ମୁମ୍ୱାଇ : ହିନ୍ଦୀ ଫିଲ୍ମରେ ଗୀତିକାରଙ୍କର ପ୍ରମୁଖ ଭୂମିକା ରହି ଥାଏ। ଏ ସେହି ଗୀତିକାର ଥିଲେ ଯିଏକି ଫିଲ୍ମକୁ ସ୍ୱତନ୍ତ୍ର କରୁଥିଲେ। କିଏ ନିଜ ଫିଲ୍ମର ହିରୋ ପାଇଁ ଗୀତ ଲେଖୁଥିବା ବେଳେ ଆଉ କିଏ ଗଜଲ। ଅନେକ ଗୀତ ଶୁଣୁଥିବା ଅଡିଆନ୍ସ ପାଇଁ ତାଙ୍କ ଜୀବନର ପ୍ରମୁଖ ଅଂଶ ପାଲଟି ଯାଇଛି। ଏମିତି ଅନେକ ଚମତ୍କାର ଗୀତିକାର ଅଛନ୍ତି , କିନ୍ତୁ ଆନନ୍ଦ ବକ୍ସି ଖୁବ୍ ଜଣାଶୁଣା। ସେ ଅମିତାଭ ବଚ୍ଚନଙ୍କ ଠାରୁ ନେଇ ଶାହରୁଖ ଖାନଙ୍କ ଯାଏ ଗୀତ ଲେଖିଛନ୍ତି। କିନ୍ତୁ ଗୀତିକାର ଆନନ୍ଦ ବକ୍ସିଙ୍କୁ ସମୀରଙ୍କ ଏକ ଗୀତ ଖୁବ୍ ହୃଦୟ ଛୁଇଁ ଥିଲା। ଗୋଟିଏ ଗୀତ ଯାହାକୁ ସମୀର ଲେଖି ଥିଲେ ,ତାହା ଆନନ୍ଦ ବକ୍ସିଙ୍କୁ ଏତେ ପସନ୍ଦ ଆସି ଥିଲା ଯେ, ସେ ଅଧ ରାତିରେ ତାଙ୍କୁ ଫୋନ୍ କରି ତାଙ୍କ ଅନ୍ଦାଜରେ ଏହି କଥା କହି ଥିଲେ।
ସମୀର ଅନଜାନ୍ ନିଜର ଏକ ସାକ୍ଷାତକାରରେ କହିଥିଲେ ଯେ, ତାଙ୍କ ବାପା ଅନଜାନ ତାଙ୍କୁ ଗୀତିକାର ଆନନ୍ଦ ବକ୍ସିଙ୍କ ସହ ଭେଟ କରାଇ ଥିଲେ। ସମୀର ନିଜର ଗୀତିକାର ବାପାଙ୍କୁ ଛାଡ଼ି ଆନନ୍ଦ ବକ୍ସିଙ୍କୁ ନିଜର ଗୁରୁ ମାନୁ ଥିଲେ ଏବଂ ତାଙ୍କୁ ପ୍ରିୟ ଗୀତିକାର ଭାବେ ପ୍ରଶଂସା କରୁଥିଲେ। ସମୀର ସେହି ସମୟରେ ଗୀତ ଲେଖିବା ଆରମ୍ଭ କରିଥିଲେ ଏବଂ ଆନନ୍ଦ ବକ୍ସିଙ୍କ ଠାରୁ ମତାମତ ଲୋଡୁ ଥିଲେ ଯେ, ତାଙ୍କ ଗୀତ କେମିତି ଲାଗୁଛି। ଆନନ୍ଦ ବକ୍ସି ପ୍ରଶଂସା ତ କରୁ ନଥିଲେ , ହେଲେ କହୁଥିଲେ , ଗୀତ ଭଲ ଅଛି , କିନ୍ତୁ ଆଉ କିଛି ପରିଶ୍ରମ କର। ପୁଣି ଗୋଟେ ରାତିରେ ଆନନ୍ଦ ବକ୍ସି ସମୀରଙ୍କୁ ଫୋନ୍ କଲେ ଏବଂ ତାଙ୍କୁ ଯାହା କହିଲେ , ସେ ଆଜି ସୁଦ୍ଧା ଭୁଲି ପାରି ନାହାନ୍ତି।
ସମୀର ନିଜର ଏକ ସାକ୍ଷାତକାରରେ କହି ଥିଲେ, ଗୋଟେ ରାତିରେ ଆନନ୍ଦ ବକ୍ସିଙ୍କ ଫୋନ୍ ଆସିଥିଲା। ସେ ଗାଳି ଦେଇ କହିଥିଲେ , ସେ ତାଙ୍କର ଏକ ଫିଲ୍ମ ଦେଖି ଆସିଛନ୍ତି। ଫିଲ୍ମର ନାଁ 'ରାଜା ହିନ୍ଦୁସ୍ତାନୀ'। ଏହି ଫିଲ୍ମର ଏକ ଗୀତ ତାଙ୍କୁ ବହୁତ ପସନ୍ଦ ଆସି ଥିଲା। ତ ସମୀରଙ୍କୁ ଲାଗିଲା ଯେ, ସେହି ସମୟରେ ଦୁନିଆ ‘ପରଦେଶୀ ପରଦେଶୀ ଜାନା ନହିଁ ’ ଗାଉଛି। ତ ବୋଧ ହୁଏ ଆନନ୍ଦ ବକ୍ସି ସାହେବଙ୍କୁ ମଧ୍ୟ ଏହି ଗୀତ ପସନ୍ଦ ଆସୁ ଥିବ। କିନ୍ତୁ ଆନନ୍ଦ ବକ୍ସିଙ୍କୁ ଫିଲ୍ମର ଦ୍ୱିତୀୟ ଗୀତ ପସନ୍ଦ ଆସି ଥିଲେ , ଯାହାର ଗୋଟିଏ ଲାଇନ୍ ତାଙ୍କ ଉପରେ ଗଭୀର ଛାପ ଛାଡ଼ି ଥିଲା। ସେହି ଗୀତ ଥିଲା ‘ତେରେ ଇଶ୍କ ମେଁ ନାଚେଙ୍ଗେ’। ଏହି ଗୀତର ଭିତରେ ଏକ ଲାଇନ୍ ଅଛି, ‘ ତେରୀ ତିଜୋରୀ କା ସୋନା ନହିଁ, ଦିଲ୍ ହୈ ହମାରା ଖିଲୋନା ନହିଁ’। ଗୀତର ଏହି ଲାଇନ୍ ଆନନ୍ଦ ବକ୍ସିଙ୍କୁ ଏତେ ପସନ୍ଦ ଆସି ଥିଲା ଯେ, ସେ ଅଧ ରାତିରେ ଏହି ଗୀତକୁ ଲେଖିଥିବା ସମୀରଙ୍କୁ ଫୋନ୍ କରି ତାଙ୍କର ପ୍ରଶଂସା କରି ଥିଲେ। ଆନନ୍ଦ ବକ୍ସି ସମୀରଙ୍କୁ କହି ଥିଲେ ଯେ, ଏବେ ସେ ବଡ଼ ହୋଇ ଗଲେଣି ଏବଂ ସ୍କ୍ରିନରେ ନଜର ଆସୁଥିବା ଏହି ଚରିତ୍ର ମାନଙ୍କୁ ଜୀବନ୍ତ କରୁଛନ୍ତି।
ନିଜର ଗୁରୁ ଆନନ୍ଦ ବକ୍ସିଙ୍କ ଠାରୁ ପ୍ରଶଂସା ଶୁଣିବା ସମୀରଙ୍କ ପାଇଁ ଖୁବ୍ ସ୍ୱତନ୍ତ୍ର ଥିଲା। ସେ ଆଜି ବି ଅନେକ ବର୍ଷର ସେହି କଥାକୁ ଭୁଲି ନାହାନ୍ତି। ସେହି ଫିଲ୍ମ ‘ରାଜା ହିନ୍ଦୁସ୍ତାନୀ’ର ସବୁ ଗୀତ ବକ୍ସ ଅଫିସରେ ଧମାକା କରିଥିଲେ।
ଆହୁରି ମଧ୍ୟ ପଢନ୍ତୁ : ରିଷି କପୁରଙ୍କ ସହ ମାସ ମାସ ଧରି ଚାଲୁ ଥିଲା 'କୋଲ୍ଡ ୱାର୍': ନୀତୁ କପୁରଙ୍କ ବଡ଼ ଖୁଲାସା