• ସୋକ୍‌ ଥେରେପିରୁ ଅନେକ ଫାଇଦା
  • ପାଦ ଓ ଗୋଇଠିରେ ଥିବା ଅତିରିକ୍ତ ପାଣିକୁ ହ୍ରାସ କରେ
  • ପାଦର ଭାରୀପଣ ଓ କଠିନତାରୁ ଆଶ୍ୱସ୍ତି ଦେଇ ଥାଏ
  • ବ୍ଲଡ୍‌ ସର୍କୁଲେସନ ଓ ଲିମ୍ଫେଟିକ୍‌ ଡ୍ରେନେଜ୍‌ ଭଲ କରେ
  • ଭଲ ନିଦ ହୋଇଥାଏ

ନୂଆଦିଲ୍ଲୀ – ଆଜିକାଲିର ଧାଁ ଦୌଡ଼ର ଜୀବନରେ ପାଦରେ ଫୁଲା , ଚିନ୍ତା ଓ ଅବସାଦ ଏକ ସାଧାରଣ ସମସ୍ୟା ହୋଇ ଯାଇଛି। ଦୀର୍ଘ ସମୟ ଯାଏ ଠିଆ ହୋଇ ରହିବା , ଅଧିକ ସମୟ ଧରି ବସିବା , ଗର୍ଭାବସ୍ଥା , ଲୁଣର ଅଧିକ ମାତ୍ରା, ଖରାପ ବ୍ଲଡ୍‌ ସର୍କୁଲେସନ କିମ୍ୱା ପାଣି ଜମା ହେବା (ୱାଟର ରିଟେନ୍ସନ ) ଏହାର ବଡ଼ କାରଣ ହୋଇପାରେ। ଏହି ସ୍ଥିତିରେ ନ୍ୟୁଟ୍ରିସନିଷ୍ଟ ଶ୍ୱେତା ଶାହଙ୍କ ଦ୍ୱାରା କୁହାଯାଇ ଥିଲା ଏହି ଆୟୁର୍ବେଦିକ ଫୁଟ୍‌ ସୋକ୍‌ ଥେରାପି ଖୁବ୍‌ ଫଳପ୍ରଦ ସାବ୍ୟସ୍ତ ହୋଇପାରେ। ଏହି ଥେରାପି ଆରାମ ଦେବା ସହ ଆୟୁର୍ବେଦରେ ଏହାକୁ ଶୋଥହର କ୍ରିୟା କୁହାଯାଏ, ଅର୍ଥାତ୍‌ ଫୁଲାକୁ ମୂଳରୁ ହ୍ରାସ କରାଇବାର ଉପାୟ।

କେମିତି କରିବେ ଆୟୁର୍ବେଦିକ ଫୁଟ୍‌ ସୋକ୍‌ ?

-ଗୋଟିଏ ଟବ୍‌ରେ ଉଷୁମ ପାଣି ନିଅନ୍ତୁ ଏବଂ ଏଥିରେ ଏହି ଜିନିଷ ସବୁ ମିଶାନ୍ତୁ-  ଟେବଲସ୍ପୁନ୍‌ ରକ୍‌ ସଲ୍ଟ ,ଟିସ୍ପୁନ୍‌ କ୍ୟାରମ୍‌ ସିଡ୍ସ, ଟିସ୍ପୁନ୍‌ ମଷ୍ଟାର୍ଡ ସିଡ୍‌ସ, ହାଫ୍‌ ଟିସ୍ପୁନ୍‌ ଡ୍ରାଏ ଜିଞ୍ଜର , ହାଫ୍‌ ଟିସ୍ପୁନ୍‌ ପୁନର୍ନଭା ପାଉଡର

-ଏବେ ଏହି ପାଣିରେ ପାଦକୁ ୧୨-୧୫ ମିନିଟ ଯାଏ ବୁଡ଼ାଇ ରଖନ୍ତୁ। ଏହି ସମୟରେ ଖୁବ୍‌ ଜୋରରେ ନିଃଶ୍ୱାସ ନିଅନ୍ତୁ ଏବଂ ଶରୀରକୁ ରିଲାକ୍ସ ହେବାକୁ ଦିଅନ୍ତୁ।

-ନିୟମିତ ରୂପେ ସପ୍ତାହରେ ୨-୩ ଥର ଏହି ଆୟୁର୍ବେଦିକ ଫୁଟ୍‌ ସୋକ୍‌ କରିବା ଦ୍ୱାରା ପାଦ ଫୁଲା ଓ କ୍ଲାନ୍ତରୁ ଉପଶମ ମିଳିପାରେ।

ସୋକ୍‌ ଥେରେପିରୁ ଫାଇଦା –

୧-ପାଦ ଓ ଗୋଇଠିରେ ଜମା ଥିବା ଅତିରିକ୍ତ ପାଣିକୁ ହ୍ରାସ କରେ- ଦୀର୍ଘ ସମୟ ଧରି ବସି ରହିବା , ହର୍ମୋନାଲ ପରିବର୍ତ୍ତନ କିମ୍ୱା ଲୁଣ ଅଧିକ ଖାଇବା ଦ୍ୱାରା ଶରୀରରେ ପାଣି ଜମା ହେବାକୁ ଲାଗେ। ଉଷୁମ ପାଣିରେ ଥିବା ରକ୍‌ ସଲ୍ଟ ଓ ପୁନର୍ନଭା ଶରୀରରେ ଜମା ହୋଇଥିବା ଅତିରିକ୍ତ ପାଣିକୁ ବାହାରକୁ ଆସିବାରେ ସାହାଯ୍ୟ କରିଥାଏ। ଏଥିରେ ଗୋଇଠି ଓ ପାଦର  ଫୁଲା ଧିରେ ଧିରେ ହ୍ରାସ ପାଏ।

୨-ପାଦର ଭାରୀପଣ ଓ ଷ୍ଟିପନେସ୍‌ରୁ ଆଶ୍ୱସ୍ତି ଦେଇ ଥାଏ- ଯଦି ଦିନ ସାରା ଠିଆ ହୋଇ ରହିବା କିମ୍ୱା ଚାଲିବା ପରେ ପାଦରେ ଭାରୀପଣ ଓ ଷ୍ଟିପନେସ୍‌(କଠିନତା) ଅନୁଭବ ହୋଇଥାଏ , ତ ଏହି ଥେରାପୀ ମାଂସପେଶୀଙ୍କୁ ରିଲାକ୍ସ କରିଥାଏ ଏବଂ ତୁରନ୍ତ ଆରାମ ଦେଇଥାଏ।

୩-ବ୍ଲଡ୍‌ ସର୍କୁଲେସନ ଓ ଲିମ୍ଫେଟିକ୍‌ ଡ୍ରେନେଜ୍‌ ଭଲ କରିଥାଏ – ଜୁଆଣି, ସୋରିଷ ଓ ଶୁଖିଲା ଅଦା ଶରୀରର ଉଷ୍ଣଦା ବୃଦ୍ଧି କରାଇ ଥାଏ , ଯାହାକୁ ରକ୍ତ ପ୍ରବାହକୁ ବଢାଏ। ତାହା ପାଦର ଥଣ୍ଡାକୁ କମାଇ ଥାଏ। ଆୟୁର୍ବେଦ ଅନୁସାରେ ,ଫୁଲା ଅନେକ ସମୟରେ ଲିମ୍ଫ ଫ୍ଲୋ ବ୍ଲକ୍‌ ହେବାରେ ହୋଇଥାଏ। ଏହା ସୋକ୍‌ ଥେରେପୀ ଲିମ୍ଫେଟିକ୍‌ ସିଷ୍ଟମକୁ ଆକ୍ଟିଭ୍‌ କରି ଟକ୍ସିନ୍ସକୁ ବାହାର କରିବାରେ ସାହାଯ୍ୟ କରେ।

୪- ଭଲ ନିଦ ହୋଇଥାଏ –ରାତିରେ ଶୋଇବା ପୂର୍ବରୁ ପାଦକୁ ସୋକ୍‌ କରିବା ଦ୍ୱାରା ଶରୀର ରିଲାକ୍ସ ହୋଇଥାଏ ଏବଂ ନିଦ ଭଲ ହୁଏ। ବିଶେଷକରି ସେହି ଲୋକଙ୍କୁ ଯାହାଙ୍କୁ ପାଦର ଥକାପଣ ଯୋଗୁଁ ନିଦ ଆସି ନଥାଏ। ଦୀର୍ଘ ଦିନର କ୍ଲାନ୍ତକୁ ଦୂର କରି ତୁରନ୍ତ ଆରାମ ଦେଇଥାଏ। ଉଷୁମ ସୋକ୍ ନର୍ଭସ ସିଷ୍ଟମକୁ ଶାନ୍ତ କରାଇ ଥାଏ। ଏଥିରେ ପାଦ ହିଁ ନୁହେଁ ପୂରା ଶରୀରରେ ରିଲାକ୍ସେସନ ଅନୁଭବ ହୋଇଥାଏ ଏବଂ ମାନସିକ ଉତ୍ତେଜନା ମଧ୍ୟ ହ୍ରାସ ପାଏ।