PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ଦେଶର ଶ୍ରେଷ୍ଠ ତଦନ୍ତକାରୀ ଅଧିକାରୀଙ୍କ ମଧ୍ୟରେ ସ୍ଥାନ ପାଇଲେ ସୋରଡ଼ା ଥାନା ଅଧିକାରୀ

ଭଞ୍ଜନଗର,୧୨/୮: ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ( ୨୦୦୯ ବ୍ୟାଚ୍‌ର ଏସ୍‌ଆଇ ) ସାରା ଦେଶରେ ୧୫୧ ଜଣଙ୍କ ମଧ୍ୟରେ ଶ୍ରେଷ୍ଠ ତଦନ୍ତକାରୀ ଅଧିକାରୀଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ଜାତୀୟ ସ୍ତରରେ ଶ୍ରେଷ୍ଠ ତଦନ୍ତକାରୀ ଅଧିକାରୀ ଭାବରେ ୧୫୧ ଜଣ ରହିଥିବା ବେଳେ ଓଡିଶାର ୪ ଜଣ ଥାନା ଅଧିକାରୀ ରହିଛନ୍ତି ।  ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସୋରଡ଼ା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ରହିଛନ୍ତି । ଏକ ବର୍ଷ ମଧ୍ୟରେ ବହୁ ଚର୍ଚ୍ଚିତ ସୋରଡ଼ା ଥାନା ଅନ୍ତର୍ଗତ ବଜ୍ରଗୁମା ଗ୍ରାମ ନିକଟରେ ଜଣେ ଗର୍ଭବତୀ ମହିଳାଙ୍କୁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ମୁହଁ ପୋଡି ବିକୃତ କରି ପରିଚୟ ନଷ୍ଟ କରିଦେଇଥିଲା ଅଭିଯୁକ୍ତ ।

ପରବର୍ତ୍ତୀ ସମୟରେ ଘଟଣାର ପର୍ଦ୍ଦାଫାଶ କରିବା ସହ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲେ । ଅନ୍ୟ ଏକ ହତ୍ୟା ଘଟଣା ନୂଆଗଡ ଗ୍ରାମ ନିକଟରେ ଋଷିକୂଲ୍ୟା ନଦୀବାଲିରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ମୁଣ୍ଡ ଓ ଶରୀରକୁ ଅଲଗା କରି ପୋତି ଦିଆଯାଇଥିବା ଏକ ଘଟଣାରେ ମଧ୍ୟ ସୋରଡ଼ା ଥାନା ପୋଲିସକୁ ସଫଳତା ମିଳିବା ସହ ଅଭିଯୁକ୍ତ ଗିରଫ ହୋଇଥିଲା । ଏହିପରି ଅନେକ ଦୃଷ୍ଟାନ୍ତ ମୂଳକ ଅପରାଧର ଖିଅ ଖୋଜି ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବାରେ ଥାନା ଅଧିକାରୀ ରମେଶ ପ୍ରଧାନ ଦକ୍ଷତା ପ୍ରତିପାଦନ କରି ପାରିଛନ୍ତି । ତେଣୁ ତାଙ୍କୁ ଜାତୀୟ ସ୍ତରରେ ଶ୍ରେଷ୍ଠ ତଦନ୍ତକାରୀ ଅଧିକାରୀ ଭାବରେ ଭାରତ ସରକାରଙ୍କ ଗୃହ ବିଭାଗ ତରଫରୁ ମନୋନୀତ କରାଯାଇଛି । ତେବେ ଏହି ସଫଳତା ପାଇଁ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି ।

ସମ୍ବନ୍ଧିତ ଖବର