ପୁଣି ଫେରିଲା ‘ଶକ୍ତିମାନ’, ଆଉ ୩ ଦିନ ପରେ ପ୍ରଥମ ଏପିସୋଡ୍

ନୁଆଦିଲ୍ଲୀ ୧୨/୩: ପୁଣି ସମସ୍ତଙ୍କୁ ଦିୱାନା ବନାଇବା ପାଇଁ ଆସୁଛି ‘ଶକ୍ତିମାନ’ । ନବେଦଶକର ପିଲାମାନଙ୍କ ସବୁଠାରୁ ଫେବରାଇଟ୍ ସିରିୟଲ ଥିଲା ‘ଶକ୍ତିମାନ’ । ଏହି ସିରିୟଲ ସେତେବେଳେ ସବୁ ପିଲାଙ୍କୁ ଦିୱାନା ବନାଇଥିଲା । ଶକ୍ତିମାନର ସେହି କଷ୍ଟ୍ଯୁମ ମଧ୍ଯ ବହୁତ ଆଦୃତ ଲାଭ କରିଥିଲା । ତେବେ ପୁଣି ସେହି ସିରିୟଲ ଶକ୍ତିମାନ ଏବେ ଏକ ନୂଆ ଢଙ୍ଗରେ ଫେରୁଛି । ଶକ୍ତିମାନରେ ପୁଣି ସେହି ମୁକେଶ ଖନ୍ନାଙ୍କୁ ଦେଖିବାକୁ ମିଳିବ ଯିଏ କି ଉଭୟ ଗଙ୍ଗାଧର ଓ ଶକ୍ତିମାନ ଭୂମିକାରେ ନଜର ଆସନ୍ତି ।
ଆପଣଙ୍କର ମନେଥିବ ସିରିୟଲ ଶେଷରେ ଶକ୍ତିମାନ ପିଲାମାନଙ୍କୁ ଖରାପ କାମରେ ତାଗିଦ କରିଥାନ୍ତି ଏବଂ ଭଲ କାମରେ ପ୍ରଶଂସା କରିଥାନ୍ତି । କିଛି ଭୁଲ୍ କଲେ ପିଲାମାନେ କହିଥାନ୍ତି ଯେ ‘ସରି ଶକ୍ତିମାନ’ । ଏବେ ସେହି ନାଁରେ ନୂଆ ଢଙ୍ଗରେ ଡିଜିଟାଲ ରୂପରେ ଶକ୍ତିମାନକୁ ଦେଖିବାକୁ ମିଳିବ । ଯ୍ଟ୍ଯୁବରେ ଏକ ଚ୍ଯାନେଲ ପ୍ରସ୍ତୁତ ହୋଇସାରିଛି ‘ସରି ଶକ୍ତିମାନ’ । ସେହି ଚ୍ଯାନେଲରେ ଏପିସୋଡ୍ ଅନୁସାରେ ସୋ ପ୍ରଦର୍ଶନ ହେବ । ପ୍ରଥମ ଏପିସୋଡ୍ ମାର୍ଚ୍ଚ ୧୫ରେ ଚାଲିବ । ଏନେଇ ଏକ ଟିଜର ମଧ୍ଯ ରିଲିଜ ହୋଇଯାଇଛି ।