PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଫଗାନିସ୍ତାନର ଧାର୍ମିକ ବିଦ୍ୟାଳୟରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ, ୨୦ରୁ ଅଧିକ ଗୁରୁତର…
  • ||
  • HSRP ମାମଲା : ୧,୨,୩ ଏବଂ ୪ ନମ୍ଵର ପାଇଁ ଆଉ ଏକ ମାସ ସମୟ ସୀମା ବୃଦ୍ଧି
  • ||
  • ଭୁବନେଶ୍ଵର : ପୁରୀରେ ନିର୍ମାଣ ହେବ କୁଲତା ସମାଜର ଧର୍ମଶାଳା, ସୁନାମୁହିଁରେ ୧ ଏକର ଜାଗା ଓ ୩ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ମୈଦଲପୁର : ବନ୍ଧୁକ ମରାମତି ବେଳେ ଗୁଳି ଫୁଟି ୪ ଆହତ
  • ||
  • ତେଲକୋଇ : ନଦୀରେ ଭାସୁଛି ଯୁବକଙ୍କ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ରେଢ଼ାଖୋଲ : ଔଷଧ ବୋଝେଇ କଣ୍ଟେନର ଧକ୍କାରେ ୪ ପିକଅପ୍ ଭ୍ୟାନ୍ ଚୂରମାର
  • ||
  • ଭୁବନେଶ୍ଵର : ATM ଭିତରେ ପଶିଲା ନାଗ, ଦେଢ ଘଣ୍ଟା ପରେ ଉଦ୍ଧାର କଲା ସ୍ନେକ୍ ହେଲ୍ପଲାଇନ
  • ||
  • ଭୁବନେଶ୍ଵର : ସାମୁଦ୍ରିକ ବାୟୁ ପ୍ରଭାବରେ ରାଜ୍ୟରେ ରାତ୍ରି ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରେକର୍ଡ
  • ||
  • ନାରାୟଣପାଟଣା : ଝାଙ୍କିରିକାରିଲି ଗାଁ ପାହାଡ଼ରେ ମାତିଛି ମହାବଳ, ପୁଣି ଏକ ଛେଳିକୁ ମାରି ଖାଇଲା ବାଘ
  • ||
  • ଆଠମଲ୍ଲିକ : ଧାନ ଖଳାରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ବର୍ଷକର ଅମଳ ଫସଲ
  • ||

ଆତଙ୍କବାଦୀରୁ ସୈନିକ ହୋଇଥିବା ଲାନ୍‌ସ୍‌ ନାୟକ ନାଜିରଙ୍କୁ ମରଣତୋର ‘ଅଶୋକଚକ୍ର’

www.jagran.com

ନୂଆ ଦିଲ୍ଲୀ: ଦକ୍ଷିଣ କାଶ୍ମୀରର ଶୋପିଅର ଜିଲ୍ଲାରେ ଆତଙ୍କବାଦୀମାନଙ୍କ ସହ ଲଢ଼ି ସହିଦ ହୋଇଥିବା ଲାନ୍‌ସ୍‌ ନାୟକ ନାଜିର ଅହମେଦ ୱାନ୍‌ଙ୍କୁ ମରଣତୋର ଭାବେ ଭାରତର ସର୍ବୋଚ୍ଚ ସାହସିକ ପଦକ ‘ଅଶୋକ ଚକ୍ର’ ମିଳିବ । ରାଷ୍ଟ୍ରପତିଙ୍କ ସଚିବାଳୟରୁ ଆଗତ ଏକ ପ୍ରେସ୍‌ ରିଲିଜ୍‌ରେ ଉଲ୍ଲେଖ ଅଛି ଯେ, ଦୁଇ ଜଣ ଆତଙ୍କବାଦୀଙ୍କୁ ନିପାତ କରିବା, ଆହତ ସହକର୍ମୀଙ୍କୁ ସ୍ଥାନାନ୍ତର କରିବା ଏବଂ ଭାରତୀୟ ସେନାର ସର୍ବୋଚ୍ଚ ପରମ୍ପରା ଆତ୍ମୋତ୍ସର୍ଗ କରିବାରେ ଲାନ୍‌ସ୍‌ ନାୟକ ନାଜିର ବ୍ୟକ୍ତିତ୍ୱରେ ସୁସୁସ୍ପଷ୍ଟ ଦୁଃସାହସିକତା ପ୍ରଦର୍ଶନ କରିଥିଲେ । ଏକଦା ୱାନି ସ୍ୱଂୟ ଥିଲେ ଜଣେ ଆତଙ୍କବାଦୀ, କିନ୍ତୁ ସେ ସେନା ଆଗରେ ଆତ୍ମସମର୍ପଣ କରି କାଶ୍ମୀର ଉପତ୍ୟକାରୁ ଆତଙ୍କବାଦ ପୋଛି ଦେବା ଲାଗି କାଉଟର ଇନ୍‌ସର୍ଜେନ୍‌ସି ଅଭିଯାନରେ ସଂପୃକ୍ତ ହୋଇଥିଲେ । ୱାନି ୨୦୦୪ରେ ଭାରତୀୟ ସେନାବାହିନୀର ଟେରିଟୋରିଆଲ୍‌ ଆର୍ମିର ୧୬୨ ବାଟାଲିୟନ୍‌ରେ ଯୋଗ ଦେଇଥିଲେ । ସେବେଠାରୁ କାଉଂଟରର ଇନ୍ସର୍ଜେନ୍‌ସିରେ କାର୍ଯ୍ୟକରି ନଭେମ୍ବର ୨୦୧୮ ରେ ସହିଦ ହୋଇଥିଲେ । କୁଲଗାମ ବାସିନ୍ଦର ୱାନି ଦୁଇ ଥର ସମ୍ମାନଜନକ ସେନା ମେଡ଼ାଲ୍‌ ମ%୍ୟ ପାଇଥିଲେ । ଛଅ ଜଣ ଆତଙ୍କବାଦୀଙ୍କ ସହ ମୁକାବିଲା କରାଯିବା ସମୟରେ ଲାନ୍‌ସ୍‌ ନାୟକ ୱାନି ସାଘାଂତିକ ଆହତ ହେବା ପରେ ସହିଦ ହୋଇଥିଲେ । ଏନ୍‌କାଉଟରରେ ସେ ଓ ୬ଜଣ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିଲେ । ୱାନିଙ୍କର ପତ୍ନୀ ଏବଂ ୨୦ ଓ ୧୮ ବର୍ଷର ଦୁଇଟି ପିଲା ଅଛନ୍ତି ।

ସମ୍ବନ୍ଧିତ ଖବର