ନୂଆଦିଲ୍ଲୀ,୨୬/୧୧; ଗୌହାଟୀର ବର୍ଷାପଡ଼ା ଷ୍ଟାଡିୟମରେ ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ ଜିତିଛି ଦକ୍ଷିଣ ଆଫ୍ରିକା । ପ୍ରଥମ ଟେଷ୍ଟ ପରି ଦ୍ବିତୀୟ ଟେଷ୍ଟ ବି ହାରିଲା ଭାରତ । ଗୌହାଟୀରେ ଭାରତର ଲଜ୍ଜାଜନକ ପରାଜୟ ହୋଇଛି । ଦକ୍ଷିଣ ଆଫ୍ରିକାଠାରୁ ମ୍ୟାଚ ସହ ସିରିଜ ହାରିଲା ଭାରତ । ୪୦୮ରନ୍ ବଡ଼ ବିଜୟ ହାସଲ କରିଛି ସାଉଥ ଆଫ୍ରିକା । ଦ୍ବିତୀୟ ଇନିଂସରେ ମାତ୍ର ୧୪୦ରନରେ ସରେଣ୍ଡର କରିଛନ୍ତି ଭାରତୀୟ ବ୍ୟାଟର । ୨-୦ରେ ସିରିଜ ପୋଛି ନେଇଛି ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ।
ଗୌହାଟିର ବାରସାପାଡ଼ା ଷ୍ଟାଡିୟମରେ, ଶେଷ ଦିନରେ ବିଜୟ ପାଇଁ ଟିମ୍ ଇଣ୍ଡିଆକୁ ଆଉ ୫୨୨ ରନ ଆବଶ୍ୟକ ଥିଲା, ଆଉ ଦ. ଆଫ୍ରିକାକୁ ଜିତିବାକୁ କେବଳ ୮ଟି ୱିକେଟ ଦରକାର ଥିଲା। ବିଜୟ ସମ୍ଭାବନା ଶେଷ ହୋଇଯାଇଥିଲା । ସିରିଜ୍ ପୂର୍ବରୁ ହାତଛଡ଼ା ହୋଇଯାଇଥିଲା । କେବଳ ସାରା ଦିନ ବ୍ୟାଟିଂ କରି କୌଣସି ପ୍ରକାରେ ଡ୍ର କରିବାକୁ ବାଧ୍ୟ କରିବା ଏବଂ କ୍ଲିନ୍ ସୁଇପ୍ ର ଲଜ୍ଜାରୁ ରକ୍ଷା ପାଇବା ଆବଶ୍ୟକ ଥିଲା । କିନ୍ତୁ ପ୍ରଥମ ଅଧିବେଶନରେ ହିଁ ଏହା ସ୍ପଷ୍ଟ ହୋଇଯାଇଥିଲା ଯେ ମ୍ୟାଚ୍ ଡ୍ର ହେବ ନାହିଁ । ଭାରତ ଗୋଟିଏ ପରେ ଗୋଟିଏ ୱିକେଟ ହରାଇଥିଲା ଶେଷରେ ଘରୋଇ ଦଳ ବାଜି ମାରି ନେଇଛି ।
South Africa win the 2nd Test by 408 runs.
— BCCI (@BCCI) November 26, 2025
They also clinch the #INDvSA Test Series by 2-0.
Scorecard ▶️ https://t.co/Hu11cnrocG#TeamIndia | @IDFCFIRSTBank pic.twitter.com/NBSFW4xtxP
ତେମ୍ବା ବାଭୁମାଙ୍କ ଅଧିନାୟକତ୍ୱରେ ବିଶ୍ୱ ଟେଷ୍ଟ ଚାମ୍ପିଅନ ଦକ୍ଷିଣ ଆଫ୍ରିକା ଭାରତରେ ଇତିହାସ ରଚିଛି । ଭାରତରେ ଟେଷ୍ଟ ସିରିଜ ଜିତିବା ପାଇଁ ୨୫ ବର୍ଷ ଅପେକ୍ଷା କରିଥିବା ଦକ୍ଷିଣ ଆଫ୍ରିକା ଶେଷରେ ସଫଳତା ହାସଲ କରିଛି । ଗୌହାଟୀରେ ଦ୍ୱିତୀୟ ଟେଷ୍ଟର ଶେଷ ଦିନରେ, ଦକ୍ଷିଣ ଆଫ୍ରିକା ଟିମ ଇଣ୍ଡିଆକୁ ମାତ୍ର ୧୪୦ ରନରେ ଅଲଆଉଟ କରି ୪୦୮ ରନର ରେକର୍ଡ ବିଜୟୀ ହୋଇଛି । ଏହା ସହିତ, ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର୨ -୦ରେ କ୍ଲିନ୍ ସୁଇପ କରିଛି । ଏହା ଟେଷ୍ଟ କ୍ରିକେଟରେ ଭାରତର ସବୁଠାରୁ ବଡ଼ ପରାଜୟ, ଦକ୍ଷିଣ ଆଫ୍ରିକା ୨୦୦୦ ପରେ ପ୍ରଥମ ଥର ପାଇଁ ଭାରତରେ ଟେଷ୍ଟ ସିରିଜ ଜିତିଛି । ସାଉଥ ଆଫ୍ରିକା ପକ୍ଷରୁ ଦ୍ବିତୀୟ ଇନିଂସରେ ସିମନ ହାର୍ମର ସର୍ବାଧିକ ୬ ୱିକେଟ ନେଇଛନ୍ତି । ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୪୮୯ରନ୍ କରିଥିଲା । ଦ୍ବିତୀୟ ଇନିଂସରେ ୫ ୱିକେଟ ହରାଇ ୨୬୦ରନ କରି ପାଳି ଘୋଷଣା କରିଥିଲା । ଭାରତ ପ୍ରଥମ ଇନିଂସରେ ୨୦୧ ରନ କରିଥିଲା । କୋଲକାତା ଇଡେନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟକୁ ୩୦ ରନରେ ଜିତିଥିଲା ଭ୍ରମଣକାରୀ ଟିମ ।
ଦ୍ବିତୀୟ ଇନିଂସରେ ଭାରତର ଜୈସ୍ୱାଲ ୧୩, କେଏଲ ରାହୁଲ ୬, ସାଇ ସୁଦର୍ଶନ ୧୪, କୁଳଦୀପ ଯାଦବ ୫, ଧ୍ରୁପ ଜୁରେଲ ୨, ରିଷବ ପନ୍ତ ୧୩, ରବୀନ୍ଦ୍ର ଜାଡେଜା ୫୪ ରନ୍, ୱାସିଂଟନ ସୁନ୍ଦର ୧୬, ନୀତୀଶ କୁମାର ୧୬, ଯଶପ୍ରୀତ ବୁମରା ୧ ରନ୍ କରିଥିବା ବେଳେ ମହମ୍ମଦ ସିରାଜ ଖାତା ଖୋଲି ପାରିନଥିଲେ । ପ୍ରଥମ ଇନିଂସ୍ରେ ଭାରତ ପାଇଁ କୁଲଦୀପ ଯାଦବ ୪ଟି ୱିକେଟ୍ ନେଇଥିବା ବେଳେ ଜାଡେଜା ଦୁଇଟି ୱିକେଟ୍ ନେଇଥିଲେ । ଏହା ପରେ ଭାରତର ବ୍ୟାଟିଂ କରିବା ପାଳି ଆସିଥିଲା । ବ୍ୟାଟିଂ କରି ଭାରତୀୟ ଦଳ ଏହାର ପ୍ରଥମ ଇନିଂସ୍ରେ କେବଳ ୨୦୧ ରନ୍ କରିପାରିଥିଲା ।