ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଅଭିନେତା ସୋନୁ ସୁଦ୍

ଭୁବନେଶ୍ବର, ୨୮।୫ ବଲିଉଡ ଅଭିନେତା ତଥା ସମାଜସେବୀ ସୋନୁ ସୁଦ୍ ଓଡ଼ିଶା ଗସ୍ତରେ ଶନିବାର ଆସିଛନ୍ତି। ଏଠାରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ସୋନୁ ସୁଦ୍ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। କୋଭିଡ ସମୟରେ ସୋନୁ ସୁଦ୍ ଅନେକଙ୍କୁ ସହାୟତାର ହାତ ବଢାଇଥିଲେ। କୋଭିଡ ସମୟରେ ସୋନୁଙ୍କ ସହାୟତାରେ ୭୦ରୁ ଅଧିକ ପ୍ରବାସୀ ଓଡିଆ ଘରକୁ ଫେରିଥିଲେ।