍‌ସିଇ) ଏବଂ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଲେକ୍ଟ୍ରିକାଲ୍‌ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟର୍ସ (ଆଇଇଇଇ) ଭଳି ଛାତ୍ରଶାଖାର ସଦସ୍ୟମାନେ ମଧ୍ୟ ସହଯୋଗ କରିଥିଲେ ।

ସେହିପରି ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍‌ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଆୟୋଜିତ କ୍ୟାମ୍ପ୍‌ରେ ଛାତ୍ରଛାତ୍ରୀମାନଙ୍କୁ ଇଲେକ୍ଟ୍ରୋନିକ୍ସ୍‌ର ଅତ୍ୟାଧୁନିକ ଜ୍ଞାନ କୌଶଳ ଯାହାକି ନିୟମିତ ଜୀବନରେ ପ୍ରଭାବ ପକାଉଛି ସେ ସମ୍ପର୍କରେ ଅଧିକ ପ୍ରଶିକ୍ଷଣ ଦିଆଯାଇଥିବା ବେଳେ ପ୍ରତିଯୋଗୀମାନେ ଅଟୋମେଟିକ୍‌ ଷ୍ଟ୍ରିଟ୍‌ ଲାଇଟ୍‌, ଅଟୋମେଟିକ୍‌ ୱାଟର୍‌ ଲେବଲ୍‌ ଇଣ୍ଡିକେଟର୍‌ ଏବଂ ଇଲେକ୍ଟ୍ରୋନିକ୍ସ୍‌ ଭୋଟିଂ ମେସିନ୍‌ ଭଳି ପ୍ରୋଜେକ୍ଟ୍‌ ପ୍ରସ୍ତୁତ କରିଥିଲେ ।

କ୍ୟାମ୍ପ୍‌ ଚାଲିଥିବା ମଧ୍ୟରେ ବିଶ୍ୱ ପରିବେଶ ଦିବସ ଅବସରରେ ପ୍ରତିଯୋଗୀମାନଙ୍କୁ ନେଇ ବିଭିନ୍ନ କୁଇଜ୍‌ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । କୃତୀ ପ୍ରତିଯୋଗୀମାନଙ୍କୁ ପ୍ରଫେସର ପି.କେ. ନନ୍ଦ ଏବଂ ଆଇଟିଇଆର୍‌ ଡିନ୍‌ ପ୍ରଫେସର ପି.କେ.ସାହୁ ପୁରସ୍କାର ଏବଂ ମାନପତ୍ର ପ୍ରଦାନ କରିଥିଲେ । ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍‌ ଇଂଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ବିଭୁ ପ୍ରସାଦ ମହାନ୍ତି କହିଥିଲେ, ପ୍ରତିଯୋଗୀମାନେ ଏହି କାର୍ଯ୍ୟକ୍ରମ ପ୍ରତି ବେଶ ଉତ୍ସାହିତ ଅଛନ୍ତି ।

ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ସୋଆ ସଭାପତିଙ୍କ ପ୍ରମୁଖ ଉପଦେଷ୍ଟା ପ୍ରଫେସର ଡି.ପି. ରାୟ, ମଦର ପବ୍ଲିକ୍‌ ସ୍କୁଲର ଅଧ୍ୟକ୍ଷା ପଲ୍ଲୀ ପଟ୍ଟନାୟକ, କଳିଙ୍ଗ ନଗରର ଡିଏଭି ସ୍କୁଲର ଅଧ୍ୟକ୍ଷ ବିପିନ୍‌ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିବା ବେଳେ ସୋଆ ଛାତ୍ର ମଙ୍ଗଳ ଡିନ୍‌ ଡକ୍ଟର ଜ୍ୟୋତି ରଞ୍ଜନ ଦାସ, ଡେପୁଟି ରେଜିଷ୍ଟ୍ରାର୍‌ ଡ. ମଧୁବ୍ରତା ମହାନ୍ତି ଏବଂ ଡେପୁଟି କଣ୍ଟ୍ରୋଲର (ପରୀକ୍ଷା ) ତୃପ୍ତି ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି କ୍ୟାମ୍ପ୍‌ରେ ଆଇଟିଇଆର୍‌ ବିଭିନ୍ନ ବିଭାଗର ମୁଖ୍ୟ ଯଥା ପ୍ରଫେସର ଡି. ଏନ୍‌ ଥାଟୋଇ, ପ୍ରଫେସର ନିରଞ୍ଜନ ନାୟକ, ପ୍ରଫେସର ଅଜିତ୍‌ ନାୟକ, ପ୍ରଫେସର ମାନସ ଦାସ, ପ୍ରଫେସର ଦେବାହୁତି ମିଶ୍ର, ପ୍ରଫେସର ତ୍ରିପ୍ତି ସ୍ୱର୍ଣ୍ଣାକାର, ପ୍ରଫେସର ଜୟନ୍ତ ଦାସ, ପ୍ରଫେସର ଏସ୍‌.କେ କାମିଲା ଏବଂ ପ୍ରଫେସର ପି.ସି ଦାସ ପ୍ରମୁଖ ସହଯୋଗ କରିଥିଲେ । ସହକାରୀ ପ୍ରଫେସର ଶ୍ୱେତାରାଣୀ ବିଶ୍ୱାଳ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ।ଭୁବନେଶ୍ୱର,୧୧ ।୬(ବ୍ୟୁରୋ): ଶିକ୍ଷା ଓ ଅନୁସନ୍ଧାନ (ସୋଆ ଡିମ୍ଡ ଟୁ ବି ୟୁନିଭର୍ସିଟି) ପକ୍ଷରୁ ଚଳିତ ମାସ ଆୟୋଜିତ ଦୁଇଟି ପୃଥକ ପୃଥକ ସମର ଟେକ୍ନୋ କ୍ୟାମ୍ପ୍‌ରେ ଓଡ଼ିଶାର ବିଭିନ୍ନ ସ୍କୁଲର ପ୍ରାୟ ୨୦୦ ଛାତ୍ରଛାତ୍ରୀ ଭାଗ ନେଇ ପ୍ରଯୁକ୍ତି ବିଦ୍ୟା ସମ୍ପର୍କରେ ଜ୍ଞାନ ଆହରଣ କରିଛନ୍ତି ।

ଚଳିତ ମାସ ୩ରୁ ୯ ତାରିଖ ମଧ୍ୟରେ ସୋଆ ଅଧିନସ୍ଥ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନିକାଲ୍‌ ଏଜୁକେସନ୍‌ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ରେ ଆୟୋଜିତ ସମର ଟେକ୍ନୋ କ୍ୟାମ୍ପ୍‌ରେ ପ୍ରାୟ ଶତାଧିକ ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ ମେକାନିକାଲ୍‌, ଇଲେକ୍ଟ୍ରିକାଲ୍‌, ଇଲେକ୍ଟ୍ରିକାଲ୍‌ ଆଣ୍ଡ ଇଲେକ୍ଟ୍ରୋନିକ୍ସ, ସିଭିଲ୍‌ ଇଞ୍ଜିନିୟରିଂ, କମ୍ପ୍ୟୁଟର ଆପ୍ଲିକେସନ୍‌, କ୍ଲାଇମେଟ୍‌ ସାଇନ୍ସ, ରୋବୋଟିକ୍ସ୍‌, ମେକାଟ୍ରୋନିକ୍ସ, ଫିଜିକ୍ସ ଏବଂ ମ୍ୟାଥମେଟିକ୍ସ୍‌ ବିଷୟବସ୍ତୁ ଉପରେ ବିଭିନ୍ନ ପ୍ରୋଜେକ୍ଟ୍‌ ମାଧ୍ୟମରେ ଅଧିକ ଜ୍ଞାନ ଆହରଣ କରିବାରେ ସଫଳ ହୋଇଛନ୍ତି ।
ସେହିପରି ଚଳିତ ମାସ ୪ରୁ ୮ ତାରିଖ ମଧ୍ୟରେ ଆଇଟିଇଆର୍‌ ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍‌ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଅନ୍ୟ ଏକ ଟେକ୍ନୋ କ୍ୟାମ୍ପ୍‌ର ଆୟୋଜନ କରାଯାଇଥିବା ବେଳେ ପ୍ରାୟ ୮୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଦୁଇଟି ଯାକ ସମର୍‌ କ୍ୟାମ୍ପ୍‌ରେ ଷଷ୍ଠ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏହି ଅବସରରେ ସୋଆ ରିସର୍ଚ୍ଚ ଏବଂ ଡେଭଲପ୍‌ମେଣ୍ଟ୍‌ ଡିନ୍‌ ପ୍ରଫେସର ପି.କେ. ନନ୍ଦ କହିଥିଲେ ଯେ ସମର ଟେକ୍ନୋ କ୍ୟାମ୍ପ୍‌ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଜ୍ଞାନ କ୍ଷେତ୍ରରେ ରୁଚି ରଖୁଥିବା ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରୋଜେକ୍ଟ୍‌ ମାଧ୍ୟମରେ ଦ୍ରୁତ ଗତିରେ ବଢ଼ୁଥିବା ପ୍ରଯୁକ୍ତିବିଦ୍ୟା ସହ ପରିଚିତ କରାଇବା ।

ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ରେଣୁ ଶର୍ମା କହିଛନ୍ତି କ୍ୟାମ୍ପ୍‌ରେ ଭାଗ ନେଇଥିବା ପ୍ରତିଯୋଗୀମାନେ ସ୍ମାର୍ଟ ଲାଇନ୍‌ ଫଲୋର, ସ୍ମାର୍ଟ ଡଷ୍ଟ୍‌ବିନ୍‌, ଷ୍ଟରଲିଂ ଇନ୍‌, ହାଇଡ୍ରୋଲିକ୍‌ ଜେସିବି, ରେନ୍‌ ୱାଟର ହାର୍ଭେଷ୍ଟିଂ, ବିଲ୍ଡିଂ ୱିଥ୍‌ ଭର୍ଟିକାଲ୍‌ ଗାର୍ଡେନ୍‌, ୱାରଲେସ୍‌ ପାୱାର, ୱେବ୍‌ ପେଜ୍‌ ଡିଜାଇନ୍‌, ଆଣ୍ଡ ଫନ୍‌ ୱିଥ୍‌ ଆଣ୍ଡ୍ରଏଡ୍‌ ଆଦି ପ୍ରକଳ୍ପ ପ୍ରସ୍ତୁତ କରିଥିଲେ । ସୋଆର ପ୍ରଶିକ୍ଷିତ ଫାକଲ୍ଟି ଏବଂ ଟେକ୍ନିକାଲ୍‌ ଷ୍ଟାଫ୍‌ମାନେ ଛାତ୍ରଛାତ୍ରୀମାନଙ୍କୁ ପ୍ରୋଜେକ୍ଟ ଶେଷ କରିବାରେ ସାହାଯ୍ୟ କରିଥିଲେ । ସେହିପରି ଆମେରିକାନ୍‌ ସୋସାଇଟି ଅଫ୍‌ ମେକାନିକାଲ ଇଞ୍ଜିନିୟର୍ସ (ଏଏସ୍‌ଏମ୍‌ଇ) , ଆମେରିକାନ୍‌ ସୋସାଇଟି ଅଫ୍‌ ସିଭିଲ୍‌ ଇଂଜିନିୟର୍ସ (ଏଏସ୍‌ସିଇ) ଏବଂ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଲେକ୍ଟ୍ରିକାଲ୍‌ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟର୍ସ (ଆଇଇଇଇ) ଭଳି ଛାତ୍ରଶାଖାର ସଦସ୍ୟମାନେ ମଧ୍ୟ ସହଯୋଗ କରିଥିଲେ ।

ସେହିପରି ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍‌ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଆୟୋଜିତ କ୍ୟାମ୍ପ୍‌ରେ ଛାତ୍ରଛାତ୍ରୀମାନଙ୍କୁ ଇଲେକ୍ଟ୍ରୋନିକ୍ସ୍‌ର ଅତ୍ୟାଧୁନିକ ଜ୍ଞାନ କୌଶଳ ଯାହାକି ନିୟମିତ ଜୀବନରେ ପ୍ରଭାବ ପକାଉଛି ସେ ସମ୍ପର୍କରେ ଅଧିକ ପ୍ରଶିକ୍ଷଣ ଦିଆଯାଇଥିବା ବେଳେ ପ୍ରତିଯୋଗୀମାନେ ଅଟୋମେଟିକ୍‌ ଷ୍ଟ୍ରିଟ୍‌ ଲାଇଟ୍‌, ଅଟୋମେଟିକ୍‌ ୱାଟର୍‌ ଲେବଲ୍‌ ଇଣ୍ଡିକେଟର୍‌ ଏବଂ ଇଲେକ୍ଟ୍ରୋନିକ୍ସ୍‌ ଭୋଟିଂ ମେସିନ୍‌ ଭଳି ପ୍ରୋଜେକ୍ଟ୍‌ ପ୍ରସ୍ତୁତ କରିଥିଲେ ।

କ୍ୟାମ୍ପ୍‌ ଚାଲିଥିବା ମଧ୍ୟରେ ବିଶ୍ୱ ପରିବେଶ ଦିବସ ଅବସରରେ ପ୍ରତିଯୋଗୀମାନଙ୍କୁ ନେଇ ବିଭିନ୍ନ କୁଇଜ୍‌ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । କୃତୀ ପ୍ରତିଯୋଗୀମାନଙ୍କୁ ପ୍ରଫେସର ପି.କେ. ନନ୍ଦ ଏବଂ ଆଇଟିଇଆର୍‌ ଡିନ୍‌ ପ୍ରଫେସର ପି.କେ.ସାହୁ ପୁରସ୍କାର ଏବଂ ମାନପତ୍ର ପ୍ରଦାନ କରିଥିଲେ । ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍‌ ଇଂଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ବିଭୁ ପ୍ରସାଦ ମହାନ୍ତି କହିଥିଲେ, ପ୍ରତିଯୋଗୀମାନେ ଏହି କାର୍ଯ୍ୟକ୍ରମ ପ୍ରତି ବେଶ ଉତ୍ସାହିତ ଅଛନ୍ତି ।

ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ସୋଆ ସଭାପତିଙ୍କ ପ୍ରମୁଖ ଉପଦେଷ୍ଟା ପ୍ରଫେସର ଡି.ପି. ରାୟ, ମଦର ପବ୍ଲିକ୍‌ ସ୍କୁଲର ଅଧ୍ୟକ୍ଷା ପଲ୍ଲୀ ପଟ୍ଟନାୟକ, କଳିଙ୍ଗ ନଗରର ଡିଏଭି ସ୍କୁଲର ଅଧ୍ୟକ୍ଷ ବିପିନ୍‌ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିବା ବେଳେ ସୋଆ ଛାତ୍ର ମଙ୍ଗଳ ଡିନ୍‌ ଡକ୍ଟର ଜ୍ୟୋତି ରଞ୍ଜନ ଦାସ, ଡେପୁଟି ରେଜିଷ୍ଟ୍ରାର୍‌ ଡ. ମଧୁବ୍ରତା ମହାନ୍ତି ଏବଂ ଡେପୁଟି କଣ୍ଟ୍ରୋଲର (ପରୀକ୍ଷା ) ତୃପ୍ତି ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି କ୍ୟାମ୍ପ୍‌ରେ ଆଇଟିଇଆର୍‌ ବିଭିନ୍ନ ବିଭାଗର ମୁଖ୍ୟ ଯଥା ପ୍ରଫେସର ଡି. ଏନ୍‌ ଥାଟୋଇ, ପ୍ରଫେସର ନିରଞ୍ଜନ ନାୟକ, ପ୍ରଫେସର ଅଜିତ୍‌ ନାୟକ, ପ୍ରଫେସର ମାନସ ଦାସ, ପ୍ରଫେସର ଦେବାହୁତି ମିଶ୍ର, ପ୍ରଫେସର ତ୍ରିପ୍ତି ସ୍ୱର୍ଣ୍ଣାକାର, ପ୍ରଫେସର ଜୟନ୍ତ ଦାସ, ପ୍ରଫେସର ଏସ୍‌.କେ କାମିଲା ଏବଂ ପ୍ରଫେସର ପି.ସି ଦାସ ପ୍ରମୁଖ ସହଯୋଗ କରିଥିଲେ । ସହକାରୀ ପ୍ରଫେସର ଶ୍ୱେତାରାଣୀ ବିଶ୍ୱାଳ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ।