ପ୍ରମୂଖ ଖବର
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ପ୍ରେସର ବୋମା ବିସ୍ଫୋରଣ : ଜଣେ ଯବାନ ଗୁରୁତର

Published By : Prameya | April 28, 2025 10:38 PM

ମାଲକାନଗିରି, ୨୮/୪ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବୀଜାପୁରରେ ମାଓ ଦମନ ନିମନ୍ତେ ଗତ ୭ ଦିନ ଧରି ବଡ ଧରଣର ଅପରେସନ ଜାରି ରହିଛି। ଏହି ଅପରେସନ ବେଳେ ଏକ ଆଇଡି ବୋମା ବିସ୍ଫୋରଣରେ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି। 

ବୀଜାପୁର କରିଗେଟା ଜଙ୍ଗଲରେ ଗତ ୭ ଦିନ ଧରି ମାଓ ଦମନ ନିମନ୍ତେ ସବୁଠାରୁ ବଡ ଅପରେସନ ଆରମ୍ଭ କରାଯାଇଛି। ଏହି ଅପରେସନରେ ଅନେକ ମାଓବାଦୀ ନିହତ ହୋଇଥିବା ବେଳେ ଆଜି ସେ ଅଞ୍ଚଳରେ ତଲାସି ଅଭିଯାନ କରୁଥିବା ସମୟରେ ଆଇଡି ବୋମା ବିସ୍ଫୋରଣରେ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ଚିକିତ୍ସା ପାଇଁ ହେଲିକ୍ୟାପ୍ଟର ଯୋଗେ ରାଇପୁର ନିଆଯାଇଥିବା ବେଳେ ଅଞ୍ଚଳରେ ତଲାସି ଅଭିଯାନ ଜାରି ରହିଛି। ଏହା ସହ ଅଞ୍ଚଳରୁ ଯବାନମାନେ କିଛି ବୋତଲ ବୋମା ମଧ୍ୟ ଜବତ କରିଥିବା ଜଣା ପଡିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.