PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଟି-୨୦ ତୃତୀୟ ମ୍ୟାଚରେ ବାଜି ମାରିଲା ଦକ୍ଷିଣ ଆଫ୍ରିକା, ବ୍ୟାଟିଂ ଓ ବୋଲିଂରେ ବିଫଳତା ପାଇଁ ହାରିଲା ଟିମ୍ ଇଣ୍ଡିଆ

pic- internet

ଇନ୍ଦୋର: ବ୍ୟାଟିଂ ଓ ବୋଲିଂରେ ବିଫଳତା କାରଣରୁ ତୃତୀୟ ଟି-୨୦ ମ୍ୟାଚ୍‌ରେ ପରାଜିତ ହୋଇଛି ଭାରତ। ଛୋଟ ବାଉଣ୍ଡରୀ ଏବଂ ବ୍ୟାଟିଂ ଉପଯୋଗୀ ପିଚ୍‌ ହୋଇଥିଲେ ମଧ୍ୟ ଟିମ୍‌ ଇଣ୍ଡିଆ ବ୍ୟାଟରଙ୍କ ବ୍ୟାଟରୁ ବଡ଼ ସ୍କୋର ବାହାରି ପାରିନାହିଁ। ଦକ୍ଷିଣ ଆଫ୍ରିକା ଶେଷ ମୁକାବିଲାକୁ ୪୯ ରନରେ ଜିତି ସାନ୍ତ୍ଵନାମୂଳକ ବିଜୟ ହାସଲ କରିଛି

ତେବେ ଟିମ୍ ଇଣ୍ଡିଆ ପରାଜୟ ସତ୍ତ୍ଵେ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌କୁ ୨-୧ରେ ଜିତି ନେଇଛି। ପ୍ରଥମେ ବ୍ୟାଟିଂ କରି  ରିଲେ ରୁସୋଙ୍କ ୧୦୦ ରନର ଧୂଆଁଧାର ଅପରାଜିତ ଇନିଂସ ଏବଂ ଡି କକ୍ ୬୮ ରନର ଉପଯୋଗୀ ଇନିଂସ ବଳରେ ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୩ ଓ୍ଵିକେଟ୍ ହରାଇ ୨୨୭ ରନର ବିଶାଳ ସ୍କୋର କରିଥିଲା। ଜବାବରେ ଭାରତ ବ୍ୟାଟସମ୍ୟାନଙ୍କ ନିରାଶଜନକ ପ୍ରଦର୍ଶନ କାରଣରୁ ୧୮.୩ ଓଭରରେ ୧୭୮ ରନରେ ଅଲଆଉଟ୍ ହୋଇଛି। ଦଳ ପକ୍ଷରୁ ଦିନେଶ କାର୍ତ୍ତିକ ୪୬ ଏବଂ ଦୀପକ ଚହର ୩୧ ରନ କରିଛନ୍ତି। ଦକ୍ଷିଣ ଆଫ୍ରିକା ତରଫରୁ ଡ୍ଵେନ ପ୍ରିଟୋରିୟସ ୨୬ ରନ ଦେଇ ସର୍ବାଧିକ ୩ ସଫଳତା ପାଇଛନ୍ତି।

ସମ୍ବନ୍ଧିତ ଖବର