ନୂଆଦିଲ୍ଲୀ : ଆଜି ଭାରତ-ଦକ୍ଷିଣ ଆଫ୍ରିକା ୨ୟ ଟି-୨୦ ଖେଳୁ ଖେଳୁଛନ୍ତି। ଉଭୟ ଟିମ୍‌ ଗକ୍ୱେବରହାର ସେଣ୍ଟ ଜର୍ଜ ପାର୍କରେ ସାମ୍ନା ସାମ୍ନି ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ଦେଇଛି। ଦକ୍ଷିଣ ଆଫ୍ରିକା ନିଜର ପ୍ଲେଇଂ ଇଲେଭନରେ ଏକ ପରିବର୍ତ୍ତନ କରିଛି। ପ୍ୟାଟ୍ରିକ୍‌ କ୍ରୁଗରଙ୍କ ସ୍ଥାନରେ ରିଜା ହେଣ୍ଡ୍ରିକ୍ସଙ୍କୁ ସାମିଲ କରାଯାଇଛି। 

ଭାରତ କୌଣସି ଖେଳାଳି ପରିବର୍ତ୍ତନ କରି ନାହିଁ। ସୂର୍ଯ୍ୟକୁମାର ଯାଦବଙ୍କର ଅଧିନାୟକତ୍ୱରେ ଭାରତୀୟ ଟିମ୍‌ ୪ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି। ଭାରତ ଡରବନରେ ଆୟୋଜକ ଦକ୍ଷିଣ ଆଫ୍ରିକାକୁ ୬୧ ରନ୍‌ରେ ହରାଇ ଥିଲା। ସୂର୍ଯ୍ୟ ବ୍ରିଗେଡ୍‌ ଆଜି ଦ୍ୱିତୀୟ ମ୍ୟାଚ ଜିତିବା ଲକ୍ଷ୍ୟରେ ରହିଛି। ରବିବାର ବିଜୟର ବାଦ୍ୟ ବଜାଇ ପୂରା ସିରିଜରେ ଦବଦବା ରଖିବାକୁ ଚାହିଁବ ସୂର୍ଯ୍ୟ ଟିମ୍‌।

ଭାରତର ପ୍ଲେଇଂ ଇଲେଭନ – ସଞ୍ଜୁ ସାମସନ (ୱିକେଟକିପର) , ଅଭିଷେକ ଶର୍ମା , ସୂର୍ଯ୍ୟକୁମାର ଯାଦବ ( ଅଧିନାୟକ) , ତିଳକ ବର୍ମା , ହାର୍ଦ୍ଦିକ ପାଣ୍ଡ୍ୟା , ରିଙ୍କୁ ସିଂହ , ଅକ୍ଷର ପଟେଲ, ଅର୍ଶଦୀପ ସିଂହ , ରବି ବିଷ୍ଣୋଇ , ବରୁଣ ଚକ୍ରବର୍ତ୍ତୀ , ଅୱେଶ ଖାନ । 

ସାଉଥ୍‌ ଆଫ୍ରିକା ପ୍ଲେଇଂ ଇଲେଭନ- ଏଡେନ ମାର୍କରାମ (ଅଧିନାୟକ) ,ରୟାନ ରିକେଲଟନ , ରିଜା ହେଣ୍ଡ୍ରିକ୍ସ, ଟ୍ରିଷ୍ଟନ ଷ୍ଟବ୍ସ , ହେନରିକ କ୍ଲାସେନ (ୱିକେଟକିପର), ଡେଭିଡ ମିଲର , ମାର୍କୋ ଜାନସେନ, ଏଣ୍ଡିଲେ ସିମଲେନ , ଗେରାଲ୍ଡ କୋଏତଜି , କେଶବ ମହାରାଜ, ନକାବାୟୋମଜି ପିଟର।