PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଆରୋନ୍‌ ଫିଞ୍ଚ, ଏବେ ବି ତାଙ୍କ ବିଶ୍ବ ରେକର୍ଡ ରହିଛି ଅତୁଟ
  • ||
  • ବିବାହ ବନ୍ଧନରେ ବାନ୍ଧିହେଲେ ସିଦ୍ଧାର୍ଥ ଓ କିଆରା, ସୂର୍ଯ୍ୟଗଡ ପ୍ୟାଲେସ୍‌ରେ ହେଲା ବାହାଘର
  • ||
  • କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ କାମରାନ ଆକମଲ, ୨୦୧୭ ପରଠୁ ମିଳୁନଥିଲା ସୁଯୋଗ
  • ||
  • ତୁର୍କୀରେ ଜରୁରୀ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି, ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୫ ହଜାର ପାର୍
  • ||
  • କଟକ: କଟକରେ ଜିଏସ୍‌ଟି ରେଡ୍, ଲିଙ୍ଗରୋଡ୍‌ରେ ଥିବା ପଞ୍ଚମୁଖୀ ସାନିଟାରି ଦୋକାନରେ ଜିଏସ୍‌ଟି ଚଢ଼ଉ ଜାରି
  • ||
  • ଭୁବନେଶ୍ୱର: ପ୍ରକାଶ ପାଇଲା JEE(ମେନ୍) ରେଜଲ୍ଟ, ଆଫିସିଆଲ ୱେବସାଇଟ୍‌ରେ ଜାଣିପାରିବେ ଫଳ
  • ||
  • ପୁରୀ : ବୁଧବାର ମହାପ୍ରଭୁଙ୍କ ବନକ ଲାଗି, ଦର୍ଶନ କଟକଣା
  • ||
  • ଭୁବନେଶ୍ୱର: ଦେଖୁଦେଖୁ ଜଳିଗଲା ଏଟିଏମ୍, କାରଣ ଅସ୍ପଷ୍ଟ
  • ||
  • ଜଗତସିଂହପୁର : ତିର୍ତ୍ତୋଲ୍‌ ବିଧାୟକଙ୍କ ପ୍ରେମ-ପ୍ରତାରଣା ମାମଲା: ୭ ଘଣ୍ଟା ଧରି ସୋମାଲିକାଙ୍କ ବୟାନ ରେକର୍ଡ, ବିଜୟ ଶଙ୍କର ନିରବ…
  • ||
  • ଭୁବନେଶ୍ୱର : ଅଧିକ ଚିକିତ୍ସା ଲାଗି ଆଜି ଦିଲ୍ଲୀ ଯିବେ ଅଭିନେତା ପିଣ୍ଟୁ ନନ୍ଦ, କରାଯିବ ଲିଭର ଟ୍ରାନ୍ସପ୍ଲାଣ୍ଟ
  • ||
  • ଭୁବନେଶ୍ୱର : ଆରମ୍ଭ ହେଲା ଭାଲେଣ୍ଟାଇନ୍‌ ସପ୍ତାହ, ଗୋଲାପ ମହକରୁ ଆରମ୍ଭ ହେବ ପ୍ରେମ
  • ||
  • ଭୁବନେଶ୍ୱର : ରାଜ୍ୟରେ କଲବଲ କରିବ ଖରା, ରାତି ତାପମାତ୍ରା ଆହୁରି ବଢ଼ିବ: ଉପକୂଳରେ ୩ଡିଗ୍ରୀ ବଢ଼ିବ
  • ||

ସୋସୋ ଥାନା ଅଞ୍ଚଳରେ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣା : ୩ ଅଭିଯୁକ୍ତ ଗିରଫ

soso police station

ଆନନ୍ଦପୁର, ୨୪/୦୧ : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଞ୍ଚଳରେ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣା। ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ। ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି।

ସୂଚନାନୁଯାୟୀ, ଗତ ୧୮ ତାରିଖରେ ଆନନ୍ଦପୁର ଉପଖଣ୍ଡ ସୋସା ଥାନା ଅଞ୍ଚଳର ଜଣେ ମହିଳା ତାଙ୍କ ମାଉସୀ ପୁଅ ଭାଇଙ୍କ ସହ ବୁଲିବାକୁ ଯାଇଥିଲେ। ସନ୍ଧ୍ୟାରେ ଫେରିବା ବାଟରେ କିଛି କାମ ଥିବାରୁ ଭାଇ ତାଙ୍କୁ ଘର ଠାରୁ କିଛି ଦୂରରେ ଛାଡ଼ି ଚାଲିଯାଇଥିଲେ। ମହିଳା ଜଣଙ୍କ ଏକାକୀ ଘରକୁ ଚାଲି ଚାଲି ଯିବା ସମୟରେ ଏକ ବାଇକରେ ଆସି ୩ ଜଣ ଅଭିଯୁକ୍ତ ମହିଳାଙ୍କୁ ଉଠାଇ ନେଇଥିଲେ। ବିଦ୍ୟାଧରପୁର ବ୍ୟାରେଜ ନିକଟ ଏକ ନିଛାଟିଆ ସ୍ଥାନରେ ଦୁଷ୍କର୍ମ କରିଥିଲେ।

ଏହି ଘଟଣାରେ ଏବେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ସୋସୋ ଥାନା ରାମକୃଷ୍ଣପୁର ଗାଁର ଇଶାନ ନାୟକ, ରମେଶ ପାତ୍ର, ଓ ଅନ୍ଧାରି ଗ୍ରାମର ରାମ ଡୁ। ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରିବା ପରେ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।