ପ୍ରମୂଖ ଖବର
  • ପହଲଗାମ ଆକ୍ରମଣରେ ଟିଆରଏଫର ସଂପୃକ୍ତି ନେଇ ପ୍ରମାଣ ମାଗିଲା ପାକିସ୍ତାନ
  • ||
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ପରଦାକୁ ଆସିବ ସୌରଭ ଗାଙ୍ଗୁଲିଙ୍କ ବାୟୋପିକ୍‌, ଦାଦାଙ୍କ ଭୂମିକାରେ ନଜର ଆସିବେ ରାଜକୁମାର ରାଓ

Published By : Krishna Priya | February 26, 2025 1:06 PM

ମୁମ୍ବାଇ ୨୬/୦୨: ବଲିଉଡରେ ଅନେକ କ୍ରୀଡାବିତ୍‌ଙ୍କ ଉପରେ ଫିଲ୍ମ ନିର୍ମାଣ କରାଯାଇଛି। ଏବେ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ବାୟୋପିକ୍‌ ତିଆରି କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ତେବେ ପୂର୍ବରୁ ସୌରଭଙ୍କ ଭୂମିକାରେ ରଣବୀର କପୁର ନଜର ଆସିବେ ବୋଲି କୁହାଯାଉଥିଲା। କିନ୍ତୁ ଏବେ ରାଜକୁମାର ରାଓଙ୍କୁ ଫାଇନାଲ କରାଯାଇଥିବା ଜଣାପଡିଛି। ନିଜେ ସୌରଭ ନିକଟରେ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ଏହା କହିଛନ୍ତି। ଏହି ଫିଲ୍ମଟିକୁ ପରଦା ଉପରକୁ ଆସିବାକୁ ବର୍ଷେରୁ ଆହୁରି  ଅଧିକ ସମୟ ଲାଗିବ ବୋଲି ସେ କହିଛନ୍ତି।

ଲଭ୍‌ ରଞ୍ଜନ ଓ ଅଙ୍କୁର ଗର୍ଗ ଏହି ଫିଲ୍ମଟି ନିର୍ମାଣ କରୁଛନ୍ତି। ବିକ୍ରମାଦିତ୍ୟ ମୋଟୱାନେ ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିବେ। ଏଥିରେ ସୌରଭଙ୍କ କ୍ରିକେଟ କ୍ୟାରିୟର ଆରମ୍ଭରୁ ବିସିସିଆଇ ଅଧ୍ୟକ୍ଷ ହେବା ଯାତ୍ରାକୁ ଦେଖାଯିବ। ଏହା ଏକ ହାଇ ବଜେଟ୍‌ର ଫିଲ୍ମ ହେବ। ଖୁବ୍‌ ଶୀଘ୍ର ଏହାକୁ ନେଇ ଫିଲ୍ମ ନିର୍ମାତା ବିଧିବଦ୍ଧ ଭାବେ କିଛି ଘୋଷଣା କରିପାରନ୍ତି।

ସେହିଭଳି ରାଜକୁମାରଙ୍କ କାମ କଥା କହିବାକୁ ଗଲେ ସେ ତାଙ୍କର ଅପକମିଙ୍ଗ୍‌ ଫିଲ୍ମ ‘ଭୁଲ୍‌ ଚୁକ୍‌ ମାଫ୍‌’ ରେ ନଜର ଆସିବେ। ଏଥିରେ ତାଙ୍କ ସହ ବାମିକା ଗବ୍ବି ଦେଖାଯିବେ। କିଛିଦିନ ପୂର୍ବରୁ ଏହାର ଟିଜର୍‌ ଜାରି କରାଯାଇଥିଲା। ଦର୍ଶକ ଏହାକୁ ଖୁବ୍‌ ପସନ୍ଦ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.