PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

କେବଳ ଫିଲ୍ମ ନୁହେଁ, ବିଜ୍ଞାପନରୁ ବି କୋଟି କୋଟି ଟଙ୍କା ଆୟ କରନ୍ତି ସାଉଥ୍ ଷ୍ଟାର୍ସ

timesofindia

ନୂଆଦିଲ୍ଲୀ ୧୮/୦୩ : ସାଉଥ୍ ସୁପରଷ୍ଟାରଙ୍କର ଲୋକପ୍ରିୟତା ଦିନକୁ ଦିନ ବଢିବାରେ ଲାଗିଛି। ସାଉଥ୍ ସେଲିବ୍ରେଟିଙ୍କୁ ତାଙ୍କ ଫିଲ୍ମ ପାଇଁ ଦେଶ ତଥା ବିଦେଶରେ ବହୁତ ଭଲପାଇବା ମିଳୁଛି। ସେମାନେ ଗୋଟିଏ ଫିଲ୍ମ ପାଇଁ କୋଟି ଟଙ୍କା ଚାର୍ଜ କରନ୍ତି। କିନ୍ତୁ ଆପଣ ଜାଣନ୍ତି କି ସେମାନେ ବିଜ୍ଞାପନରୁ ମଧ୍ୟ ବହୁତ ରୋଜଗାର କରନ୍ତି। ତେବେ ଚାଲନ୍ତୁ ଜାଣିବା ସେହି ସାଉଥ୍ ଷ୍ଟାରଙ୍କ ବିଷୟରେ, ଯେଉଁମାନେ ବିଜ୍ଞାପନ ପାଇଁ ଅତ୍ୟଧିକ ଟଙ୍କା ଚାର୍ଜ କରନ୍ତି…

महेश बाबू

ମହେଶ ବାବୁ :

ଏହି ତାଲିକାରେ ସାଉଥ୍ ସୁପରଷ୍ଟାର ମହେଶ ବାବୁଙ୍କ ନାଁ ପ୍ରଥମ ସ୍ଥାନରେ ରହିଛି। ମହେଶଙ୍କ ଲୋକପ୍ରିୟତା ବିଦେଶରେ ମଧ୍ୟ ରହିଛି। ଅଭିନେତା ଗୋଟିଏ ଫିଲ୍ମ ପାଇଁ କୋଟି କୋଟି ଟଙ୍କା ନିଅନ୍ତି। ବିଜ୍ଞାପନ ବିଷୟରେ କହିବାକୁ ଗଲେ ସେ ଗୋଟିଏ ବିଜ୍ଞାପନ ପାଇଁ ୧୨ କୋଟି ଟଙ୍କା ଆଦାୟ କରନ୍ତି।

Why is Prabhas trolled badly for this picture with Rajinikanth?- Old UP  Excise

ପ୍ରଭାସ :

ଏହି ତାଲିକାରେ ସାଉଥ୍ ସୁପରଷ୍ଟାର ପ୍ରଭାସ ବି ରହିଛନ୍ତି। ‘ବାହୁବଲୀ’ ପରେ ପ୍ରଭାସଙ୍କ ଲୋକପ୍ରିୟତା ବୃଦ୍ଧି ପାଇଛି, ଯାହା ପରେ ସେ ଫିଲ୍ମ ପାଇଁ ପ୍ରଚୁର ଫି ନେଉଛନ୍ତି। ତେବେ ପ୍ରଭାସ ଗୋଟିଏ ବିଜ୍ଞାପନ ପାଇଁ ୧୮ କୋଟି ଟଙ୍କା ନିଅନ୍ତି।

Allu Arjun exemplifies power as the 'Leading Man' on GQ India's cover :  Bollywood News - Bollywood Hungama

ଅଲୁ ଅର୍ଜୁନ :

ସାଉଥ୍ ସୁପରଷ୍ଟାର ଅଲୁ ଅର୍ଜୁନ। ଫିଲ୍ମ ‘ପୁଷ୍ପା’ ପରେ ଅଭିନେତାଙ୍କ ଲୋକପ୍ରିୟତା ଆକାଶଛୁଆଁ ହୋଇଛି। ଦର୍ଶକମାନେ ତାଙ୍କ ଫିଲ୍ମକୁ ଉତ୍ସାହର ସହ ଚାହିଁ ରହିଛନ୍ତି। ରିପୋର୍ଟ ଅନୁଯାୟୀ, ଅଲ୍ଲୁ ଏକ ବିଜ୍ଞାପନ କରିବା ପାଇଁ ପ୍ରାୟ ୭.୫ କୋଟି ଟଙ୍କା ନିଅନ୍ତି।

Ram Charan to make his Hollywood Debut?

ରାମ ଚରଣ :

ରାମ ଚରଣଙ୍କ ଲୋକପ୍ରିୟତା ଏବେ ସମଗ୍ର ବିଶ୍ୱରେ ରହିଛି। ଫିଲ୍ମ ‘RRR’ର ସଫଳତା ପରେ ତାଙ୍କର ଫ୍ୟାନ୍ ଫଲୋଇଂ ବୃଦ୍ଧି ପାଇଛି। ସେ ବର୍ତ୍ତମାନ କମ୍ପାନୀଗୁଡିକର ପ୍ରିୟ ତାରକା ହୋଇପାରିଛନ୍ତି । କୁହାଯାଉଛି ରାମ ଚରଣ ଏକ ବିଜ୍ଞାପନ କରିବା ପାଇଁ ପାଞ୍ଚରୁ ସାତ କୋଟି ଟଙ୍କା ନେଉଛନ୍ତି।

ସମ୍ବନ୍ଧିତ ଖବର