ବେଆଇନ ବାଲି ବୋଝେଇ ହାଇଓ୍ବା ଜବତ

ପୁରୁଣାକଟକ,୧୯ା୩ : ବୌଦ୍ଧ ପରିବହନ ବିଭାଗ ଦ୍ୱାରା ଚାରିଛକ ଠାରେ ବେଆଇନ ଭାବେ ଯାଉଥିବା ୨ ଟି ବାଲି ବୋଝେଇ ହାଇଓ୍ବାକୁ ଜବତ କରି ପୁରୁଣାକଟକ ପୁଲିସର ଜିମା ଦେଇଛି । ଗାଡିର କାଗଜପତ୍ର ଠିକ ନଥିବା ସହ ବାଲି ଓଭରଲୋଡିଂ କରି ହାଇଓ୍ବା (ନଂ ଓଡି-୧୨ଏ-୮୯୭୨) ଏବଂ (ନଂ ଓଡି-୧୨ଡି-୭୨୩୧ ) ହରଭଙ୍ଗା ରୁ ଫୁଲବାଣି ଯାଉଥିବା ବେଳେ ଚାରିଛକ ନିକଟରେ ପରିବହନ ବିଭାଗ ଗାଡି ଗୁଡିକ ଯାଞ୍ଚ କରିଥିଲା । ଚାଳକ ମାନେ ସଠିକ କାଗଜପତ୍ର ଦେଖାଇନପାରିବାରୁ ଗାଡି ଜବତ କରାଯାଇ ଥାନାରେ ଅଟକ ଥିବା ପୁଲିସ ସୁତ୍ରରୁ ଜଣାପଡିଛି।