PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

IND Vs SA ପ୍ରଥମ ଦିନିକିଆ : ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ବିପର୍ଯ୍ୟୟ , ଟିମ୍ ଇଣ୍ଡିଆକୁ ୨୫୦ ରନ୍‌ର ଟାର୍ଗେଟ୍‌

pic- internet

ନୂଆଦିଲ୍ଲୀ: ଭାରତ ଓ ସାଉଥ୍‌ ଆଫ୍ରିକା ମଧ୍ୟରେ ଆଜି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଆରମ୍ଭ ହୋଇଛି। ଲକ୍ଷ୍ନୌର ଶ୍ରୀ ଅଟଳ ବିହାରୀ ବାଜପାୟୀ ଏକାନା ଷ୍ଟାଡ଼ିୟମରେ ଏହି ମ୍ୟାଚ ଖେଳା ଯାଉଛି। ଟିମ୍ ଇଣ୍ଡିଆ ଟିସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଦକ୍ଷିଣ ଆଫ୍ରିକା ୪ ୱିକେଟ୍ ବିନିମୟରେ ୨୪୯ ରନ୍ କରିଛି। ଟିମ ପକ୍ଷରୁ ଡେଭିଡ ମିଲର ସର୍ବାଧିକ ୭୫ ରନ୍ କରିଥିବା ବେଳେ ହେନରିକ କ୍ଲାସେନ୍ ୭୪ ରନ୍ କରିଛନ୍ତି।

ଦକ୍ଷିଣ ଆଫ୍ରିକାର ପ୍ରଥମରୁ ହିଁ ବ୍ୟାଟିଂ ବିପର୍ଯ୍ୟର ସାମ୍ନା କରିଥିଲା। ୧୨.୧ ଓଭରରେ ଦଳ ମାତ୍ର ୪୯ ସ୍କୋର କରି ପ୍ରଥମ ୱିକେଟ ହରାଇଥିଲା। ଏହାପରେ କ୍ରମାଗର ବ୍ୟାଟିଂ ବିପର୍ଯ୍ୟର ସାମ୍ନା କରିଥିଲା ଦକ୍ଷିଣ ଆଫ୍ରିକା। ଅଧିନାୟକ ଚେମ୍ୱା ବାଭୁମା ମାତ୍ର ୮  ରନ୍ କରି ଆଉଟ ହୋଇଥିଲେ। ୧୫ ଓଭର ଶେଷ ବେଳକୁ ଆଉ ଗୋଟିଏ ୱିକେଟ ଯାଇଥିଲା।  ଆଡେନ୍‌ ମାରକ୍ରମ ମଧ୍ୟ ଖାତା ଖୋଲିପାରିନଥିଲେ।  

ଏହାପରେ ବ୍ୟାଟିଂ କରିବାକୁ ଆସିଥିଲେ ଦକ୍ଷିଣ ଆଫ୍ରିକାର ଷ୍ଟାର୍ ବ୍ୟାଟର କ୍ୱିଣ୍ଟନ ଡିକକ୍। ସେ ଟିମ୍‌କୁ ସହଜ ସ୍ଥିତିରେ ଆଣିବା ପାଇଁ ପ୍ରୟାସ କରିଥିଲେ। ହେଲେ ସେ ୪୮ କରି ଆଉଟ ହୋଇଥିଲେ। ୨୨.୧ ଓଭର ବେଳକୁ ଦଳର ସ୍କୋର ୧୧୦ ରେ ତିନୋଟି ୱିକେଟ ଯାଇଥିଲା। ଦକ୍ଷିଣ ଆଫ୍ରିକାର ଚତୁର୍ଥ ୱିକେଟ୍ ପତନ ପରେ ଟିମ୍ ପକ୍ଷରୁ ଡେଭିଡ୍ ମିଲର ଓ ହେନରିକ କ୍ଲାସେନ୍ ଟିମ୍‌ର ସ୍କୋରକୁ ଆଗକୁ ନେବାକୁ ଚେଷ୍ଟା କରିଥିଲେ। ଦୁଇ ବ୍ୟାଟର ରକ୍ଷଣାତ୍ମକ ଶୈଳୀରେ ଖେଳ ପ୍ରଦର୍ଶନ କରି ଟିମର ସ୍କୋରକୁ ୨୦୦ ପାର୍ କରାଇଥିଲେ। ଏମାନେ ଶେଷ ପର୍ଯ୍ୟନ୍ତ ଲଢ଼ୁଆ ବ୍ୟାଟିଂ କରି ଟିମ୍‌ର ସ୍କୋରକୁ ୨୪୯ ପହଞ୍ଚାଇଥିଲେ। ଫଳରେ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୪୦ ଓଭରରେ ୪ ୱିକେଟ ହରାଇ ଭାରତ ପାଇଁ ୨୫୦ ରନ୍ ଟାର୍ଗେଟ୍ ଦେଇଛି।

ଅନ୍ୟପଟେ ଟିମ୍‌ ଇଣ୍ଡିଆ ପକ୍ଷରୁ ଶାର୍ଦୁଲ ଠାକୁର ୨ ୱିକେଟ୍ ନେଇଥିବା ବେଳେ ରବି ବିଷ୍ଣୋଇ ଓ କୁଲୀଦପ ଯାଦବ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।  

ସମ୍ବନ୍ଧିତ ଖବର