PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

କର୍କଟ ରୋଗରେ ପୀଡ଼ିତ ସୋନାଲିଙ୍କୁ ‘ତତଡ୍‌ ତତଡ୍‌’ ଗୀତ ବହୁତ ପ୍ରେରଣା ଦେଇଥିଲା, ଜାଣନ୍ତୁ ଗୀତକୁ କିଏ ଗାଇଥିଲା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ନ୍ୟୁୟର୍କରେ କର୍କଟ ରୋଗର ଚିକିତ୍ସା କରିବା ପରେ  ମୁମ୍ବାଇ ଫେରିଛନ୍ତି। ଏହି ଗମ୍ଭୀର ରୋଗରୁ ମୁକ୍ତି ପାଇବା ପରେ ସୋନାଲି  ଏବେ ଲଢ଼ୁଆ ଅର୍ଥାତ୍ ଯୋଦ୍ଧା ପରି  ବଂଚିବାକୁ ଚାହୁଁଛନ୍ତି। ଯାହା ବି ହେଉ ନା କାହିଁକି  ସୋନାଲି ସବୁବେଳେ ନିଜର ନୂଆ ଫଟୋ ଅପଡେଟ୍ କରି ଦର୍ଶକଙ୍କୁ  ଦେଖାଇବାକୁ ଚାହାନ୍ତି କି, କ୍ୟାନସର ଚିକିତ୍ସା ପରେ ସେ ବର୍ତମାନ କିଭଳି ଯୋଦ୍ଧା ପରି ବଂଚୁଛନ୍ତି। ଯେଉଁଥିପାଇଁ ସୋନାଲି ବେନ୍ଦ୍ରେ ଏବେ ଚର୍ଚ୍ଚାରେ ରହିଛନ୍ତି ଯାହାର ସୂଚନା ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ସମସ୍ତଙ୍କୁ ଦେଉଥିଲେ ଜୀବନର ଏତେ କଠିନ ସମୟ ଦେଇ ଗତି କରିବା ପରେ ସେ ଏବେ ପୁଣି ଥରେ ନୂଆ ଜୀବନ ପାଇଛନ୍ତି ଭଲ ହେଉ ହେଉ ସେ ପରଦାକୁ ଫେରିବାର କାମ ମଧ୍ୟ ଆରମ୍ଭ କରି ଦେଇଥିବା ଜଣା ପଡ଼ିଛି ତେବେ କର୍କଟ ରୋଗରେ ପୀଡ଼ିତ ହୋଇ ନ୍ୟୁୟର୍କରେ ଚିକିତ୍ସାଧୀନ ଥିବା ବେଳେ ଅଭିନେତା ରଣବୀର ସିଂହଙ୍କ ଗୀତ ତାଙ୍କୁ ଅନେକ ସାହାଯ୍ୟ କରିଥିଲେ ବୋଲି ସୋନାଲି କହିଛନ୍ତି । ତାଙ୍କ କହିବା ଅନୁଯାୟୀ, କର୍କଟ ରୋଗ ପାଇଁ ମୋତେ ମୋ କେଶକୁ କାଟିବାକୁ ପଡ଼ିଥିଲା ଲଣ୍ଡା ହେବା ପରେ ମୁଁ ମୋ ମୁଣ୍ଡରେ ସବୁ ବେଳେ ହାତ ମାରିବା ଆରମ୍ଭ କରି ଦେଇଥିଲି ଏହା ଦେଖି ମୋତେ ଦେଖା କରିବା ପାଇଁ ଆସୁଥିବା ମୋର ବନ୍ଧୁ ଆଶ୍ଚର୍ଯ୍ୟ ହେବା ସହ ଏହା କରୁଛ ବୋଲି କହିଥିଲେ ମୁଁ ହସିବା ସହ, ରାମ୍ଲୀଲାରେ ରଣବୀର ସିଂହଙ୍କତତଡ୍ତତଡ୍‌’ ଗୀତକୁ ଅନୁସରଣ କରୁଥିବା କହୁଥିଲି

ସମ୍ବନ୍ଧିତ ଖବର