ସୋନିଆ ଗାନ୍ଧୀ କଂଗ୍ରେସ ସଂସଦୀୟ ଦଳର ନେତ୍ରୀ ହେବା ପରେ ରାହୁଲ ଗାନ୍ଧୀ କହିଲେ- ଆମର ମାତ୍ର ୫୨ ସାଂସଦ ହେଲେ ବି ବିଜେପିକୁ ଦେବେ ମାତ୍

ସୋନିଆ ଗାନ୍ଧୀଙ୍କୁ ପୁଣି ଥରେ କଂଗ୍ରେସ ସଂସଦୀୟ ଦଳର ନେତ୍ରୀ ଭାବେ ଚୟନ କରାଯାଇଛି । ଏହି ତଥ୍ୟ କଂଗ୍ରେସ ପ୍ରବକ୍ତା ରଣଦୀପ ସିଂହ ସୁରଜେବାଲା ଦେଇଛନ୍ତି। ସୁରଜେବାଲା ଏକ ଟ୍ବିଟରେ କହିଛନ୍ତି କି, ‘ସୋନିଆ ଗାନ୍ଧୀ କଂଗ୍ରେସ ସଂସଦୀୟ ଦଳର ନେତ୍ରୀ ଭାବେ ଚୟନ କରିଥିବାରୁ ଆମେ ୧୨.୧୩ କୋଟି ମତଦାତାଙ୍କୁ ଧନ୍ୟବାଦ ଜଣାଉଛୁ, ଯେଉଁମାନେ କଂଗ୍ରେସ ପ୍ରତି ବିଶ୍ବାସ ଆଣିପାରିଛନ୍ତି।
ଏହି ଅବସରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦଳର ନବନିର୍ବାଚିତ ନେତାଙ୍କ ମନୋବଳ ବଢାଇବା ପାଇଁ ଏବଂ ମଜବୁତ ରହିବାକୁ ପରାମର୍ଶ ଦେଇଛନ୍ତି । ଏଥିସହିତ ରାହୁଲ କହିଛନ୍ତି, ନିର୍ବାଚନରେ ୫୨ଟି ଆସନ ହାସଲ କରାଯାଇଛି।

ଆଜି ସଂସଦର ସେଂଟ୍ରାଲ ହଲରେ ଆୟୋଜିତ କଂଗ୍ରେସର ସଂସଦୀୟ ଦଳର ବୈଠକରେ ଦଳ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭୋଟରଙ୍କୁ ଧନ୍ୟବାଦ ଜଣାଇବା ସହ ଆହ୍ୱାନ ଦେଇଛନ୍ତି ଯେ, ସମସ୍ତ କଂଗ୍ରେସ କର୍ମକର୍ତ୍ତାଙ୍କୁ ମନେ ରଖିବାକୁ ହେବ କି ଆମେ ସମସ୍ତେ ସଂବିଧାନ ପାଇଁ ଲଢୁଛେ ଏବଂ ବିନା କୌଣସି ଭେଦଭାବରେ ପ୍ରତ୍ୟେକ ଦେଶବାସୀଙ୍କ ପାଇଁ ଏହି ଲଢେଇ ଜାରି ରହିବ । ରାହୁଲ ଆହୁରୀ ମଧ୍ୟ କହିଛନ୍ତି, ଏଥିପାଇଁ ଆମକୁ ମଜଭୁତ ଏବଂ ଆକ୍ରାମକ ରହିବାକୁ ହେବ । ଲୋକସଭା ନିର୍ବାଚନରେ ବହୁତ କମ ଆସନରୁ ଜିତିବା ସତ୍ୱେ ବି ରାହୁଲ ଶକ୍ତିଶାଳୀ ହେବାର ଅନୁଭବ କରାଇ କହିଛନ୍ତି କି ‘ଆମର ୫୨ ଜଣ ସାଂସଦ ରହିଛନ୍ତି ଆଉ ଏହି ୫୨ ହିଁ ବିଜେପିଠାରୁ ଇଂଚ-ଇଂଚ ଲଢେଇ କରିବା ପାଇଁ ଯଥେଷ୍ଟ ।’

ଅନ୍ୟପଟେ, ବୈଠକରେ ସୋନିଆ ଗାନ୍ଧୀ ସଂସଦୀୟ ଦଳର ନେତା ଭାବେ ବଛା ଯିବା ପରେ ଲୋକସଭା ନିର୍ବାଚନରେ କଂଗ୍ରେସ ଦଳକୁ ଭୋଟ ଦେଇଥିବା ୧୨ କୋଟି ମତଦାତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୋନିଆ । ଯଦିଓ ବୈଠକରେ ବିରୋଧୀ ଦଳ ନେତାଙ୍କୁ ନେଇ କୌଣସି ଆଲୋଚନା କରାଯାଇନଥିଲା ତେବେ ଏହି ଦାୟିତ୍ୱ ସୋନିଆଙ୍କ ଉପରେ ଛାଡି ଦିଆଯାଇଛି । ଅର୍ଥାତ୍ ଲୋକସଭାରେ କଂଗ୍ରେସ ପକ୍ଷରୁ ବିରୋଧୀ ଦଳ ନେତା କିଏ ହେବେ, ତାହା ବାଛିବାର ଦାୟିତ୍ୱ ସୋନିଆ ଗାନ୍ଧିଙ୍କୁ ଦିଆଯାଇଛି ।