କୋଣାର୍କ, ୧୮।୧୨: ସୂର୍ଯ୍ୟମନ୍ଦିର ବୁଲିଲେ ବିଦେଶୀ ସୋସିଆଲ ମିଡିଆ ଇନଫ୍ଲୁଏନସର । ୯ଟି ଦେଶର ୧୮ ଜଣ ସୋସିଆଲ ମିଡିଆ ଇନଫ୍ଲୁଏନସର ଓ କଣ୍ଟେଣ୍ଟ କ୍ରିଏଟର ବିଶ୍ଵ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗ ସହାୟତାରେ ମିଆମାର,ଇଣ୍ଡୋନେସିଆ, ଜାପାନ, ମଙ୍ଗୋଲିଆ, ସିଙ୍ଗାପୁର,ମାଲେସିଆ,ସାଉଥ୍ କୋରିଆ, ଶ୍ରୀଲଙ୍କା, ଥାଇଲାଣ୍ଡର ୧୮ଜଣ ଇନଫ୍ଲୁଏନସର କୋଣାର୍କରେ ପହଞ୍ଚିବା ପରେ ପ୍ରଥମେ ବ୍ୟାଖ୍ୟାନ କେନ୍ଦ୍ରରେ ସ୍ୱାଗତ କରାଯାଇଥିଲା ।
ଗାଇଡ୍ ଅନିମେଶ ଏହି ବିଦେଶୀ ଇନଫ୍ଲୁଏନସରମାନଙ୍କୁ ସୂର୍ଯ୍ୟମନ୍ଦିର ସମ୍ପର୍କରେ ବିବିଧ ତଥ୍ୟ ବୁଝାଇଥିଲେ । ସୂର୍ଯ୍ୟମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ନିଜ ମୋବାଇଲରେ ଫଟୋ ଉତ୍ତୋଳନ କରିବା ସହିତ ଖୁସି ବ୍ୟକ୍ତ କରିଥିଲେ । ଏହି ଗସ୍ତ ସମୟରେ ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ, ନୋଡାଲ ଅଫିସର ବିନାୟକ ମିଶ୍ର ସୂର୍ଯ୍ୟପ୍ରକାଶ ପ୍ରମୁଖ ଉପସ୍ଥିତ ଥିଲେ ।