ଭାରତ – ଆମେରିକା ମିଳିତ ସାମରିକ ଅଭ୍ୟାସ ବେଳେ ସୈନିକଙ୍କ ରକ୍ କନସର୍ଟ : ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ

ନୂଆଦିଲ୍ଲୀ : ଭାରତ – ଆମେରିକାର ସେନା ମଧ୍ୟରେ ହୋଇଥିବା ମିଳିତ ଯୁଦ୍ଧ ଅଭ୍ୟାସ ପରେ ଯବାନଙ୍କ ଏକ ରକ୍ କନସର୍ଟର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଆମେରିକୀୟ ସେନାର ୧୧ତମ ଏୟାରବର୍ନ ଡିଭିଜନ ଗୁରୁବାର ରକ୍-ଅନ୍ ମୋଡ୍ରେ ସୈନିକଙ୍କର ଏକ ଭିଡ଼ିଓ ସେୟାର କରିଛି। ଏହି ଭିଡ଼ିଓ ଯୁଦ୍ଧ ଅଭ୍ୟାସର ପର ମୁହୂର୍ତ୍ତର। ଦୁଇ ଦେଶର ଯବାନମାନେ ଏକ କଠିନ ପ୍ରଶିକ୍ଷଣ ପରେ ଏହି ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।
ସୋସିଆଲ ମିଡ଼ିଆରେ ସେୟାର କରାଯାଇ ଥିବା ୨୦ ସେକେଣ୍ଡର ଭିଡ଼ିଓରେ ଦୁଇଟି ଟିମ୍ ଅଛନ୍ତି। ସେମାନଙ୍କ ପାଖେ ରୋଲିଂ ଡ୍ରମ୍ ଓ ଗିଟାର ନଜର ଆସୁଛି। ଆମେରିକୀୟ ସେନାର ଅଧିକାରୀ, ଯବାନ ଗିଟାର ବଜାଉ ଥିବାର ନଜର ଆସୁଛି । ଭାରତୀୟ ସେନାର ଯବାନ ଡ୍ରମ୍ ବଜାଉଛନ୍ତି । ୨୦ ସେକେଣ୍ଡର ଏହି ଭିଡ଼ିଓ ଖୁବ୍ ମଜାଳିଆ ଧରଣର। ଭିଡ଼ିଓରେ ଉଭୟ ଦେଶର ଆହୁରି ଅନେକ ଯବାନ ଓ ଅଧିକାରୀ ନଜର ଆସୁଛନ୍ତି।
ଉଲ୍ଲେଖନୀୟ ଯେ , ଭାରତ ଓ ଆମେରକା ମଧ୍ୟରେ ପ୍ରତିବର୍ଷ ମିଳିତ ଦ୍ୱିପାକ୍ଷୀୟ ଅଭ୍ୟାସ ହୋଇଥାଏ । ଉଭୟ ଦେଶ ପାଳି କରି ଉଭୟ ଉଭୟଙ୍କର ମାଟିରେ ଅଭ୍ୟାସ କରିଥାନ୍ତି । ଚଳିତ ବର୍ଷର ପ୍ରଶିକ୍ଷଣ ୧୯ ନଭେମ୍ୱରରେ ଆରମ୍ଭ ହୋଇଥିଲା । ଯେଉଁଠି ଉଭୟ ଟିମ୍ ମିଳିତ ଭାବେ ମକ୍ ହ୍ୟୁମାନିଟେରିୟନ ଡ୍ରିଲ୍ ଓ ଡିଜାଷ୍ଟର ରିଲିଫ୍ (ଏଚଏଡିଆର) ଆପ୍ସ ସହ ଯୁଦ୍ଧର ସ୍ଥିତିରେ ଚିକିତ୍ସା ସହାୟତା ଓ ଉଦ୍ଧାର , ଲଢ଼େଇ କୌଶଳର ପ୍ରଶିକ୍ଷଣ ଦେଇଥିଲେ।
Spontaneous rock concerts in the Himalayas with our Commanding General on lead guitar? All in a day’s work for the Arctic Angels. @USARPAC @USArmy @I_Corps pic.twitter.com/WQl9h40Z3f
— Eleventh Airborne (@11thAirborneDiv) December 1, 2022
ଏହି ଯୁଦ୍ଧାଭ୍ୟାସକୁ ନେଇ ଭାରତରେ ଆମେରିକୀୟ ଦୂତାବାସ ଶନିବାର ଟ୍ୱିଟ୍ କରିଛି, ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ର ପାଇଁ ଆମର ପ୍ରତିବଦ୍ଧତା ଓ ପରସ୍ପର ଭିତରେ କ୍ଷମତାରେ ସୁଧାର ଆଣିଥାଏ। ଆମେରିକୀୟ-ଭାରତ ପ୍ରତିରକ୍ଷା ଭାଗିଦାରୀ ଏକ ନୂତନ ଉଚ୍ଚତାକୁ ନେଇଯାଏ। ଏଥିରେ ୧୧ତମ ଏୟାରବର୍ନ ଡିଭିଜନର ଦ୍ୱିତୀୟ ବ୍ରିଗେଡ୍ର ଆମେରିକୀୟ ସେନାର ଯବାନ ଓ ଆସାମ ରେଜିମେଣ୍ଟର ଭାରତୀୟ ସେନାର ଯବାନ ପ୍ରଶିକ୍ଷଣରେ ଭାଗ ନେଇଥିଲେ ।