ଠିକା ସଂସ୍ଥାର ମାଲିକ ଚାନ୍ଦା ନଦେବାରୁ ରାସ୍ତା କାମରେ ଲାଗିଥିବା ରୋଲରକୁ ଜାଲିଦେଲେ ଦୁର୍ବୁତ୍ତ

ରାଉରକେଲା ୧୨/୩: ରାସ୍ତା କାମରେ ନିୟୋଜିତ ରୋଲରକୁ ଜାଳିଦେଲେ ଦୁର୍ବୁତ୍ତ । ବିଶ୍ରା ବ୍ଲକ ଅନ୍ତର୍ଗତ ଗଂଗେଇଟୋଲାରେ ଦୁର୍ବତ୍ତମାନେ ଘଟାଇଛନ୍ତି ଏଭଳି କାଣ୍ଡ । ଠିକା ସଂସ୍ଥାର ମାଲିକ ଚାନ୍ଦା ନଦେବାରୁ ରୋଲର ପୋଡି ଦେଇଥିବା ସୂଚନା ମିଳିଛି । ପୂର୍ବରୁ ଠିକା ସଂସ୍ଥା ମାଲିକଙ୍କୁ କୌଣସି ଏକ କାର୍ଯ୍ୟ ପାଇଁ ଚାନ୍ଦା ମଗାଯାଇଥିଲା । ତେବେ ଚାନ୍ଦା ନଦେବାରୁ ଦୁର୍ବୁତ୍ତମାନେ ଏଭଳି କାଣ୍ଡ ଘଟାଇଥିବା କୁହାଯାଉଛି ।

ଘଟଣାସ୍ଥଳରୁ ଏକ ହାତ ଲେଖା ଚିଠି ମିଳିଛି । ତେବେ ଏହା ପଛରେ PLFI କିମ୍ବା ମାଓବାଦୀଙ୍କ ହାତ ଅଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଅବଶ୍ଯ ଚିଠିର ଶେଷରେ ନକସଲ୍ ବୋଲି ଉଲ୍ଲେଖ ରହିଛି । ତେବେ ଏହା ପ୍ରକୃତରେ ନକ୍ସଲ କିମ୍ବା ଅନ୍ଯକେହି ନକ୍ସଲ ନାଁ ନେଇ ଏପରି କରିଛି ତାହା ଜଣାପଡିନାହିଁ । ଘଟଣାସ୍ଥଳରୁ ଚିଠି ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ବିଶ୍ରା ପୋଲିସ ।