ଶ୍ବଶୁର ପ୍ରେମରେ ବୋହୂ, ସାତ ଜନ୍ମର ସାଥୀ ହୋଇ ରହିବା ପାଇଁ ଥାନାରେ ନେଲେ ଶପଥ, ତା’ପରେ…

ନୂଆ ଦିଲ୍ଲୀ ୧୭।୬: ଶ୍ବଶୁର ପ୍ରେମରେ ପାଗଳ ହୋଇଯାଇଥିଲା ବୋହୂ। ଶେଷରେ ନିଜ ପୁଅକୁ ଧୋକା ଦେଇ ବାପା ବିବାହ କରିଥିଲା ବୋହୂକୁ। ଯେତେବେଳେ ଏହି ବିଷୟରେ ପୁଅ ଜାଣିବାକୁ ପାଇଲା ପୁଲିସ ଥାନାରେ ମାମଲା ରୁଜ୍ଜୁ କରିଛି। ପୁଲିସ ଶ୍ବଶୁରକୁ ଗିରଫ କରି ହାଜତରେ ବନ୍ଦ କରିବା ପରେ ବୋହୂ ଓ ପ୍ରେମୀ ଶ୍ବଶୁର ଦୁହେଁ ସାରା ଜୀବନ ଏକାଠି ହୋଇ ମରିବେ ବଂଚିବେ ବୋଲି ଶପଥ ନେଇଛନ୍ତି। ଏଭଳି ଅଜବ ଘଟଣା ଘଟିଛି ବେଗମପୁରରେ।

ବୀନ୍ ଟୋଲା ନିବାସୀ ବିରେନ୍ଦ୍ର ମହତୋ ପୁଅକୁ ଧୋକା ଦେଇ ନିଜ ବୋହୂ ଉଷା ଦେବୀଙ୍କୁ ଭଲ ପାଇବସିଥିଲେ। କିଛି ବର୍ଷ ହେବ ଦୁହେଁ ଏଭଳି ଲୁଚି ଛପି ପରଷ୍ପରକୁ ବହୁତ ପ୍ରେମ କରୁଥିଲେ। ଶେଷରେ ପ୍ରେମର ଏକ ନୂଆ ନାଁ ଦେବାକୁ ଯାଇ ଦୁହେଁ ଘରୁ ପଳାଇଯାଇ ପୂରଣଦେବୀ ମନ୍ଦିରରେ ବିବାହ କରିଛନ୍ତି।

ପୁଅ ବିବାହ ସମ୍ପର୍କରେ ଜାଣିବା ପରେ ଥାନାରେ ଯାଇ ଏତଲା ଦେଇଥିଲା। ପୁଲିସ ବୀରେନ୍ଦ୍ରକୁ ଗିରଫ କରି ହାଜରେ ରଖିଛି। ମାତ୍ର ନୂଆ ବାହା ହୋଇଥିବା ସ୍ତ୍ରୀ ଏସବୁ ସହୟ ନ କରିପାରି ଜେଲରୁ ବାହାର କରିବା ପାଇଁ ସତ ଚେଷ୍ଟା ଚଳାଇଛି। ଏମିତିକି ଜେଲ ସମ୍ମୁଖରେ ପ୍ରେମୀ ଶ୍ବଶୁର ଓ ବୋହୂ ଶପଥ ମଧ୍ୟ ନେଇଛନ୍ତି। ଏବେ ଥାନା ଆଗରେ ଫେରିବା ବାଟକୁ ଚାହିଁ ବସିଛି ବୋହୂ। କେନଗର ଥାନା ଅଧୀକ୍ଷକ କହିଛନ୍ତି କି ଉଷା ଦେବୀଙ୍କ ବିରୁଧରେ ମାମଲା କରାଯିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।