PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ସଲମାନଙ୍କ ନାଁରେ ପୁଣି ଅଭିଯୋଗ ଆଣିଲେ ସୋମି ଅଲି, କହିଲେ-ମହିଳାଙ୍କ ସହ ମାରପିଟ କରୁଥିବା ବ୍ୟକ୍ତି…

ମୁମ୍ବାଇ ୧୯/୦୮: ଅଭିନେତା ସଲମାନ ଖାନ ପ୍ରାୟତଃ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରୁହନ୍ତି। ଅନେକ ଥର ସେ ସୋମି ଅଲିଙ୍କ ଅଭିଯୋଗ ହେତୁ ମଧ୍ୟ ଆଲୋଚନାରେ ରହିଛନ୍ତି। ବର୍ତ୍ତମାନ ସୋମି ପୁଣି ଥରେ ସଲମାନଙ୍କ ନାଁରେ ଅଭିଯୋଗ କରିଛନ୍ତି। ମେନେ ପ୍ୟାର କିୟାର ଏକ ପୋଷ୍ଟର ସେୟାର କରି ସୋମି ଲେଖିଛନ୍ତି, ଏହି ବ୍ୟକ୍ତି ମହିଳାଙ୍କ ସହ ମାରପିଟ କରନ୍ତି, ତାଙ୍କୁ ପୂଜା କରିବା ବନ୍ଦ କର। ସୋମିଙ୍କ ଏହି ପୋଷ୍ଟ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

ସୋମି ମେନେ ପ୍ୟାର କିୟାର ଯେଉଁ ପୋଷ୍ଟର ସେୟାର କରିଛନ୍ତି, ସେଥିରେ ସଲମାନଙ୍କ ସହ ଭାଗାଶ୍ରୀ ନଜର ଆସିଛନ୍ତି। ଫଟୋ ସହିତ ସେ କ୍ୟାପସନରେ ଲେଖିଛନ୍ତି, ‘ମହିଳାଙ୍କ ସହ ମାରପିଟ କରୁଥିବା ବ୍ୟକ୍ତି, କେବଳ ମୁଁ ନୁହେଁ ଆହୁରି ଅନେକ। ଦୟାକରି ତାଙ୍କୁ ପୂଜା କରିବା ବନ୍ଦ କରନ୍ତୁ।  ସେ ମାନସିକ ସ୍ତରରେ ଅସୁସ୍ଥ ଅଛନ୍ତି।’ ଯେଉଁ ଆକାଉଣ୍ଟରୁ ଏହା ପୋଷ୍ଟ କରାଯାଇଛି ତାହା ଭେରିଫାଇଡ୍ ନୁହେଁ, କିନ୍ତୁ ଏହାକୁ ସୋମିଙ୍କ ପ୍ରକୃତ ଇନଷ୍ଟା ଆକାଉଣ୍ଟ ବୋଲି କୁହାଯାଉଛି।

ସୋମି ଏହି ପୋଷ୍ଟରରେ କେବଳ ପୋଷ୍ଟର ସେୟାର କରିଛନ୍ତି, ସେ କ୍ୟାପସନରେ କାହାର ନାମ ଲେଖି ନାହାଁନ୍ତି। ଯେହେତୁ ସୋମି ଅତୀତରେ ସଲମାନଙ୍କ ନାଁରେ ଅନେକ ଥର ଅଭିଯୋଗ କରିଛନ୍ତି, ତେଣୁ କୁହାଯାଉଛି ଯେ ଏଥର ମଧ୍ୟ ସେ ସଲମାନ ବିଷୟରେ ଉଲ୍ଲେଖ କରିଛନ୍ତି। ଏହା ବ୍ୟତୀତ ସୋମି ଏହି ଇନଷ୍ଟା ପୋଷ୍ଟରେ କମେଣ୍ଟକୁ ଲିମିଟେଡ୍ ରଖିଛନ୍ତି, ଅର୍ଥାତ୍ ସମସ୍ତେ ତାଙ୍କର ଏହି ପୋଷ୍ଟରେ କମେଣ୍ଟ ଦେଇ ପାରିବେ ନାହିଁ।