ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଦକ୍ଷିଣ ଆଫ୍ରିକାରେ ସୃଷ୍ଟିହେଲା ରାଜନୈତିକ ହଇଚଇ; ଆତଙ୍କବାଦ ଅଭିଯୋଗରେ ପୂର୍ବତନ ରାଷ୍ଟ୍ରପତିଙ୍କ ଝିଅ ଗିରଫ

Published By : Bijay Swain | January 30, 2025 11:56 PM

Image courtesy: indiatv

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ପୂର୍ବ ରାଷ୍ଟ୍ରପତି ଜୈକୁବ ଜୁମାଙ୍କ ଝିଅ ଡୁଡୁଜିଲେ ଜୁମା-ସଂବୁଦଲାଙ୍କୁ ଆତଙ୍କବାଦ ଅଭିଯୋଗରେ ଗୁରୁବାର ଗିରଫ କରାଯାଇଛି। ଶୁକ୍ରବାରଦିନ ତାଙ୍କୁ ଏହି ମାମଲା ପାଇଁ କୋର୍ଟରେ ହାଜର କରାଯିବ ବୋଲି ସୂଚନା ରହିଛି। ତେବେ ସେ ଦକ୍ଷିଣ ଆଫ୍ରିକାର ସାଂସଦ ସଦସ୍ୟ ଥିବା ବେଳେ ତାଙ୍କ ଉପରେ ଜୁଲାଇ ୨୦୨୧ ମସିହାରେ ଦଙ୍ଗା ଉସୁକାଇଥିବା ମାମଲାରେ ଦୋଷି ସାବ୍ୟସ୍ତ କରାଯାଇଛି। ଏହି ଦଙ୍ଗାରେ ୩୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।

ଡୁଡୁଜିଲେ ବୁଧବାରଦିନ ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କରିଥିଲେ ବୋଲି ପୋଲିସ ସୂଚନା ପ୍ରଦାନ କରିଛି। ତାଙ୍କ ଉପରେ ଆତଙ୍କବାଦ ଏବଂ ଏହା ସହ ସମ୍ପଦ୍ଧିତ ବିଭିନ୍ନ ଅଧିନିୟମ ତଥା ହିଂସା ଉସୁକାଇବା ମାମଲାର ସାମ୍ନା କରୁଛନ୍ତି। ଚାରିବର୍ଷ ପୂର୍ବେ ଦକ୍ଷିଣ ଆଫ୍ରିକାରେ ହୋଇଥିବା ବିଶାଳ ଦଙ୍ଗାରେ ସୋଶିଆଲ ମିଡିଆରେ ଦଙ୍ଗା ଭଡକେଇବା ପାଇଁ ଉଲେଖ୍ୟ ଲେଖିଥିବାରୁ ତାଙ୍କୁ ଦୋଷି ସାବ୍ୟସ୍ତ କାରଯାଇଛି। 

ଡୁଡୁଜିଲେଙ୍କୁ ଶୁକ୍ରବାର ଅଦାଲତରେ ହାଜର କରାଯିବ ବୋଲି ତାଙ୍କ ରାଜନୈତିକ ଦଳ ଘୋଷଣା କରିଛି। ତାଙ୍କ ପିତାଙ୍କୁ ଜେଲ ପଠାଯିବା ପରେ ସେ ସାମାଜିକ ଗଣମାଧ୍ୟମ ଏକ୍ସରେ ଭ୍ରାନ୍ତିକର ତଥ୍ୟ ପୋଷ୍ଟ କରିଥିଲେ। ଯେଉଁଥିପାଇଁ ଦେଶରେ ଦଙ୍ଗା ଅତ୍ୟନ୍ତ ଉଗ୍ର ରୁପ ନେଇଥିଲା। ସେ ନିଜ ପୋଷ୍ଟରେ ଦେଶବ୍ୟାପି ଆନ୍ଦୋଳନ ଓ ହିଂସା ଜାରି ରଖିବାକୁ ଲୋକ ମାନଙ୍କୁ ଉସୁକାଇଲା ଭଲି ପୋଷ୍ଟ ଜାରି କରିଥିଲେ। 

ଭ୍ରଷ୍ଟାଚାରରେ ସମ୍ପୃକ୍ତି ଥିବା ନେଇ ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତିଙ୍କୁ ଜେଲ ଦଣ୍ଡାଦେଶ ହୋଇଥିଲା। ଏହା ପରେ ସମଗ୍ର ଦେଶରେ ଦଙ୍ଗା, ଲୁଟପାଟ ଆରମ୍ଭ ହୋଇଯାଇଥିଲା। ଏହି ମାମଲାରେ ପୂର୍ବରୁ ୫ ହଜାରରରୁ ଅଧିକ ଲୋକଙ୍କୁ ଗିରଫ କରାଯାଇ ସାରିଥିବା ବେଳେ ବର୍ତ୍ତମାନ ଡୁଡୁଜିଲେଙ୍କୁ ଗିରଫ କରାଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.