ନୂଆଦିଲ୍ଲୀ : ବିଜୟ ମାଲ୍ୟା ହଜାର ହଜାର କୋଟି ଟଙ୍କାର ଠକେଇ ମାମଲାରେ ଭାରତ ଛାଡ଼ିଛନ୍ତି । ସେ ଏବେ ଲଣ୍ଡନରେ ରହୁଛନ୍ତି । ତଥାପି ଅନେକ ସମୟରେ ସେ ଖବରର ଶିରୋନାମା ପାଲଟିଥାନ୍ତି । ଏହି ଶିଳ୍ପପତିଙ୍କୁ ନେଇ ବିଭିନ୍ନ ବିବାଦ ସବୁ ମଧ୍ୟ ଦେଖିବାକୁ ମିଳିଥାଏ । ମାତ୍ର ଅଭିନେତ୍ରୀ ସୋନାଲି ରାଓ୍ବତ ଦାବି କରିଛନ୍ତି କି, ମାଲ୍ୟାଙ୍କ ପାଇଁ ଅନେକ ବଲିଉଡ କଳାକାରଙ୍କ କ୍ୟାରିୟର ଗଢ଼ି ଉଠିଛି ।
ଜଣାଶୁଣା ମଡେଲ ତଥା ଅଭିନେତ୍ରୀ ସୋନାଲି ବିଗବସ୍-୬ ମରାଠୀରେ ନଜର ଆସିଥିଲେ । ମାତ୍ର ଅଧାରୁ ସେ ଏହି ଶୋ’ ଛାଡ଼ିଥିଲେ । ପରେ ତାଙ୍କ ପଚରାଯାଇଥିଲା କି, ତୁମେ କାହିଁକି ଛାଡ଼ିଲ ? ଯେଉଁଥିରେ ସେ ଉତ୍ତର ଦେଇଥିଲେ କି, ବିଗବସର ଘର ଗୁଡ଼ିକ ବହୁତ ମଇଳା । ମୋର ସ୍କ୍ରିନରେ ଯାଉନି । ସେଥିପାଇଁ ଛାଡ଼ିଲି । ଏହାସହ ସଫା ରହିବା ମୁଁ ବିଜୟ ମାଲ୍ୟାଙ୍କଠାରୁ ଶିଖିଛି । ମୁଁ ଯେତେବେଳେ କିଙ୍ଗଫିସନରର କ୍ୟାଲେଣ୍ଡର କରିବା ପାଇଁ ବିଜୟ ମାଲ୍ୟାଙ୍କୁ ଭେଟିଥିଲି ସେବେଠାରୁ ଜାଣିଛି ।
ସେ ବିଜୟ ମାଲ୍ୟାଙ୍କ ପ୍ରଂଶସା କରିବା ସହ କହିଥିଲେ କି, ସେ ଜଣେ ଉଦାର ବ୍ୟକ୍ତିତ୍ବ । କିଭଳି ପାର୍ଟି କରାଯାଏ ତାହା ତାଙ୍କଠାରୁ ଶିଖିବା କଥା । ଲୋକମାନେ କଣ ଭାବନ୍ତି ସେ ତାକୁ ଖାତିର କରନ୍ତି ନାହିଁ । ସେ ଯାହା କୁହନ୍ତି ତାହା କରି ଦେଖାନ୍ତି । କିଙ୍ଗଫିସର ପାଇଁ ଆମ କ୍ୟାରିୟର ଗଢ଼ିଉଠିଛି । ଏହାସହ ଦୀପିକା ଏବଂ କ୍ୟାଟ୍ରିନାଙ୍କ ଭଳି ଆଗ ଧାଡ଼ିର ଅଭିନେତ୍ରୀ ମଧ୍ୟ ଏହି କିଙ୍ଗଫିସର ପାଇଁ ଆଜି ଜଣାଶୁଣା । ସେ ଅନେକ କଳାକାରଙ୍କ କ୍ୟାରିୟର ମଧ୍ୟ ଗଢ଼ିଛନ୍ତି ।
ଆମେ ଏକ ବିକିନି କ୍ୟାଲେଣ୍ଡରରେ କାମ କରିଥିଲୁ । ଯେଉଁଥିରେ ସ୍କିନ୍ ଉପରେ ଅଧିକ ଗୁରୁତ୍ବ ଦେବାକୁ ପଡ଼ିଥିଲା । ଆମେ ତିନି ମାସ ତାଲିମ୍ ନେଇଥିଲୁ । ସବୁ ପ୍ରକାର ସୁବିଧା ଯୋଗାଇ ଦେଇଥିଲେ । ସେଠାରୁ ସଫା ସୁତୁରା ରହିବାକୁ ହୁଏ ମୁଁ ବିଜୟ ମାଲ୍ୟାଙ୍କଠାରୁ ଶିଖିଥିଲେ । ସେ ଆମକୁ ବହୁତ ସାହାଯ୍ୟ କରିଥିଲେ । ଯେତେବେଳେ ଏହି କିଙ୍ଗଫିସର କ୍ୟାଲେଣ୍ଡର ସୁଟିଂ ହୋଇଥିଲା ମୁଁ ସେତେବେଳେ ମୋଟା ଥିଲି । ବିଜୟ ମାଲ୍ୟା ଟିପ୍ସ ଦେଇଥିଲେ କିପରି ଭାବେ ପତଳା ହେବାକୁ ପଡ଼େ ।
ଏହାସହ ପଢ଼ନ୍ତୁ : ଆଞ୍ଚଳିକ ଦଳକୁ ଭାଙ୍ଗିବା ପାଇଁ ବିଜେପିର ଚକ୍ରାନ୍ତ ପ୍ରସଙ୍ଗ: କଡ଼ା ପ୍ରତିକ୍ରିୟା ରଖିଲେ ବିଜେଡି ବିଧାୟକ ଅରୁଣ ସାହୁ