ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ବିଶ୍ବରେ ପ୍ରଥମ ଥର ଏହି ଦେଶରେ ଆରମ୍ଭ ହେଲା ୫-ଜି ମୋବାଇଲ ନେଟଓ୍ବାର୍କ, ଆମେରିକା ଓ ଚୀନ୍ ରହିଗଲେ ପଛରେ

ନୂଆଦିଲ୍ଲୀ,୪।୪: ୫-ଜି ମୋବାଇଲ ନେଟୱାର୍କ ଆରମ୍ଭ କରିବା ମାମଲାରେ ଦକ୍ଷିଣ କୋରଆ ବାଜି ମାତ୍ କରିଦେଇଛି। ବୁଧବାର ରାତି ୧୧ଟା (ସ୍ଥାନୀୟ ସମୟ)ରେ ୫-ଜି ସେବାର ଶୁଭାରମ୍ଭ ହୋଇଥିଲା ଓ ଦକ୍ଷିଣ କୋରିଆ ଏହି ଉପଲବ୍ଧି କ୍ଷେତ୍ରରେ ବିଶ୍ୱର ପ୍ରଥମ ଦେଶ ହୋଇଛି। ପ୍ରଥମେ ଏହି ସେବା ଆରମ୍ଭ କରିବା ପାଇଁ ଅପ୍ରେଲ ୫କୁ ତାରିଖ ଧାର୍ଯ୍ୟ କରାଯାଇଥିଲା। ମାତ୍ର ଆମେରିକାର କମ୍ପାନୀକୁ ମାତ୍ ଦେବା ପାଇଁ ଦୁଇ ଦିନ ପୂର୍ବରୁ ଏହି ସେବା ଆରମ୍ଭ କରାଯାଇଛି। ୪-ଜି ତୁଳନାରେ ୫-ଜି ନେଟୱାର୍କ ପ୍ରାୟ ୨୦ ଗୁଣ ଅଧିକ ଦ୍ରୁତ ଗତିରେ ଚାଲିବ।

{"id":10699,"width":737,"height":491}
source: https://cradlepoint.com

ଦକ୍ଷିଣ କୋରିଆର ଶୀର୍ଷ ୩ଟି ଟେଲିକମ କମ୍ପାନୀ, କେଟି ଏବଂ ଏଲ୍‍ଜି ୟୁପ୍ଲସ୍‍ ଦେଶବ୍ୟାପୀ ଏହି ସେବା ପ୍ରଦାନ କରୁଛନ୍ତି। ୫-ଜି ସେବା ପ୍ରଥମେ ଦକ୍ଷିଣ କୋରିଆର ୬ ଜଣ ସେଲିବ୍ରେଟିଙ୍କ ଫୋନ୍‍ରେ ଆକ୍ଟିଭ କରାଯାଇଥିଲା। ସ୍ୟାମସଙ୍ଗ ଗାଲାକ୍ସି ଏସ୍‍-୧୦ ମଡେଲରେ ପ୍ରଥମ ଥର ୫-ଜି ନେଟୱାର୍କ ଆରମ୍ଭ ହୋଇଛି। ସାମସଙ୍ଗ ଏକ ଦକ୍ଷିଣ କୋରିଆ କମ୍ପାନୀ ଓ ଫେବୃଆରୀ ମାସରେ ଏହି କମ୍ପାନୀ ୫-ଜି ସେବା ଉପଲବ୍ଧ ଫୋନ୍‍ର ବଜାର ପ୍ରବେଶ କରାଇଥିଲା। ଏହି ଫୋନ୍‍ର ଦାମ ପାଖାପାଖି ୨ ହଜାର ଡଲାର ରହିଛି। ବିଶେଷଜ୍ଞଭ୍କ ମତରେ ସାମସଙ୍ଗ ଏହି ପଦକ୍ଷେପ ଗ୍ର୍ରହଣ କରି ୫-ଜି ହାଣ୍ଡସେଟ୍ ତିଆରି କରିବା ରେସରେ ଖୁବ୍ ଆଗକୁ ବଢିଯାଇଚି।

{"id":10700,"width":754,"height":502}
source: https://www.pmnewsnigeria.com

 ଦକ୍ଷିଣ କୋରିଆ ଆଶା କରିଛି ଯେ ୫-ଜି ସେବା ଆରମ୍ଭ ଦ୍ୱାରା ଦେଶରେ ସ୍ମାର୍ଟ ସିଟି, ଚାଳକ ବିହୀନ କାର ଭଳି ଅନେକ କ୍ଷେତ୍ରରେ ଉଲ୍ଲେଖନୀୟ ବିକାଶ ଘଟିବ। ଦକ୍ଷିଣ କୋରିଆର ଅର୍ଥ ବ୍ୟବସ୍ଥା ଲଗାତାର ମାନ୍ଦା ହେଉଥିବାବେଳେ ଅଭିବୃଦ୍ଧି ହାର ୬ ବର୍ଷର ନ୍ୟୁନତମସ୍ତରରେ ପହଞ୍ଚିଛି। ୫-ଜି ନେଟୱାର୍କ ସେବା ଆରମ୍ଭ ଦ୍ୱାରା ଅର୍ଥନୀତି ଅଭିବୃଦ୍ଧିରେ ସକରାତ୍ମକ ପ୍ରଭାବ ପଡ଼ିବ ବୋଲି ଆଶା କରାଯାଉଛି। ୫-ଜି ସେବା ପ୍ରଥମେ ଆରମ୍ଭ କରିବା ପାଇଁ ଦକ୍ଷିଣ କୋରିଆ, ଚୀନ ଏବଂ ଆମେରିକା ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଥିଲା। ଆମେରିକାର ଟେଲିକମ କମ୍ପାନୀ ୱାରାଇଜନ ଅପ୍ରେଲ ୧୧ରେ ଦୁଇ ସହରରେ ୫-ଜି ସେବା ଆରମ୍ଭ କରିବ। ଚୀନର କେତେକ ସହରରେ ଏହି ସେବାର ପରୀକ୍ଷଣ ଚାଲିଛି।

{"id":10701,"width":751,"height":499}
source: https://www.enca.com

ଦକ୍ଷିଣ କୋରିଆ ଟେଲିକମ କମ୍ପାନୀଗୁଡ଼ିକ ୫-ଜି ସେବାର ମାର୍କେଟିଂ ପାଇଁ କୋଟି କୋଟି ଡଲାର ଖର୍ଚ୍ଚ କରିଛନ୍ତି।ଦକ୍ଷିଣ କୋରିଆର ଏସ୍‍କେ ଟେଲିକମ୍‍ ୨୦୧୯ର ଶେଷ ସୁଦ୍ଧା ୧୦ ଲକ୍ଷରୁ ଊର୍ଦ୍ଧ୍ବ ଉପଭୋକ୍ତାଙ୍କୁ ୫-ଜି ସଂଯୋଗ କରିବାକୁ ଆଶା ରଖିଛି। ଏବେ ଏହି କମ୍ପାନୀ ନିକଟରେ ୨.୭ କୋଟି ଉପଭୋକ୍ତା ଅଛନ୍ତି।
୫-ଜି ପାଇଁ ଚଳିତ ବର୍ଷ  ଜୁଲାଇ କିମ୍ବା ଅଗଷ୍ଟ ମଧ୍ୟରେ ଭାରତରେ ସ୍ପେକ୍ଟ୍ରମର ନିଲାମୀ ହେବା ହେବ ବୋଲି ଆଶା କରାଯାଉଛି। ସ୍ପେକ୍ଟ୍ରମ କିଣିବା ପରେ କମ୍ପାନୀଗୁଡ଼ିକ ଭିତ୍ତିଭୂମି ବିକାଶ କରିବେ। ଏହାପରେ ସେବା ଆରମ୍ଭ ହେବ। କୁହାଯାଉଛି ଯେ, ଭାରତରରେ ଆସନ୍ତା ବର୍ଷ ସୁଦ୍ଧା ୫-ଜି ସେବା ଆରମ୍ଭ ହୋଇଯିବ।  ୫-ଜି ଟେକ୍ନୋଳୋଜି ଦ୍ବାରା ଘରେ ଟୋଷ୍ଟର ଠାରୁ ନେଇ ଟେଲିଫୋନ୍, ଇଲେଟ୍ରିକ୍ କାର ଠାରୁ ନେଇ ପାଓ୍ବାର ଗ୍ରୀଡ୍ ପର୍ଯ୍ୟନ୍ତ ଏହାର ଲାଭ ହେବ। ତା ସହିତ ରୋବୋଟିକ୍ସ, ଡ୍ରୋନ ଓ ଇଣ୍ଟରନେଟ୍ ସହିତ ଯୋଡି ହୋଇ ରହିଥିବା ସମସ୍ତ ପ୍ରଡକ୍ଟ ବିକାଶରେ ଏହାର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ।ଅନୁମାନ କରାଯାଉଛି ୫ ଜି ଟେକ୍ନୋଲୋଜି ଦ୍ବାରା ବିଶ୍ବ ଅର୍ଥବ୍ୟବସ୍ଥାରେ ୨୦୩୪ ପର୍ଯ୍ୟନ୍ତ ୩୯ ଲକ୍ଷ କୋଟି ଟଙ୍କା ଆସିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.