ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ବୃଦ୍ଧ ବାପା ମାଙ୍କୁ ବାଡେଇ ଘରୁ ବାହାର କଲା ପୁଅ, ସାମିଲ ଅଛନ୍ତି ବୋହୂ ଏବଂ ସମୁଦୁଣୀ

Published By : Harapriya Sethi | November 4, 2024 1:22 PM

ସାଲେପୁର,୦୪/୧୧: ପୁଅ, ବୋହୂ ଏବଂ ସମୁଦୁଣୀଙ୍କ ଅକଥନୀୟ ଅତ୍ୟାଚାରରେ ଅତିଷ୍ଠ ବୃଦ୍ଧ ପିତାମାତା । ନିଜ ଘରେ ନରହି ଏବେ ଅନ୍ୟଘରେ ନେଇଛନ୍ତି ଆଶ୍ରୟ । କଟକ ଜିଲ୍ଲା ସାଲେପୁର ବ୍ଲକ୍‌ରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । 

ସୂଚନା ମୁତାବକ, ସାଲେପୁର ବ୍ଲକ୍ ବାରିଗୋଲ ପଞ୍ଚାୟତ ସୁନଖଣ୍ଡି ଗାଁରେ ରେଣୁବାଳା ମହାରଣା ଓ ହେମନ୍ତ ମହାରଣା ତାଙ୍କ ପୁଅ ପଦ୍ମଲୋଚନ ମହାରଣା ଓ ତାଙ୍କ ସ୍ତ୍ରୀଙ୍କ ସମେତ ସମୁଦୁଣୀ ଗୋଟିଏ ଘରେ ରହୁଥିଲେ । ତେବେ ପଦ୍ମଲୋଚନ ତାଙ୍କ ସ୍ତ୍ରୀ ଏବଂ ତାଙ୍କ ଶାଶୁ ବୃଦ୍ଧ ପିତାମାତାଙ୍କୁ ମିଳିତ ଭାବେ ମାଡ ମାରିଛନ୍ତି । କେବଳ ସେତିକି ନୁହେଁ, ଗାଳି ଗୁଲଜ କରିବା ସହ ଘରେ ମଧ୍ୟ ପୁରାଇ ଦେଉ ନାହାନ୍ତି। ଏଥିରେ ଭୟଭୀତ ହୋଇ ଏବେ ଅନ୍ୟ ଜଣଙ୍କ ଘରେ ଆଶ୍ରୟ ନେଇଛନ୍ତି ବୃଦ୍ଧ ପିତାମାତା । ଏନେଇ ସାଲେପୁର ଥାନାରେ ମାତାପିତା ଅଭିଯୋଗ କରିଥିବା ବେଳେ ପୁଅ ବୋହୁ ମଧ୍ୟ ପାଲଟା ଅଭିଯୋଗ କରିଛନ୍ତି । ସାଲେପୁର ପୋଲିସ ଉଭୟଙ୍କ ଅଭିଯୋଗକୁ ଭିତ୍ତି କରି ତଦନ୍ତ କରିଥିବା ଜଣାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.