ସମୁଦ୍ରରୁ ମିଳିଲା ଏଭଳି ବହି, କୋରାନ କି ବାଇବେଲ ଏହାକୁ ନେଇ ସୋସିଆଲ ମିଡ଼ିଆରେ ସୃଷ୍ଟି ହେଉଛି ହଇଚଇ, ଜାଣନ୍ତୁ ସତ୍ୟତା…

ସୋସିଆଲ ମିଡ଼ିଆରେ କିଛି ସମୟ ହେବ ଗୋଟିଏ ବହିର ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ବହିର ପୃଷ୍ଠା ଦେଖିବା ଲୋକଙ୍କ ମନରେ ଦ୍ବନ୍ଦ୍ବ ବଢ଼ିବାରେ ଲାଗିଛି। ଏହି ବହିଟି ବହୁ ସମୟ ଧରି ସମୁଦ୍ରର ଅତଳ ଜଳ ଭିତରେ ପଡ଼ିରହିଥିଲା। ଏହାକୁ ନେଇ ସୋସିଆଲ ମିଡ଼ିଆରେ ଲୋକମାନେ ଭିନ୍ନ ଭିନ୍ନ ଦାବି ମଧ୍ୟ କରୁଛନ୍ତି।

ଏହି ବହିର ଲିପିକୁ ଦେଖିବା ପରେ କିଏ କହୁଛି ଏହା କୋରାନ ତ କିଏ କହୁଛି ବାଇବେଲ। ଯଦିଓ ସେମାନେ ଏହାକୁ ସ୍ପଷ୍ଟ କରିପାରିନାହାନ୍ତି ପ୍ରକୃତରେ ଏହା କେଉଁ ପ୍ରକାର ବହି। ତଥାପି ଏହି ବହିକୁ ସୋସିଆଲ ମିଡ଼ିଆରେ ହଜାରରୁ ଅଧିକ ଥର ସେୟାର କରିସାରିଲାଣି।

କିନ୍ତୁ ବର୍ତ୍ତମାନ ଏହାର ସତ୍ୟତା ସାମ୍ନାକୁ ଆସି ସାରିଛି। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏହି ବହି କୈାଣସି ଧାର୍ମିକ ପୁସ୍ତକ ନୁହେଁ। ବରଂ ଆମେରିକାର କଳାକାର କୈଥରୀନ ମୈକଏବରଙ୍କ ଏକ ରଚନା ବହି। ୨୦୧୪ରେ ଲେଖାଯାଇଥିବା ଏହି ପୁସ୍ତକର ଗୋଟିଏ ଧାଡ଼ିରେ ପ୍ରମାଣ କରାଯାଇଛି ଯେ, କିଭଳି ସେ ଗୋଟିଏ ପୁସ୍ତକରେ କ୍ରିଷ୍ଟଲ ଲଗାଇବା ପାଇଁ ଚେଷ୍ଟା କରିଛନ୍ତି ଆଉ ଏଥିରେ ସଫଳ ହୋଇଛନ୍ତି।

ସୋସିଆଲ ମିଡ଼ିଆରେ ଭାଇରାଲ ପୁସ୍ତକ ଉପରେ ପ୍ରଶ୍ନ ଉଠୁଛି ଯେ, ଏହା ବାଇବେଲ ହେଉ କି କୋରାନ କିଭଳି ଏତେ ସମୟ ଧରି ପାଣିରେ ପଡ଼ିରହିଛି। ତଥାପି ବହିଟି ସୁରକ୍ଷିତ ଅଛି। ଏହା ସମସ୍ତଙ୍କୁ ଆଶ୍ଚଯ୍ୟ କରିଛି। ନଭେମ୍ବର ୨୦୧୮ରେ ଫେସବୁକରେ ଏହି ପୁସ୍ତକର ଫଟୋ ପୋଷ୍ଟ କରାଯାଇଥିଲା। ଯେଉଁଥିରେ ୪ହଜାରରୁ ଅଧିକ ଲୋକ ଏହାକୁ ସେୟାର କରିଥିଲେ। ଏହି ଫଟୋ ସହିତ ଗୋଟିଏ ଶିରୋନାମା ଲେଖାଯାଇଥିଲା ‘ଏହା ଏକ ଚମତ୍କାର ଅଟେ’