ନୂଆଦିଲ୍ଲୀ: ଦିନିକିଆରେ ଫେଲ ମାରିଲା ଟିମ୍ ଇଣ୍ଡିଆ। ତିନି ମ୍ୟାଚ ବିଶିଷ୍ଟ ପ୍ରଥମ ଦିନିକିଆରେ ଟିମ୍ ଇଣ୍ଡିଆକୁ ୯ ରନ୍ରେ ହରାଇଲା ଦକ୍ଷିଣ ଆଫ୍ରିକା। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୪୦ ଓଭରରେ ୪ ୱିକେଟ ହରାଇ ୨୪୯ ରନ୍ କରିଥିଲା। ଜବାବରେ ଟିମ୍ ଇଣ୍ଡିଆ ୨୫୦ ରନ୍ର ଲକ୍ଷ୍ୟ ନେଇ ଖେଳ ଆରମ୍ଭ କରିଥିଲା। ହେଲେ ପ୍ରଥମରୁ ହିଁ ବ୍ୟାଟିଂ ବିପର୍ଯ୍ୟ ସାମ୍ନା କରିଥିଲା ଦଳ। ଫଳରେ ଭାରତ ୮ ୱିକେଟ ହରାଇ ୨୪୦ ରନ୍ ହିଁ କରିପାରିଛି।
ଭାରତ ପକ୍ଷରୁ ସଞ୍ଜୁ ସାମସନ* ସର୍ବାଧିକ ୮୬ ରନ୍ କରିଥିବା ବେଳେ ଶ୍ରେୟସ ଆୟର ଅର୍ଦ୍ଧଶତକ ପୂରା କରିଛନ୍ତି। ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ନିଙ୍ଗିଡ଼ି ସର୍ବାଧିକ ୩ ଟି ୱିକେଟ୍ ନେଇଥିବା ବେଳେ କାଗିସୋ ରାୱଡ଼ା ୨ ଓ ତବରେଜ ଶାମସୀ ୧ ଗୋଟିଏ ୱିକେଟ୍ ନେଇଛନ୍ତି। ଲକ୍ଷ୍ନୌର ଶ୍ରୀ ଅଟଳ ବିହାରୀ ବାଜପାୟୀ ଏକାନା ଷ୍ଟାଡ଼ିୟମରେ ବର୍ଷା କାରଣରୁ ଓଭର ସଂଖ୍ୟା କମାଯାଇ ୪୦-୪୦ ଓଭର ରଖାଯାଇଥିଲା।