ସୋର ଉପକାରଗାରରୁ କଏଦୀ ଛୁ

ସୋର ୦୬/୦୨: ସୋର ଉପକାରଗାରରୁ କଏଦୀ ଛୁ। ଗତାକାଲି ମଉକା ଦେଖି ଜେଲରୁ ଫେରାର୍ ହେଲେ କଏଦୀ ସତ୍ୟଜିତ ମଲ୍ଲିକ। ଏନେଇ ଜେଲ କର୍ତ୍ତୃପକ୍ଷ ଥାନାରେ ଅଭିଯୋଗ କରିଥିବା ସୂଚନା ମିଳିଛି। ଡିସେମ୍ବର ୨୩ ତାରିଖରୁ ଏକ ଚୋରି କେସରେ ବନ୍ଧା ହୋଇଥିଲେ । ସେବେଠାରୁ ସତ୍ୟଜିତ ମଲ୍ଲିକ ବିଚରାଧୀନ କଏଦୀ ଭାବେ ଜେଲ୍ରେ ଥିଲେ। ଜେଲ୍ରୁ ଫେରାର ହେବା ପରେ ତାଙ୍କୁ ଧରିବା ପାଇଁ ଭିନ୍ନ ସ୍ଥାନରେ ଚଢ଼ଉ ଚାଲିଥିବା ଜଣାପଡିଛି।