ନୂଆଦିଲ୍ଳୀ,୨୧।୪: ଦକ୍ଷିଣ କୋରିଆର ରାଷ୍ଟ୍ରପତି ଲି ଜେ ମ୍ୟୁଙ୍ଗ ଭାରତର ‘ଜୁଗାଡ’ ପଦ୍ଧତିର ଫ୍ୟାନ୍ ହୋଇଯାଇଛନ୍ତି। ସେ କହିଛନ୍ତି, ଯଦି ଦକ୍ଷିଣ କୋରିଆର ଭାବନା ଓ ଭାରତର ‘ଯୁଗାଡ’ର ଶକ୍ତି ମିଳିଯିବ। ଦୁଇ ଦେଶକୁ ବଡ଼ ସଫଳତା ମିଳିବ। ସୋମବାର ନୂଆଦିଲ୍ଳୀରେ ରାଷ୍ଟ୍ରପତି ମ୍ୟୁଙ୍ଗ କହିଛନ୍ତି, ଭାରତରେ ‘ଜୁଗାଡ’ର ଗୁଣ ରହିଛି, ଯାହାର ଅର୍ଥ ହେଉଛି କମ୍ ସମ୍ବଳରେ ଓ ବିନା ବାଧାରେ ରଚନାତ୍ମକ ଭାବରେ କାମ ଶେଷ କରିବା। ସେଭଳି ଦକ୍ଷିଣ କୋରିଆ ପାଖରେ Taedong ର ଭାବନା ରହିଛି। ଯଦି ଆମେ ଏହି ଦୁଇ ଶକ୍ତିକୁ ଯୋଡିଦେବା ତେବେ ମୋତେ ପୁରା ଭରସା ରହିଛି, ଆମେ ସହିତ ମିଶିକି କାମ କଲେ ବହୁତ ବଡ଼ ସଫଳତା ହାସଲ ହେବ। ଉଲ୍ଲେଖନୀୟ ଯେ, ମ୍ୟୁଙ୍ଗଙ୍କ ଏହି ଗସ୍ତ ସମୟରେ ଭାରତ ଓ ଦକ୍ଷିଣ କୋରିଆ ୧୫ ଚୁକ୍ତି ସାକ୍ଷର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦୁନିଆରେ ଜାରି ଅସ୍ଥିରତା ଭିତରେ ଭାରତ ଓ ଦକ୍ଷିଣ କୋରିଆ ଶାନ୍ତିର ବାର୍ତ୍ତା ଦିଅନ୍ତି।
ଲି’ ବିଶ୍ବ ଅନିଶ୍ଚିତତା ମଧ୍ୟରେ ଆଭିମୁଖ୍ୟ ବଦଳାବା କଥା କହିଛନ୍ତି। ସେ କହିଛନ୍ତି, ଦୁନିଆ ନିକଟରେ ବିଶ୍ବର ବହୁ ଚ୍ୟାଲେଞ୍ଜ ରହିଛି। ଡିଜିଟାଲ ଏବଂ ଆର୍ଥିକ କଟକଣା ଭିତରେ, ଏବେ ପୁରୁଣା ପଦ୍ଧତିକୁ ଛାଡି ପାରସ୍ପାରିକ ସହଯୋଗ ଗଭୀର କରିବାର ସମୟ ଆସିଯାଇଛି। ଦକ୍ଷିଣ କୋରିଆ ଓ ଭାରତ ଭରସାଯୋଗ୍ୟ ବନ୍ଧୁ ଓ ଏକାଠି ମିଶି ଆମେ ଏକ ସୁନ୍ଦର ଭବିଷ୍ୟତ ତିଆରି କରିପାରିବା। ଏବେ ଆସନ୍ତୁ ଆମେ ଏକ ନୂଆ ଯାତ୍ରାର ଆରମ୍ଭ କରିବା।ଦକ୍ଷିଣ କୋରିଆର ରାଷ୍ଟ୍ରପତି ଭାରତକୁ ଗ୍ରୋଥ ଇଞ୍ଜିନ ବୋଲି ଘୋଷଣା କରିଛନ୍ତି। ସେ କହିଛନ୍ତି ୧୪୦ କୋଟି ଲୋକଙ୍କ ସହ ଦୁନିଆର ସବୁଠାରୁ ବଡ଼ ବଜାର ହୋଇଥିବାରୁ, ଭାରତ ଆଜି ବିଶ୍ବ ଅର୍ଥବ୍ୟବସ୍ଥାର ଏକ ନୂଆ ଓ ମଜବୁତ ଅଂଶ ପାଲଟି ଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ୨୦୪୭ ପର୍ଯ୍ୟନ୍ତ ବିକଶିତ ଭାରତ ଗଠନ କରିବାର ସ୍ବପ୍ନ ପୁରା ଦୁନିଆର ଧ୍ୟାନ ନିଜ ଆଡକୁ ଆକର୍ଷିତ କରୁଛି।’
ପିଏମ୍ ମୋଦି କହିଛନ୍ତି, ଭାରତ ଓ ଦକ୍ଷିଣ କୋରିଆ ଭିତରେ ହଜାର ହଜାର ବର୍ଷ ପୁରୁଣା ସାଂସ୍କୃତିକ ସମ୍ପର୍କ ରହିଛି। ୨୦୦୦ ବର୍ଷ ପୂର୍ବେ ଅଯୋଧ୍ୟାର ରାଜକୁମାରୀ ସୁରିରତ୍ନା ଓ କୋରିଆର ରାଜା କିମ୍-ସୁରୋଙ୍କ କାହାଣୀ ଆମର ମିଳିତ ଐତିହ୍ୟ। ଆଜି ଭାରତରେ କେ-ପପ୍ଙ୍କ ଡ୍ରାମା ଖୁବ୍ ଲୋକପ୍ରିୟ। ସେଭଳି ଦକ୍ଷିଣ କୋରିଆରେ ବି ଭାରତୀୟ ସିନେମା ଓ ସଂସ୍କୃତିର ପରିଚୟ ବଢୁଛି। ଆମେ ବହୁତ ଖୁସି ଯେ, ପ୍ରେସିଡେଣ୍ଟ ଲି ନିଜେ ଭାରତୀୟ ସିନେମାର ପ୍ରଶଂସକ। ଏହି ସାଂସ୍କୃତିକ ସହଯୋଗକୁ ମଜବୁତ କରିବା ପାଇଁ ଆମେ ୨୦୨୮ ରେ ଭାରତ-ଦକ୍ଷିଣ କୋରିଆ ଫ୍ରେଣ୍ଡସିପ୍ ଫେଷ୍ଟିଭାଲ ଆୟୋଜିତ କରିବୁ। ଭାରତ ଓ ଦକ୍ଷିଣ କୋରିଆ ସୋମାବାର ଏହି ନିଷ୍ପତ୍ତି ନେଇଛନ୍ତି ଯେ, ୨୦୩୦ ପର୍ଯ୍ୟନ୍ତ ପରସ୍ପର ମଧ୍ୟରେ ହେବାକୁ ଥିବା ବାର୍ଷିକ ବ୍ୟାପାରକୁ ବଢାଇ ୫୦ ବିଲିୟନ ଡଲାର ପଯ୍ୟନ୍ତ ନେଇଯିବୁ। ଏବେ ବି ମୁକାବିଲା ପ୍ରାୟ ଦୁଇଗୁଣା ରହିଛି। ଏହା ସହିତ ଦୁଇ ଦେଶ ନିଜର ବାଣିଜ୍ୟିକ ଚୁକ୍ତିକୁ ଆଗାମୀ ବର୍ଷ ପର୍ଯ୍ୟନ୍ତ ଭଲ କରିବାର ପ୍ରତିଶୃତି ଦେଇଛନ୍ତି।’
ଆହୁରି ପଢନ୍ତୁ :ଚିନ୍ତାରେ ଚୀନ: ଇରାନ ଯୁଦ୍ଧ...ଅଶୋଧିତ ତେଲ ବିଗାଡିଲା ଖେଳ ; ଡ୍ରାଗନକୁ ଝଟକା, ଆସିଲା ଖରାପ ଖବର