ମୁମ୍ୱାଇ : ଅନେକ ସମୟରେ ସିଙ୍ଗରମାନେ ଯେତେବେଳେ ପ୍ରଦର୍ଶନ କରିଥାନ୍ତି , ସେତେବେଳେ ପ୍ରଶଂସକଙ୍କ ଦ୍ୱାରା କିଛି ନା କିଛି ଏମିତି କାମ ହୋଇଥାଏ,ଯାହାକି ଖୁବ୍ ଚର୍ଚ୍ଚା ପାଲଟେ। ଏବେ ସୋନୁ ନିଗମଙ୍କ ସହ ଏମିତି ହିଁ କିଛି ହୋଇଛି, ଯେଉଁଥି ପାଇଁ ତାଙ୍କୁ ମଝିରେ ପରଫର୍ମାନ୍ସକୁ ରୋକିବାକୁ ପଡ଼ିଛି। ସୋନୁ ଏବେ ସୋସିଆଲ ମିଡିଆରେ ଏହି ବିଷୟରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଏବଂ କହିଛନ୍ତି ଯେ, କାହିଁକି ଏମିତି ବିବାଦୀୟ କାମ କରୁଛ।

ଉଲ୍ଲେଖନୀୟ ଯେ, ସୋନୁ ପ୍ରଦର୍ଶନ କରୁଥିଲେ , ସେତେବେଳେ ଜଣେ ପ୍ରଶଂସକ ଷ୍ଟେଜ୍ ଉପରକୁ ଚଢି ଯାନ୍ତି ଏବଂ ସୋନୁଙ୍କ ପାଦ ଛୁଇଁବାକୁ ଚେଷ୍ଟା କରନ୍ତି। ସେ ଗୀତ ଗାଉଥିବା ବେଳେ ରହି ଯାଆନ୍ତି। ସିକ୍ୟୁରିଟି ମାନେ ମଧ୍ୟ ତାଙ୍କୁ ରୋକିବାକୁ ଆସନ୍ତି ଏବଂ ତାଙ୍କୁ ଷ୍ଟେଜରୁ ନେଇ ଚାଲି ଯାଆନ୍ତି। ସୋନୁ ତାଙ୍କୁ ରୋକି ଦିଅନ୍ତି ଏବଂ ମାଇକ୍ ଧରାଇ ଦିଅନ୍ତି। ସେ ପ୍ରଶଂସକ ପୁଣି ଗୀତ ଗାଆନ୍ତି , ତୁନେ ତୋ ପଲ୍ ଭର୍ ମୈଁ ଚୋରି କିୟା ଜିୟା । ଏହାପରେ ସେ ସୋନୁଙ୍କୁ କୋଲହାପୁର ଭାଷାରେ କୁହନ୍ତି ଯେ, କୋଲହାପୁର ଲୋକେ ତାଙ୍କୁ ବହୁତ ଭଲ ପାଆନ୍ତି। ସୋନୁ ତାଙ୍କୁ ପୁଣି ଫେରାଇ ଦିଅନ୍ତି।

ସେହି ପ୍ରଶଂସକ ଯିବା ପରେ ସୋନୁ ପୁଣି ହସ ହସ ମୁଖରେ ପ୍ରଶଂସକଙ୍କୁ ଦେଖନ୍ତି ଏବଂ ନିଜ ହାତକୁ ମୁଣ୍ଡରେ ଲଗାନ୍ତି। ଏହି ସମୟର ଭିଡିଓ ସୋନୁ ଇନଷ୍ଟାଗ୍ରାମରେ ସେୟାର କରି ଲେଖିଛନ୍ତି – ଏମିତି ମାଡ଼ି ଖାଇବା ଭଳି କାମ କାହିଁକି କରୁଛ ଅଡିୟାନ୍ସ ? ଏହି ଥର ତ ରକ୍ଷା କରିଦେଲି , ସବୁ ଥର ତ ରକ୍ଷା କରି ପାରିବି ନାହିଁ।

ଉକ୍ତ ଭିଡିଓରେ ଲୋକଙ୍କର ଖୁବ୍ ରିଆକ୍ସନ ଆସିଛି। ଅନେକ ଲୋକ ସୋନୁଙ୍କୁ ସମର୍ଥନ କରି ଲେଖିଛନ୍ତି ଯେ, ଆର୍ଟିଷ୍ଟ ଯେବେ ପରଫର୍ମ କରୁଛନ୍ତି ,ତାଙ୍କୁ ମଝିରେ ରୋକିବା ଉଚିତ ନୁହେଁ। ଆଉ ଜଣେ ଲେଖିଛନ୍ତି , ଆର୍ଟିଷ୍ଟ ଯେବେ ପରଫର୍ମ କରନ୍ତି ତ ତାହା ତାଙ୍କର ପୂଜା , ଏହି ସ୍ଥିତିରେ ରୋକିବା ଭୁଲ। ଆଉ ଜଣେ ଲେଖିଛନ୍ତି , ଏତେ ଭଲ ଭାବେ ଏମିତି କ୍ଷଣକୁ ଆପଣ ହିଁ ହ୍ୟାଣ୍ଡଲ କରି ପାରନ୍ତି। କେବଳେ ଏତିକି ନୁହେଁ , ସେହି ଫ୍ୟାନ୍ ଯିଏ ଷ୍ଟେଜ ଉପରକୁ ଆସି ଥିଲେ , ସେ ବି ପୋଷ୍ଟରେ କମେଣ୍ଟ କରି ଲେଖି ଥିଲେ ଯେ,ମୁଁ ସେହି ଲୋକ ଥିଲି ସାର୍ , ଥ୍ୟାଙ୍କୟୁ ସାର୍। ଲୋକେ ତାଙ୍କୁ ବି ଜବାବ ଦେଇ ଲେଖିଥିଲେ ଯେ, ଭାଇ କ୍ୟାପସନ ତ ପଢି ନିଅ।

ଏହାସହ ମଧ୍ୟ ପଢନ୍ତୁ : ସମୀରଙ୍କ ଲେଖା ଏହି ଗୀତର ଗୋଟିଏ ଧାଡ଼ି ଗୀତିକାର ଆନନ୍ଦ ବକ୍ସିଙ୍କ ମନକୁ ଛୁଇଁଥିଲା , ରାତି ଅଧରେ କରି ଥିଲେ ଫୋନ୍

କହି ରଖୁଛୁ କି କିଛି ଦିନ ପୂର୍ବେ , କନିକା କପୁରଙ୍କ ମଧ୍ୟ ଏକ ଭିଡିଓ ଭାଇରାଲ ହୋଇଥିଲା। ଉକ୍ତ ଭିଡିଓରେ ମଧ୍ୟ କନିକା ପରଫର୍ମ କରୁଥିଲେ ଏବଂ ସେତେବେଳେ ଜଣେ ପ୍ରଶଂସକ ଆସି ଥିଲେ । ସେହି ଭିଡିଓ ବି ଖୁବ୍ ଭାଇରାଲ ହୋଇଥିଲା। ସେହି ସମୟରେ ମଧ୍ୟ ସେହି ହରକତକୁ ଭୁଲ କହିଥିଲେ , ବିଶେଷକରି ୱୁମେନ ସିକ୍ୟୁରିଟିକୁ ନେଇ।

ଏମିତି କେବଳ ସିଙ୍ଗରଙ୍କ ସହ ହୋଇ ନାହିଁ। ଅନେକ ଥର ଆପଣ ଦେଖି ଥିଲେ ଯେ , କ୍ରିକେଟର ଖେଳୁଥିବା ବେଳେ ଗ୍ରାଉଣ୍ଡରେ ମଧ୍ୟ ପ୍ରଶଂସକ ପଶି ଯାଆନ୍ତି। ଅନେକ ଥର ଆକ୍ଟରଙ୍କ ସହ ମଧ୍ୟ ଏମିତି ହୋଇଛି , କୌଣସି ଇଭେଣ୍ଟରେ ଯେବେ ପ୍ରଶଂସକ ପ୍ରବେଶ କରିଯାଆନ୍ତି।